Posted inରାଜ୍ୟ

ଖବରଦାତାଙ୍କ ସହ ନୂଆ ଜିଲାପାଳଙ୍କ ସୌଜନ୍ୟମୂଳକ ଆଲୋଚନା: ତହସିଲ, ବ୍ଲକ, ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ

ଜଗତ୍‌ସିଂହପୁର ଅଫିସ,୨୭ା୬: ଏଣିକି ଜଗତ୍‌ସିଂହପୁର ଜିଲାର ସମସ୍ତ ତହସିଲ, ବ୍ଲକ ଓ ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ। ଫଳରେ ଏହି କାର୍ଯ୍ୟାଳୟକୁ ଯାଉଥିବା ଲୋକେ ଠିକ ଭାବେ ସେବା ପାଇଲେ କି ନାହିଁ ସେ ସମ୍ପର୍କରେ ମତାମତ ଲେଖି ବାକ୍ସରେ ପକାଇବେ। ଫର୍ମ ଦେବାନେବା ଦାୟିତ୍ୱରେ ଜଣେ କର୍ମଚାରୀ ନିୟୋଜିତ ରହିବେ। ପ୍ରତି ୧୫ ଦିନ କିମ୍ବା ୧ ମାସରେ ଏହି ବାକ୍ସ ଖୋଲାଯିବ। ତାହା ଯେ କେହି ଖୋଲିପାରିବେ ନାହିଁ। ସେ କିମ୍ବା ତାଙ୍କ ନିର୍ଦ୍ଦେଶରେ କୌଣସି ଅଧିକାରୀ ଏହା ଖୋଲିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ନୂଆକରି ଯୋଗ ଦେଇଥିବା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସେ କହିଛନ୍ତି, ମଧ୍ୟପ୍ରଦେଶ ସରକାର ସେ ରାଜ୍ୟରେ ମତାମତ ବ୍ୟବସ୍ଥା କରିଛନ୍ତି। ତେଣୁ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରଚଳନ ହେଲାପରେ ଲୋକେ ସୁଦୂର ପ୍ରସାରି ଫଳ ପାଇବେ। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଖବରଦାତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା ଅବସରରେ ଜିଲାପାଳ ଏହା କହିଛନ୍ତି। କେବଳ ଏତିକି ନୁହେଁ ରେସିଡେଣ୍ଟ (ଘର), କାଷ୍ଟ (ଜାତି) ଓ ଲିଗାଲ ହେୟାର (ଉତ୍ତରାଧିକାରୀ) ସାର୍ଟିଫିକେଟ୍‌ ପାଇବା ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାପାଳ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଜୁଲାଇ ୧୫ ତାରିଖ ସୁଦ୍ଧା ସବୁଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ତହସିଲଦାର, ଅତିରିକ୍ତ ତହସିଲଦାର କିମ୍ବା ଅନ୍ୟ କର୍ମଚାରୀ ସମାଧାନ ନ କରି ପାଖରେ ରଖନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁରୂପ ଭାବେ ଜମିଜମା ସଂକ୍ରାନ୍ତ ଅର୍ଥାତା ମ୍ୟୁଟେସନ୍‌ ଆଦି ମାମଲା ୪/୫ ବର୍ଷ ଯାଏ ପାଖରେ ରଖିଲେ ହେବ ନାହିଁ। ତୁରନ୍ତ ସେଗୁଡିକୁ ଫଏସଲା କର ନ ଚେତ ତ୍ରୁଟି ଥିଲେ ବରଖାସ୍ତ କରିବାକୁ ପଡିବ। ଏହା ହେଲେ ରାଜସ୍ବ ବିଭାଗର ଗୁଣାତ୍ମକ ବୃଦ୍ଧି ଘଟିବ ବୋଲି ଜିଲାପାଳ କହିଥିଲେ। ନିଜ କଥା ଉଠାଇ ଜିଲାପାଳ କହିଥିଲେ ସେ ଯାହା କୁହନ୍ତି ତାହା କରନ୍ତି। ତେଣୁ ଅଫିସରମାନେ ମଧ୍ୟ ତାହା କରିବା ଉଚିତ। ୩ୟ ବାଟରେ ନ ଯିବା ପାଇଁ ସେ ଅଧିକାରୀଙ୍କୁ କହିଛନ୍ତି। ଅଧିକାରୀମାନେ ତାଙ୍କ ବାଟରେ ହେଉ ନ ଚେତ ଉପର ବାଟରେ ଯିବାକୁ ପରାମର୍ଶ ଦେଇଛନ୍ତି। ସବୁଠାରୁ ବଡ କଥା ହେଲା ଅଧିକାରୀମାନେ ସେମାନଙ୍କ ଶ୍ରମଠାରୁ ଅଧିକ ୩୦% ଶ୍ରମ ଦେବାକୁ ପଡିବ। ଏଥିରେ ଅନେକ ଅଫିସର ରାଜି ହୋଇ ଅଧିକ ସମୟ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲାପାଳ କହିଥିଲେ। ଯେହେତୁ ସେ ଜିଲାର ପୁଅ ତେଣୁ ତାଙ୍କ ପାଇଁ ଅଧିକାରୀମାନେ ଏଭଳି କରିବେ ବୋଲି ଆଶାବାଦୀ ଅଛନ୍ତି। ସେ ବିଭିନ୍ନ ସରକାରୀ କାର୍ଯ୍ୟାାଳୟ ଅତର୍କିତ ପରିଦର୍ଶନ(ସରପ୍ରାଇଜ୍‌ ଭିଜିଟ୍‌) କରିବେ। ଅନ୍ୟ ଅଧିକାରୀମାନେ ମଧ୍ୟ ଅନୁରୂପ କରିବେ। ଜିଲାପାଳ ଯଦି ବାସଗୃହ ଭିତରେ ସୀମିତ ରହିବେ ତେବେ ଜିଲାର ଉନ୍ନତି ଏହି ପାଚେରି ଭିତରେ ରହିଯିବ ବୋଲି ମତ ରଖିଥିଲେ। ତେଣୁ ଜିଲା ପ୍ରଶାସନ ଡୋର ଷ୍ଟେପ୍‌ରେ ପହଞ୍ଚତ୍ବା ଆବଶ୍ୟକ।
ଜିଲାରେ ବୈଷୟିକ ଜ୍ଞାନର ସର୍ବାଧିକ ବ୍ୟବହାର ହେଉନି। ଯଦି ଜିଲାପାଳଙ୍କ ପାଖକୁ ୧୦ ଜଣ ବିଭିନ୍ନ ଅଭିଯୋଗ ନେଇ ପହଞ୍ଚିଥାନ୍ତିି ଏବଂ ଜିଲାପାଳଙ୍କଠାରୁ ଏହି ଫାଇଲ ଚାଲିଯାଏ ତେବେ କୁଆଡେ ଗଲା ପରବର୍ତ୍ତୀ ସମୟରେ ତାହା ଚିହ୍ନଟ କରି ହେଉନାହିଁ। ତେଣୁ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏହିଭଳି ଜିଲାରେ ଅନେକ ସମସ୍ୟା ରହିଛି। ଦୀର୍ଘ ବର୍ଷର ଏହିସବୁ ସମସ୍ୟାର ସମାଧାନ ରାତାରାତି ହୋଇପାରିବ ନାହିଁ। ତଥାପି ଯଥା ସମ୍ଭବ ଚେଷ୍ଟା ହେବ। ଜିଲା ମୁଖ୍ୟାଳୟରେ ଏକ ଭଲ ଷ୍ଟାଡିୟମ ନାହିଁ। କ୍ରୀଡାର ଉନ୍ନତି କିପରି ହେବ ବୋଲି ସେ ପ୍ରଶ୍ନ କରିବା ସହ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବା ପାଇଁ ଚେଷ୍ଟା ହେବ। ଜିଲାରେ ଯେଉଁଭଳି ସିଥିଳତା ସୃଷ୍ଟି ହୋଇଛି ତାକୁ କ୍ରିୟାଶୀଳ କରାଯିବ ବୋଲି ଜିଲାପାଳ କହିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର...

ଆନ୍ଧ୍ର ଲିଭାଇଥିବା ନାମଫଳକ ଲେଖିଲା ଜିଲା ପ୍ରଶାସନ

ପଟ୍ଟାଙ୍ଗୀ,୧।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଟି ସ୍ଥାନରେ ଓଡ଼ିଶା ସରକାରଙ୍କ ରହିଥିବା ଓଡ଼ିଆ ନାମଫଳକକୁ ଆନ୍ଧ୍ର...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ପୁରୁଷଙ୍କୁ ଏବେ ପିଏଚ୍‌ଡି କରିବାର ସୁଯୋଗ ଦିଆଯିବ। ପୁଣି ବିଶ୍ୱବିଦ୍ୟାଳୟର ପୁରୁଷ ଅଧ୍ୟାପକମାନେ ହିଁ...

ମହାନଦୀରୁ ଉଦ୍ଧାର ହେଲେ ଏହି ଓଲିଉଡ ଅଭିନେତାଙ୍କ ସ୍ତ୍ରୀ

କଟକ ଅଫିସ,୧୫।୧୧-କଟକ ମଧୁସୂଦନ ସେତୁ ନିକଟ ମହାନଦୀରୁ ଓଲିଉଡ୍‌ର ଅଭିନେତା ଅମ୍ଳାନ ଦାସଙ୍କ ସ୍ତ୍ରୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି। ପରେ ମେଡିକାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା...

୨୪୧ ପିଜି ଡାକ୍ତରଙ୍କୁ କୋଭିଡ୍‌ ଦାୟିତ୍ୱ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପରିଚାଳନା ପାଇଁ ୩୦ ଜିଲାରେ ୨୪୧ ପିଜି ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ...

ମହିମାନନ୍ଦ ମିଶ୍ରଙ୍କୁ ଜାମିନ: ତଳକୋର୍ଟ ନିର୍ଦ୍ଧାରଣ କରିବେ ଜାମିନ ସର୍ତ୍ତ

କଟକ ଅଫିସ, ୧୪ା୧୧- ପାରାଦୀପ ସିୱେଜ ଶିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ...

୩ ଦିନିଆ ମୁମ୍ବାଇ ଗସ୍ତରେ ନବୀନ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରଠାରୁ ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ବୁଧବାର ମୁମ୍ବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ। ଦେଶର ଖ୍ୟାତନାମା...

୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା...

Advertisement
Archives

Model This Week