ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ କମିଶନର

ଭୁବନେଶ୍ୱର,୨୪।୧୨: ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭରତ ସାହୁ ଓରଫ ବାପି ଓ ଦୁର୍ଗା ପ୍ରସାଦ ସାହୁ ଓରଫ ହାପିଙ୍କୁ ପୋଲିସ ଗିରଫ କରିଛି। ଉଭୟଙ୍କ ନିକଟରୁ ପୋଲିସ ଏକ ମାଉଜର ଏବଂ ବାଇକ୍‌କୁ ଜବତ କରିଛି। ସେମାନଙ୍କ ବିରୋଧରେ ଖଣ୍ଡଗିରି ପୋଲିସ କେସ୍‌ (ନଂ.୬୩୫/୧୯) ରୁଜୁ କରିଥିବା ବେଳେ ହତ୍ୟା ମାମଲାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି। ଏ ସମ୍ପର୍କରେ ମଙ୍ଗଳବାର କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଜମିଦାରି ଘଟଣାକୁ ନେଇ ଅନିଲଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି।

କମିଶନରଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ବାପିଙ୍କ ମା’ଙ୍କ ନାମରେ ଥିବା ସମ୍ପତ୍ତିକୁ ତାଙ୍କ ବାପା ଶସ୍ତାରେ ଗ୍ରାମର କିଛି ଲୋକଙ୍କୁ ବିକ୍ରି କରିଦେଇଥିଲେ। ପରେ ବାପି ପୁଣି ଉକ୍ତ ଜମିକୁ ଫେରି ପାଇବାକୁ ଚାହିଁଥିଲେ। ହେଲେ ଗ୍ରାମର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ଏଥିରେ ଅନିଲ ଗ୍ରାମବାସୀଙ୍କୁ ସମର୍ଥନ କରୁଥିଲେ। ସେହିପରି ବାପିଙ୍କ ସହଯୋଗୀ ଆଲୋକ ଡ୍ରଗ୍ସ ବେପାର କରୁଥିବା ବେଳେ ତାଙ୍କୁ ମୃତ ଅନିଲ ବିରୋଧ କରୁଥିଲେ। ଏଣୁ ଅନିଲଙ୍କ ଉପରେ ବାପିଙ୍କ ରାଗ ବଢ଼ିବାରେ ଲାଗିଥିଲା। ତେବେ ହତ୍ୟାର ପୂର୍ବଦିନ ବାପି ଜନ୍ମଦିନ ପାଳିବାକୁ ପୁରୀ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅନିଲ ଗାଁ ଲୋକଙ୍କ ସହ ମିଶି ତାଙ୍କ ନାମରେ ପୋଲିସରେ ଅଭିଯୋଗ କରିବାକୁ ଷଡ଼ଯନ୍ତ୍ର କରୁଥିବା ବାପିଙ୍କୁ ତାଙ୍କ ସହଯୋଗୀ କହିଥିଲେ। ଶେଷରେ ଅନିଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ବାପି ଗତ ସେପ୍ଟେମ୍ବର ୭ ତାରିଖରେ ଗୁଳିମାଡ଼ କରିଥିଲେ। ବାହାଦଲପୁର ହନୁମାନ ମନ୍ଦିର ସମ୍ମୁଖରେ ଅନିଲ ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କୁ ବାପି, ଆଲୋକ ଓ ହାପି ମୁହଁରେ କପଡ଼ା ବାନ୍ଧି ଅଟକାଇଥିଲେ। ପରେ ସେମାନେ ଅନିଲଙ୍କ ଛାତିକୁ ଗୁଳି କରିଥିଲେ। ଏହାକୁ ତାଙ୍କ ବାପା ବିରୋଧ କରିବାରୁ ଅଭିମନ୍ୟୁଙ୍କ ଗୋଡ଼କୁ ଗୁଳି କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ଅଭିଯୁକ୍ତମାନେ ପ୍ରଥମେ ଖୋର୍ଦ୍ଧା ଓ ପରେ ରାୟଗଡ଼ାରେ ଲୁଚିଥିଲେ। ସେଠାରୁ ପୋଲିସ ଉଭୟଙ୍କୁ ଗିରଫ କରିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଜା ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ଲାଗି ପୋଲିସ ଚଢ଼ାଉ ଜାରି ରଖିଥିବା ଷଡ଼ଙ୍ଗୀ କହିଛନ୍ତି।

ପ୍ରକାଶଯୋଗ୍ୟ, ଅନିଲଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବାହାଦଲପୁର ଅଞ୍ଚଳର ଶତାଧିକ ଲୋକେ ରାସ୍ତାରୋକୋ କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେମାନେ ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ,...

‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଅନ୍ତରୀଣ ଡିଜିପି: ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ)-‘ହ୍ୟାଲୋ ମୁଁ ଡିଜିପି ସତ୍ୟଜିତ ମହାନ୍ତି କହୁଛି। ଆପଣ ଥାନାକୁ ଯାଇ ଅଭିଯୋଗ କରିଥିଲେ, ପୋଲିସ ଠିକ୍‌ କାର୍ଯ୍ୟାନୁଷ୍ଠାନ ନେଇଛି କି? ଥାନା ଅଧିକାରୀ...

ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର ଘଟନା:ସାହାଯ୍‌ ଲାଗି କଥା ଦେଲେ ବିଧାୟିକା

  ଅତାବିରା, ୧୭।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲକଁର ପୁଓ ଶଙ୍କର ଜାଲ(୮)। ଜନ୍‌ମୁ ଶଙ୍କରର ମଲଦୁଆର...

ଫୁଲ, ଚନ୍ଦନ ଦେଇ ମତଦାତାଙ୍କୁ ସ୍ବାଗତ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଆଦର୍ଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ଭିନ୍ନ ଆକର୍ଷଣ ପାଲଟିଛି । ଏହି କ୍ରମରେ ବିଜେପୁର ବାଳକ...

ଟୁଇନ୍‌ ସିଟିରେ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଟୁଇନ୍‌ ସିଟି ପାଇଁ କମିଶନରେଟ ପୋଲିସ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ଇ-ଆପ୍ଲିକେଶନ ଆରମ୍ଭ କରିଛି କମିଶନରେଟ ପୋଲିସ। ଟୁଇନ୍‌...

ରାଜ୍ୟ କ୍ୟାବିନେଟ: ଶ୍ରୀମନ୍ଦିର ସୁରକ୍ଷା ଓ ଚତୁଃପାର୍ଶ୍ୱ ଉନ୍ନୟନକୁ ଗୁରୁତ୍ୱ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ସଚିବାଳୟରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମନ୍ଦିର ସୁରକ୍ଷା ଓ ଚତୁଃପାର୍ଶ୍ୱ ଉନ୍ନୟନକୁ...

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପ୍ରଶାନ୍ତ କୁମାର ଜଗଦେବ ୩ଶହ ୯୯ଭୋଟରେ...

Advertisement


Archives

Model This Week