Posted inଜାତୀୟ

କ୍ଷମତାର ଏକବର୍ଷ: ରେଡ୍‌ଜୋନ୍‌ରେ ଶାସନ-ଅର୍ଥନୀତି, ଅରେଞ୍ଜ୍‌ରେ ରାଜନୀତି-ଗ୍ରୀନ୍‌ରେ ବିକାଶ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏନେଇ କିଛି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସରକାରଙ୍କ ଗୋଟିଏ ବର୍ଷର ୬ଟି ସ୍ତମ୍ଭ ବିଶିଷ୍ଟ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କ୍ଷମତାର ଗୋଟିଏ ବର୍ଷରେ ଶାସନ ଏବଂ ଅର୍ଥନୀତି ରେଡ୍‌ ଜୋନ୍‌ରେ ଥିବାବେଳେ ରାଜନୀତି ଅରେଞ୍ଜ୍‌ ଏବଂ ବିକାଶ ଗ୍ରୀନ୍‌ଜୋନ୍‌ରେ ରହିଛି। ୬ଟି ସ୍ତମ୍ଭ ମଧ୍ୟରେ ଶାସନ ବ୍ୟବସ୍ଥା, ରାଜନୀତି, ନିଷ୍ପତ୍ତି ଗ୍ରହଣ, ଅର୍ଥନୀତି, ବିକାଶ, କୂଟନୈତିକ ସ୍ଥିତିକୁ ସାମିଲ କରାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱିତୀୟ ପାଳିର ଶାସନ ବ୍ୟବସ୍ଥାରେ ଭାରତୀୟ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମର ସ୍ବାଧୀନତା ୨ ସ୍ଥାନ ତଳକୁ ଆସିଛି। ଏହା ୧୪୦ରୁ ଖସିଆସି ୧୪୨ରେ ରହିଛି। ସେହିପରି ସିଏଏ-ଏନ୍‌ଆର୍‌ସି ନେଇ ଦେଶରେ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ ଭାରତ ସରକାରଙ୍କ ଉପରେ ଅଭିଯୋଗ ମଧ୍ୟ ଆଣିଛି। ସେହିପରି ରାଜନୀତି କ୍ଷେତ୍ରରେ ଚଳିତ ବର୍ଷ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସ୍ଥିତି ଅରେଞ୍ଜ୍‌ ଜୋନ୍‌ରେ ରହିଛି। ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ହରିୟାଣାର ନିର୍ବାଚନରେ କେବଳ ଭାଜପା ଗୋଟିଏ ରାଜ୍ୟରେ ସରକାର ଗଠନ କରିପାରିଛି। ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀରେ ଅଣ ଭାଜପା ସରକାର ଗଠନ ହୋଇଛି। ଗୋଟିଏ ବର୍ଷରେ ସରକାରଙ୍କ ପକ୍ଷରୁ ବହୁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ରେଡ୍‌ଜୋନ୍‌ରେ ରହିଛି। ସେଥିରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ୬୫ ଦନର ଲକ୍‌ଡାଉନ୍‌ ମଧ୍ୟ ଅଛି। ଲକ୍‌ଡାଉନ୍‌ ପରେ ବି ସଂକ୍ରମିତଙ୍କ ସଂଖ୍ୟା ୨୮୮ ଗୁଣା ବଢ଼ିଥିବାବେଳେ ମୃତକଙ୍କ ସଂଖ୍ୟା ୪୨୭ ଗୁଣା ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅର୍ଥନୀତି କ୍ଷେତ୍ରରେ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ରେଡ୍‌ ଜୋନ୍‌ରେ ରହିଛି। ଜିଡ଼ିପି ଅଭିବୃଦ୍ଧି ହାର ୧୧ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। ରିପୋର୍ଟରେ ବିକାଶ ହାର ଗ୍ରୀନ୍‌ଜୋନ୍‌ରେ ରହିଛି। ପ୍ରତିଦିନ ୨୭.୧୯ କିଲୋମିଟର ସଡ଼କ ପଥ ନିର୍ମାଣ ହେଉଥିବାବେଳେ ଏକବର୍ଷ ମଧ୍ୟରେ ଏହା ୨୬.୬୨ କିଲୋମିଟର ରହିଛି। ସେହିପରି ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ଅନୁସାରେ କରୋନା ସଂକ୍ରମଣ ଯୋଗୁ ୪୦ କୋଟି ଭାରତୀୟ ଗରିବ ରେଖା ତଳକୁ ଖସିଆସିବେ। ସେହିପରି ଲକ୍‌ଡ଼ାଉନ୍‌ ଯୋଗୁ ଶିଳ୍ପ ଏବଂ ସେବା କ୍ଷେତ୍ରରେ ୧୨ କୋଟି ଲୋକ ଚାକିରି ହରାଇଛନ୍ତି। ବ୍ୟବସାୟିକ ସୁବିଧା କ୍ଷେତ୍ରରେ ଭାରତ ୧୪ ସ୍ଥାନ ଉପରକୁ ଆସିଛି। ସେହିପରି କୂଟନୈତିକ କ୍ଷେତ୍ର ଅରେଞ୍ଜ୍‌ ଜୋନ୍‌ରେ ରହିଛି। ନେପାଳ ସହିତ ଲିପୁଲେଖ, କାଲାପାଣି ଏବଂ ଧାରଚୁଲା ଆଦି ୩ଟି ସ୍ଥାନରେ ସୀମା ବିବାଦ ସୃଷ୍ଟି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri