କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ ପ୍ରତିଭା ଦେଖାଇଲେ ପ୍ରବାସୀ

ବଅଁରପାଳ,୧୨ା୬(ଡି.ଏନ.ଏ.)- ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ ତାଙ୍କୁ କେରଳରେ ଶ୍ରମିକ କରିଦେଲା। ସେବେଠାରୁ ଆଉ ତୂଳୀ ଧରି ନ ଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗିରିଧିବାସିଆ ଗ୍ରାମର ବିକାଶ ଭୋଇ (୧୮) ଏବେ ଗଁା କ୍ୱାରାଣ୍ଟାଇନ କେନ୍ଦ୍ରରେ ଦେଇଛନ୍ତି ଯାଦୁକରୀ କଳାର ସ୍ପର୍ଶ। କାନ୍ଥ, ପିଲରଗୁଡ଼ିକରେ ସେ ଆଙ୍କିଥିବା ଚିତ୍ର ସଙ୍ଗରୋଧ କେନ୍ଦ୍ରର ଅନ୍ୟ ସାଥୀମାନଙ୍କୁ ବେଶ୍‌ ଚକିତ କରିଦେଇଛି। ଗ୍ରାମବାସୀ, ସରପଞ୍ଚ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।
ବିକାଶ କହିଛନ୍ତି, ବହୁ ଦୁଃଖ କଷ୍ଟରେ ସେ ୧୦ମ ଶ୍ରେଣୀ ଯାଏ ପଢ଼ିପାରିଛନ୍ତି। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସେ ଅଧିକ ପଢ଼ିବା ପରିବର୍ତ୍ତେ କେରଳ ଚାଲି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା କଟକଣା ପରଠାରୁ ସେ ବହୁ ଦୁଃଖ କଷ୍ଟରେ ସେଠାରେ ଫସି ରହିଥିଲେ। ଗତ ୫ ତାରିଖରେ ସେ କେରଳରୁ ଫେରିଛନ୍ତି। ତାଙ୍କୁ ବଅଁରପାଳସ୍ଥିତ ପି.ବି.କେ. ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତେଣୁ ସେଠାରେ ଅଯଥାରେ ବସି ସମୟ ନଷ୍ଟ କରିବା ବଦଳରେ ସେ ସ୍କୁଲ ପିଲାଙ୍କ ପାଇଁ ସୁନ୍ଦର ଚିତ୍ରକଳାମାନ ଅଙ୍କନ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ କାଗଜରେ ବିଭିନ୍ନ ଚିତ୍ର ଆଙ୍କି ସେ ବଅଁରପାଳ ସରପଞ୍ଚ ଫକୀର ନାଏକଙ୍କୁ ଦେଇଥିଲେ। ଅନୁମତି ମିଳିଲେ ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟ ବଢ଼ାଇବେ ବୋଲି କହିଥିଲେ। ତାଙ୍କ କଥା ରଖି ସରପଞ୍ଚ ତୂଳୀ ଓ ବିଭିନ ରଙ୍ଗ ଯୋଗାଇ ଦେବା ପରେ ସେ କାନ୍ଥ ଓ ପିଲରଗୁଡ଼ିକରେ ଗଣେଶ, ଜଗନ୍ନାଥ ଓ ବିଭିନ୍ନ ଦେବଦେବୀଙ୍କ ଚିତ୍ର ସହ ଫୁଲ ଏବଂ ଗଛମାନ ଆଙ୍କିଛନ୍ତି। ଏଥିରେ ଜଣେ ସହଯୋଗ ମଧ୍ୟ କରିଛନ୍ତି। ଓଡ଼ିଶାରେ ତାଙ୍କୁ ଭଲ କାମଟିଏ ମିଳିଗଲେ ଆଉ କେରଳ ଯିବେ ନାହିଁ ବୋଲି ବିକାଶ ପ୍ରକାଶ କରିଛନ୍ତି। ବିକାଶଙ୍କ ଏପରି ପ୍ରତିଭା ସମ୍ପର୍କରେ ସରପଞ୍ଚ ନାଏକ ଏବଂ ସାମାଜିକ କର୍ମୀ ଅଭୟ ସେନାପତି କହିଛନ୍ତି, ବିକାଶ ଚିତ୍ରକଳା ଅଙ୍କନ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ସେ ବେଶ୍‌ ସୁନ୍ଦର କାରୁକାର୍ଯ୍ୟ ମାନ କରି ସ୍କୁଲର ସୌନ୍ଦର୍ଯ୍ୟ ବଢ଼ାଇ ଦେଇଛନ୍ତି। କ୍ୱାରାଣ୍ଟାଇନ ଅବଧି ପୂରଣ ପରେ ବିକାଶଙ୍କୁ ଏଥିପାଇଁ ପାରିଶ୍ରମିକ ଦିଆଯାଇ ସମ୍ମାନର ସହ ଘରକୁ ପଠାଇ ଦିଆଯିବ ବୋଲି ସରପଞ୍ଚ ନାଏକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri