ଖଟିଆରେ ମୃତଦେହ ବୁହାହେବା ଘଟଣା : ଓ୍ବାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡ଼ି, ୩୦।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାରଲୋକେ ମୃତଦେହକୁ ପ୍ରାୟ ୩କିମି ଦୂର ଶ୍ରାନିକେତାକୁ ଖଟିଆରେ ବୋହି ନେଇଥିଲେ। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସମୀର କୁମାର ଦାସ ଡ୍ୟୁଟିରେ ଥିବା ୱାର୍ଡ଼ ଆଟେଣ୍ଡାଣ୍ଟ ନିରାକାର ବେହେରାଙ୍କୁ ଶନିବାର ସସ୍‌ପେଣ୍ଡ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି ଏବଂ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଇନଚାର୍ଜ ସେନାପତିଙ୍କୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ମୃତଦେହ ନେବା ପାଇଁ ମହାପ୍ରୟାଣ ଯାନ ନଥିବାବେଳେ ଏନେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ଥାନାକୁ ଜଣାଇଲ ନାହିଁ କାହିଁକି, କିମ୍ବା ଜିଲା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ କାହିଁକି ଅବଗତ କରାଗଲାନାହିଁ। ଏହାସହ କାର୍ଯ୍ୟରତ ନର୍ସ ତୃପ୍ତି ପ୍ରଧାନଙ୍କୁ କୋଟଗଡ ବ୍ଲକ ଉପାନ୍ତ ସୁବର୍ଣ୍ଣଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ପଠାଇଦିଆଯାଇଛି।ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ସେନାପତି କହିଛନ୍ତି ଯେ, ପରିବାର ଲୋକଙ୍କ ଘର ଦାରିଙ୍ଗବାଡ଼ି ଠାରୁ ମାତ୍ର ୩ କିମି ଦୂର। ଦାରିଙ୍ଗବାଡ଼ିରେ ମହାପ୍ରୟାଣ ଯୋଜନାରେ ଗାଡ଼ି ନ ଥିବାରୁ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ନିରାକାର ମୃତ କିରଣଙ୍କ ବାପା ଝାଙ୍କେଶ୍ୱରଙ୍କୁ ବାଲିଗୁଡ଼ାରୁ ମହାପ୍ରୟାଣ ଗାଡ଼ି ଡକାଯାଇଛି ବୋଲି କହିଥିଲେ। ଦାରିଙ୍ଗବାଡ଼ି ଠାରୁ ବାଲିଗୁଡ଼ାର ଦୂରତା ୫୦ କିମି, ଗାଡ଼ି ଆସିବା ବିଳମ୍ବ ହେବ ଏଣୁ ଆମେ ନିଜେ ବ୍ୟବସ୍ଥା କରି ନେଇଯିବୁ ବୋଲି କହିବା ସହ ଲିଖିତ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ଜଣାଇ ମୃତଦେହ ଖଟିଆରେ ବୋହି ନେଇଥିଲେ। କୌଣସି ମନ୍ଦ ଉଦ୍ଦେଶ୍ୟ କି ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ବିଳମ୍ବ ଯୋଗୁ ନିଜ ସୁବିଧାରେ ନେଉଥିବା ସେଥିରେ ଉଲ୍ଲେଖ କରିଥିଲେ।ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ି ବ୍ଲକରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହାପ୍ରୟାଣ ଗାଡ଼ି ରହିଥିଲା। କିଛିଦିନ ରହିବା ପରେ ଗାଡ଼ିଟିକୁ ଅନ୍ୟତ୍ର ନିଆଗଲା। ଫଳରେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଭିନ୍ନ ରୋଗ ହେଉକି ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତଦେହ ନେବାପାଇଁ ବାଲିଗୁଡ଼ା କିମ୍ବା ଅନ୍ୟତ୍ର ମହାପ୍ରୟାଣ ଗାଡ଼ି ଅଣାଯାଉଛି। ଫଳରେ ଲୋକେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି। ଗରିବ ଲୋକ ବାଧ୍ୟ ହୋଇ ଖଟିଆ କିମ୍ବା କାନ୍ଧରେ ବୋହି ମୃତଦେହ ନେବାର ନଜିର ରହିଛି। ଜିଲାପ୍ରଶାସନ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗଁ। ପାଇଁ ଏକ ମହାପ୍ରୟାଣ ଯାନ ଯୋଗାଇଦେବାକୁ ସାମାଜିକକର୍ମୀ ସୁରେଶ ବଳିଆର ସିଂ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ: ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପୁରୁଷୋତ୍ତମପୁର,୩୧।୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି...

ବିଳମ୍ବ ହେଲା ଯୁକ୍ତ ୨ ଖାତା ମୂଲ୍ୟାୟନ

ବ୍ରହ୍ମପୁର ଅଫିସ୍‌,୧୬ା୫-ଚଳିତ ଥର ଯୁକ୍ତ ୨ ଖାତା ମୂଲ୍ୟାୟନ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହେବାରେ ଲାଗିଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ନେଇ...

୧୫ ନଂ ଜୋନ୍‌ରେ ଚାଲିଛି ଗଣତି

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି।...

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା: ୩ ବର୍ଷ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଘଟଣାର...

ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨୯ା୩ – ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭୂତାଣୁର ପ୍ରକୋପ ଏବେ ଭାରତ ଉପରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବ୍ରହ୍ମପୁର...

ଦିଗପହଣ୍ଡି ସହରରେ କମିଲା ବିଜେଡିର ଭୋଟ

ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ...

ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣ

ଶଙ୍କରାଖୋଲ,୧୧ା୭(ଡି.ଏନ୍‌.ଏ.)- ଏକ ଗଣ୍ଡଗୋଳ ମାମଲାରେ ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶୁକ୍ରବାର ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।...

କୋର୍ଟ ଆଦେଶକୁ ଅବମାନନା କରି ପଳାତକ ଘୋଷିତ ହୋଇଥିଲେ, ୨ ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କଲା ପୋଲିସ

ବେଗୁନିଆପଡ଼ା,୧୩ା୪(ଡି.ଏନ୍‌.ଏ.): ପୋଲିସ ହାତରେ ଧରା ଦେଲେନି, କୋର୍ଟକୁ ବି ଅବମାନନା କଲେ। ଶେଷରେ ଜବତ ହେଲା ଅପରାଧୀଙ୍କ ସମ୍ପତ୍ତି। ଏଭଳି ଏକ ଖବର ସାମ୍ନାକୁ ଆସିଛି...

Advertisement
Archives

Model This Week