ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ ଭାଗ ନେଇଥିଲେ। ବିରୋଧୀ ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ରାଜସ୍ବ ଓ ଅବକାରୀ ବିଭାଗର ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଅମର ଶତପଥି ଠିଆ ହୋଇ ଗୃହର କାର୍ଯ୍ୟ ସମ୍ପର୍କରେ କିଛି ମନ୍ତବ୍ୟ ରଖିଥିଲେ। ରୁଲ୍‌ ୩୬ କଥା କହି ସେ କହିଥିଲେ ଯେ, ଆଜି ହେଉଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ଅଧିକ ପ୍ରଶ୍ନ ଆସୁଥିବାରୁ ୧ ଘଣ୍ଟାରେ ଆଲୋଚନା ସରିପାରୁନାହିଁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ପ୍ରଶ୍ନକାଳ ଆରମ୍ଭ ସମୟରେ ଜଣେ ପାଟିକଲେ, ଯାହା ଠିକ୍‌ ନୁହେଁ। ଯାହା ପୂର୍ବାହ୍ନରେ ହୋଇଥିଲା ତାହାର ପୁନରାବୃତ୍ତି ନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହାର ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଙ୍ଗେ ସଙ୍ଗେ ଅମର ଶତପଥୀଙ୍କ କଥାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀଙ୍କ ଅଧିକାର ଅଛି ସେମାନେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେକୌଣସି ସମୟରେ ଉଠାଇପାରିବେ। ଏହାପରେ ପ୍ରଥମେ ବାଚସ୍ପତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଭୋଟ୍‌ ଅନ୍‌ ଡିମାଣ୍ଡ ପ୍ରସ୍ତାବ ଆଣିଥିଲେ। ଏହାପରେ ରାଜସ୍ବ ଏବଂ ଅବକାରୀ ବିଭାଗର ବ୍ୟୟ ମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ପ୍ରଥମେ ଭାଜପା ବିଧାୟକ ବିଷ୍ଣୁ ସେଠୀ ରାଜସ୍ବ ଓ ଅବକାରୀ ବିଭାଗର ବିଭିନ୍ନ ଅନିୟମିତତା ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଅବକାରୀ ବିଭାଗ ସମ୍ପର୍କିତ ଯେଉଁ ଖର୍ଚ୍ଚ ଆଗତ ହୋଇଛି ତାକୁ ସେ ସମର୍ଥନ କରୁନାହାଁନ୍ତି। ବିଭାଗର ଖର୍ଚ୍ଚ ସମ୍ପର୍କରେ ମନ୍ତ୍ରୀ ଯେଉଁସବୁ ଚିତ୍ର ଦର୍ଶାଇଛନ୍ତି ସେ ବିଷୟରେ ସମସ୍ତଙ୍କୁ ଜଣାଅଛି। ଏ ପର୍ଯ୍ୟନ୍ତ ରାଜସ୍ବ ବିଭାଗ ରାଜ୍ୟରେ ଖାଲି ପଡିଥିବା ଆର୍‌ଆଇ, ଅମିନ ପଦବୀ ପୂରଣ କରିପାରୁନାହିଁ। ତହସିଲ୍‌ ଅଫିସ୍‌ ଗଲେ ସବୁଥିପାଇଁ ଲାଞ୍ଚ ଦେବାକୁ ପଡୁଛି। ଓଡିଶାର ଉପକୂଳ ଅଞ୍ଚଳରେ ବାତ୍ୟା ଓ ବନ୍ୟା ସବୁବେଳେ ଲାଗି ରହିଛି। ସାଳନ୍ଦୀ ଏବଂ ବୈତରଣୀ ନଦୀରେ ବୋଟ୍‌ ଚାଲିପାରୁନି। ସେହିପରି ଜଗନ୍ନାଥ ଜମିର ବ୍ୟବହାର ଏବଂ ସେଥିରୁ ରାଜସ୍ବ ଆଦାୟ ସମ୍ପର୍କରେ ସେ କହିଛନ୍ତି। ଅନ୍ୟପଟେ ଭଦ୍ରକ ମଦ ମୃତ୍ୟୁ କଥା ଉଠାଇ ସେ ସରକାରଙ୍କ ଉପରେ ବର୍ଷିଥିଲେ। ନିର୍ବାଚନ ପୂର୍ବଦିନ ଚାନ୍ଦବାଲି ଅଞ୍ଚଳରେ ୧୨ଜଣଙ୍କ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିଲା। ଯେଉଁମାନେ ମଦ ବାଣ୍ଟିଥିଲେ ସେମାନେ ଶାସକ ଦଳର ଏବଂ ମୃତ୍ୟୁବରଣ କରିଥିବା ଲୋକେ ମଧ୍ୟ ବିଜେଡିର ଥିଲେ। ହେଲେ ଏହି ଘଟଣାରେ ମୁଖ୍ୟ ଦାୟୀ ଯିଏ ତାକୁ ଏ ପର୍ଯ୍ୟନ୍ତ ଧରାଗଲାନାହିଁ। ମନ୍ତ୍ରୀ ଏହା ଉପରେ ଗୁରୁତ୍ୱର ସହ ବିଚାର କରନ୍ତୁ ବୋଲି ସେ କହିଛନ୍ତି। ଶ୍ରେଷ୍ଠ ମଦ ବ୍ୟବସାୟୀଙ୍କୁ ପୁରଷ୍କାର ଦିଆଯିବା ଘଟଣାରେ ସିଏ ସରକାରଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀ ଶ୍ରେଷ୍ଠ ମଦ ବ୍ୟବସାୟୀଙ୍କୁ ପଦ୍ମଭୂଷଣ କିମ୍ବା ପଦ୍ମଶ୍ରୀ ଦିଆଯିବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି। ଏହାପରେ ଅମର ପ୍ରସାଦ ଶତପଥୀ ଦୁଇ ବିଭାଗର ଖର୍ଚ୍ଚ ଦାବି ମଞ୍ଜୁରୀ ପ୍ରସ୍ତାବ ଦାବିକୁ ସମର୍ଥନ ଦେଇଛନ୍ତି। ଏହାପରେ ପ୍ରଫୁଲ୍ଲ ସାମଲ ବ୍ୟୟ ବରାଦ ବିଲ୍‌କୁ ସମର୍ଥନ ଦେଇ କହିଛନ୍ତି ଯେ, ରାଜସ୍ବ ବିଭାଗର ପରିଚାଳନା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ସମସ୍ତେ ମାନୁଛନ୍ତି। ବର୍ତ୍ତମାନ ମଧ୍ୟ ରାଜ୍ୟରେ ବହୁ ଭୂମିହୀନ ରହିଛନ୍ତି। ଭୂସଂସ୍କାର ଆଇନରେ ସଂଶୋଧନ ଆବଶ୍ୟକ। ଲଘୁ ଖଣିଜ ସମ୍ପଦ ଉପରେ ମାଫିଆ ରାଜ କରିଲେଣି। ୪୫ ହଜାର ଏକର ଜମି ଜବର ଦଖଲରେ ରହିଛି। ଏହାପରେ ନରସିଂହ ମିଶ୍ର କହିଛନ୍ତି ଯେ, ବିଜୁ ବାବୁ ଦେଶୀ ମଦ ବନ୍ଦ କରିଥିଲେ। ଗୁଜରାଟ, ବିହାରରେ କାଗଜ କଲମରେ ମଦ ବନ୍ଦ ଅଛି। ମଦ ବନ୍ଦ କରାଗଲେ ସମସ୍ୟାର ସମାଧାନ ହେବନାହିଁ। ଏହା ଉପରେ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ହାଇଓ୍ବେ ନିକଟରେ ମଦ ଦୋକାନ ବନ୍ଦ କରାଯିବା ଦରକାର। ବହୁ ବିଧାୟକ ଜାଣନ୍ତି ନାହିଁ ସେମାନଙ୍କ ଅଞ୍ଚଳରେ କେଉଁ ରାଜସ୍ବ ନିୟମ ପ୍ରଚଳିତ ହେଉଛି। ଏହାପରେ ସୁରେଶ ରାଉତରାୟ ଜଗନ୍ନାଥ ମୁଖ୍ୟତଃ ରାଜସ୍ବ ବିଭାଗ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଫନୀ ଦ୍ୱାରା ଖୋର୍ଦ୍ଧା ଲୋକେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ସାହାଯ୍ୟ ଯୋଗାଇବା। ଏହାସହ ପୂର୍ବରୁ ସେହି ଅଞ୍ଚଳରେ ଥିବା ବହୁ ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାମରେ ହୋଇଯାଇଥିଲା। ଫଳରେ ବହୁ ବାସିନ୍ଦା ନିଜ ଜମି ସେଠାରେ ବିକ୍ରି କରିବାରେ ଅସୁବିଧା ଭୋଗିଲେ। ଏନେଇ ହାଇକୋର୍ଟ ଦେଇଥିବା ରାୟ କାର୍ଯ୍ୟକାରୀ ହେବା ଆବଶ୍ୟକ। ସେହିପରି ବହୁ କଲେଜ ପିଲା ବର୍ତ୍ତମାନ ନିଶାଦ୍ରବ୍ୟ ଖାଇବାରେ ଲାଗିଛନ୍ତି। ଏନେଇ ମଧ୍ୟ ଗୁରୁତ୍ୱ ଦେବାକୁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri