କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍‌

ହର୍ବାଲ ସିଗାରେଟ୍‌: ଇ-ସିଗାରେଟ୍‌ କୌଣସି ଗୁଣରେ ସାଧାରଣ ସିଗାରେଟ୍‌ଠାରୁ କମ୍‌ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେତେକ ଶିଳ୍ପସଂସ୍ଥା ହର୍ବାଲ ସିଗାରେଟ୍‌ ତିଆରି କଲେଣି। କାରଣ ସେମାନେ ଦେଖୁଛନ୍ତି ଯେ, ବର୍ତ୍ତମାନ କୌଣସି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ବିଶେଷକରି ଖାଦ୍ୟ, ଔଷଧ ବା ପ୍ରସାଧନ ସାମଗ୍ରୀର ଦାମ୍‌ ସହିତ ହର୍ବାଲ ବା ଅର୍ଗାନିଜ(ଜୈବ) ଶବ୍ଦଟିଏ ଯୋଡ଼ିଦେଲେ ତାହା ସମ୍ପୂର୍ଣ୍ଣ ଭାବେ ପରବର୍ତ୍ତୀ ପାର୍ଶ୍ୱପ୍ରଭାବ ସହିତ ନିରାପଦ ତଥା ସ୍ବାସ୍ଥ୍ୟ ପ୍ରଦାୟକ ବୋଲି ଲୋକେ ସ୍ବତଃ ଗ୍ରହଣ କରିନେଉଛନ୍ତି। ତୁଳସୀପତ୍ର, କମଳା ଘାସ, ଗୋଲାପ ପାଖୁଡ଼ା ଆଦି ଉଦ୍ଭିଦଜ ପଦାର୍ଥକୁ କାଗଜରେ ଗୁଡ଼ାଇ ସାଧାରଣ ଆକୃତିର କରି ତାହା ପ୍ରସ୍ତୁତ କରାଯାଉଛି। ଏଥିରେ ନିକୋଟିନ ନ ଥିବାରୁ ଏହାକୁ ସ୍ବାସ୍ଥ୍ୟପ୍ରଦ ବୋଲି କୁହାଯାଉଛି।
ବର୍ତ୍ତମାନ ବଜାରରେ ମିଳୁଥିବା ସବୁଠାରୁ ଜନପ୍ରିୟ ହର୍ବାଲ-ସିଗାରେଟ୍‌ ହେଲା ଅର୍ଗାନିକ ସ୍ମୋକ୍‌ସ। ଏହାର ପ୍ରସ୍ତୁତକର୍ତ୍ତାଙ୍କ ସୂଚନା ଅନୁସାରେ ଏଥିପାଇଁ ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶକରି ଉପକାରୀ ଉଦ୍ଭିଦଜ ଉପାଦାନ ମାନ ବ୍ୟବହାର କରାଯାଉଛି। ଏଣୁ ଏଥିରୁ ନିର୍ଗତ ଧୂଆଁର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହୁନାହିଁ ବରଂ ତାହା କାଶ, କଫ ଆଦି ରୋଗର ଉପଶମ କରିପାରୁଛି। ପୁନଶ୍ଚ ଏହା ଧୂଆଁପତ୍ର ଭିତ୍ତିକ ସାଧାରଣ ସିଗାରେଟ୍‌ ସେବନରୁ ଲୋକଙ୍କୁ ନିବୃତ୍ତ କରୁଛି। କିନ୍ତୁ ରୋଗ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରୁନାହାନ୍ତି। ସେମାନଙ୍କ ମତରେ ଏଥିରେ ସିନା ନିକୋଟିନ ନାହିଁ ତେବେ ଅନ୍ୟାନ୍ୟ ଜୈବ ପଦାର୍ଥ ରହିଛି; ଯାହା ଜଳିଲେ ତହିଁରୁ ଆଲକାତରା ସମେତ ବିବିଧ ବିଷାକ୍ତ ବାଷ୍ପ ସୃଷ୍ଟି ହୋଇପାରେ। ସେସବୁ ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ। ନିକଟରେ ଗବେଷଣା ପତ୍ରିକା ‘ଟବାକୋ କଂଟ୍ରୋଲ’ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ, ହର୍ବାଲ ସିଗାରେଟ୍‌ରୁ ନିର୍ଗତ ଧୂଆଁ ସାଧାରଣ ସିଗାରେଟ୍‌ ଧୂଆଁଠାରୁ କୌଣସି ଗୁଣରେ କମ୍‌ କର୍କଟ ରୋଗକାରୀ ନୁହେଁ। ପୁନଶ୍ଚ ଏଥିରେ ମଧ୍ୟ ପ୍ରଚୁର ପରିମାଣରେ କାର୍ବନ ମନୋକ୍‌ସାଇଡ ଏବଂ ସୂକ୍ଷ୍ମକଣିକା ଥିବା ଜଣାପଡ଼ିଛି। ଏ ଉଭୟେ ସ୍ବାସ୍ଥ୍ୟ ପାଇଁ ବିଶେଷଭାବେ କ୍ଷତିକାରକ।
ଅବଶ୍ୟ ହର୍ବାଲ-ସିଗାରେଟ୍‌ ଉପରେ ଅଧ୍ୟୟନ ଏବେ ମଧ୍ୟ ସୀମିତାବସ୍ଥାରେ ରହିଛି। ତେବେ, ତାହା ଯେତିକି ହୋଇଛି ସେତିକିରୁ ଏକଥା ସ୍ପଷ୍ଟ ଯେ, ତାହା କଦାପି ନିରାପଦ ନୁହେଁ। ପୁନଶ୍ଚ ସାଧାରଣ ସିଗାରେଟ୍‌ ଭଳି ତା’ ଖୋଳ ଉପରେ କୌଣସି ବିପଦ ସୂଚକ ସଙ୍କେତ ଦିଆଯାଉନାହିଁ କିମ୍ବା ଏହାକୁ ସରକାରଙ୍କ ଦ ସିଗାରେଟ୍ସ ଏଣ୍ଡ ଅଦର ଟବାକୋ ପ୍ରଡକ୍ସ ଆକ୍ଟ ଦ୍ୱାରା ନିୟନ୍ତ୍ରିତ କରାଯାଉନାହିଁ। ଏଣୁ ସାଧାରଣ ଲୋକେ ବିଶେଷକରି ଯୁବପିଢ଼ି ଏହାକୁ ନିରାପଦ ମନେକରି ଅଧିକ ସେବନ କରିବା ସମ୍ଭାବନା ରହିଛି। ଏପରି ସ୍ଥଳେ ସିଗାରେଟ୍‌ ବା ଇ-ସିଗାରେଟ୍‌ ଭଳି ଏହା ମଧ୍ୟ ବିପଜ୍ଜନକ ହୋଇପାରେ ବୋଲି ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ବିକ୍ରୟ ଏବଂ ପ୍ରଚାର ଉପରେ ନିୟନ୍ତ୍ରଣ ଜାରି କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଉଚିତ। ସମସ୍ତେ ଉପଲବ୍ଧି କରିପାରିବେ ଯେ, ସବୁ ପ୍ରକାର ଧୂମପାନ ସ୍ବାସ୍ଥ୍ୟହାନି କାରକ। ଏଣୁ ସବୁ ପ୍ରକାର ସିଗାରେଟ୍‌ ଜୀବନଘାତକ।
-ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡିଗିରି ବିହାର, ଭୁବନେଶ୍ୱର,
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri