କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍‌

ହର୍ବାଲ ସିଗାରେଟ୍‌: ଇ-ସିଗାରେଟ୍‌ କୌଣସି ଗୁଣରେ ସାଧାରଣ ସିଗାରେଟ୍‌ଠାରୁ କମ୍‌ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେତେକ ଶିଳ୍ପସଂସ୍ଥା ହର୍ବାଲ ସିଗାରେଟ୍‌ ତିଆରି କଲେଣି। କାରଣ ସେମାନେ ଦେଖୁଛନ୍ତି ଯେ, ବର୍ତ୍ତମାନ କୌଣସି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ବିଶେଷକରି ଖାଦ୍ୟ, ଔଷଧ ବା ପ୍ରସାଧନ ସାମଗ୍ରୀର ଦାମ୍‌ ସହିତ ହର୍ବାଲ ବା ଅର୍ଗାନିଜ(ଜୈବ) ଶବ୍ଦଟିଏ ଯୋଡ଼ିଦେଲେ ତାହା ସମ୍ପୂର୍ଣ୍ଣ ଭାବେ ପରବର୍ତ୍ତୀ ପାର୍ଶ୍ୱପ୍ରଭାବ ସହିତ ନିରାପଦ ତଥା ସ୍ବାସ୍ଥ୍ୟ ପ୍ରଦାୟକ ବୋଲି ଲୋକେ ସ୍ବତଃ ଗ୍ରହଣ କରିନେଉଛନ୍ତି। ତୁଳସୀପତ୍ର, କମଳା ଘାସ, ଗୋଲାପ ପାଖୁଡ଼ା ଆଦି ଉଦ୍ଭିଦଜ ପଦାର୍ଥକୁ କାଗଜରେ ଗୁଡ଼ାଇ ସାଧାରଣ ଆକୃତିର କରି ତାହା ପ୍ରସ୍ତୁତ କରାଯାଉଛି। ଏଥିରେ ନିକୋଟିନ ନ ଥିବାରୁ ଏହାକୁ ସ୍ବାସ୍ଥ୍ୟପ୍ରଦ ବୋଲି କୁହାଯାଉଛି।
ବର୍ତ୍ତମାନ ବଜାରରେ ମିଳୁଥିବା ସବୁଠାରୁ ଜନପ୍ରିୟ ହର୍ବାଲ-ସିଗାରେଟ୍‌ ହେଲା ଅର୍ଗାନିକ ସ୍ମୋକ୍‌ସ। ଏହାର ପ୍ରସ୍ତୁତକର୍ତ୍ତାଙ୍କ ସୂଚନା ଅନୁସାରେ ଏଥିପାଇଁ ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶକରି ଉପକାରୀ ଉଦ୍ଭିଦଜ ଉପାଦାନ ମାନ ବ୍ୟବହାର କରାଯାଉଛି। ଏଣୁ ଏଥିରୁ ନିର୍ଗତ ଧୂଆଁର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହୁନାହିଁ ବରଂ ତାହା କାଶ, କଫ ଆଦି ରୋଗର ଉପଶମ କରିପାରୁଛି। ପୁନଶ୍ଚ ଏହା ଧୂଆଁପତ୍ର ଭିତ୍ତିକ ସାଧାରଣ ସିଗାରେଟ୍‌ ସେବନରୁ ଲୋକଙ୍କୁ ନିବୃତ୍ତ କରୁଛି। କିନ୍ତୁ ରୋଗ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରୁନାହାନ୍ତି। ସେମାନଙ୍କ ମତରେ ଏଥିରେ ସିନା ନିକୋଟିନ ନାହିଁ ତେବେ ଅନ୍ୟାନ୍ୟ ଜୈବ ପଦାର୍ଥ ରହିଛି; ଯାହା ଜଳିଲେ ତହିଁରୁ ଆଲକାତରା ସମେତ ବିବିଧ ବିଷାକ୍ତ ବାଷ୍ପ ସୃଷ୍ଟି ହୋଇପାରେ। ସେସବୁ ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ। ନିକଟରେ ଗବେଷଣା ପତ୍ରିକା ‘ଟବାକୋ କଂଟ୍ରୋଲ’ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ, ହର୍ବାଲ ସିଗାରେଟ୍‌ରୁ ନିର୍ଗତ ଧୂଆଁ ସାଧାରଣ ସିଗାରେଟ୍‌ ଧୂଆଁଠାରୁ କୌଣସି ଗୁଣରେ କମ୍‌ କର୍କଟ ରୋଗକାରୀ ନୁହେଁ। ପୁନଶ୍ଚ ଏଥିରେ ମଧ୍ୟ ପ୍ରଚୁର ପରିମାଣରେ କାର୍ବନ ମନୋକ୍‌ସାଇଡ ଏବଂ ସୂକ୍ଷ୍ମକଣିକା ଥିବା ଜଣାପଡ଼ିଛି। ଏ ଉଭୟେ ସ୍ବାସ୍ଥ୍ୟ ପାଇଁ ବିଶେଷଭାବେ କ୍ଷତିକାରକ।
ଅବଶ୍ୟ ହର୍ବାଲ-ସିଗାରେଟ୍‌ ଉପରେ ଅଧ୍ୟୟନ ଏବେ ମଧ୍ୟ ସୀମିତାବସ୍ଥାରେ ରହିଛି। ତେବେ, ତାହା ଯେତିକି ହୋଇଛି ସେତିକିରୁ ଏକଥା ସ୍ପଷ୍ଟ ଯେ, ତାହା କଦାପି ନିରାପଦ ନୁହେଁ। ପୁନଶ୍ଚ ସାଧାରଣ ସିଗାରେଟ୍‌ ଭଳି ତା’ ଖୋଳ ଉପରେ କୌଣସି ବିପଦ ସୂଚକ ସଙ୍କେତ ଦିଆଯାଉନାହିଁ କିମ୍ବା ଏହାକୁ ସରକାରଙ୍କ ଦ ସିଗାରେଟ୍ସ ଏଣ୍ଡ ଅଦର ଟବାକୋ ପ୍ରଡକ୍ସ ଆକ୍ଟ ଦ୍ୱାରା ନିୟନ୍ତ୍ରିତ କରାଯାଉନାହିଁ। ଏଣୁ ସାଧାରଣ ଲୋକେ ବିଶେଷକରି ଯୁବପିଢ଼ି ଏହାକୁ ନିରାପଦ ମନେକରି ଅଧିକ ସେବନ କରିବା ସମ୍ଭାବନା ରହିଛି। ଏପରି ସ୍ଥଳେ ସିଗାରେଟ୍‌ ବା ଇ-ସିଗାରେଟ୍‌ ଭଳି ଏହା ମଧ୍ୟ ବିପଜ୍ଜନକ ହୋଇପାରେ ବୋଲି ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ବିକ୍ରୟ ଏବଂ ପ୍ରଚାର ଉପରେ ନିୟନ୍ତ୍ରଣ ଜାରି କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଉଚିତ। ସମସ୍ତେ ଉପଲବ୍ଧି କରିପାରିବେ ଯେ, ସବୁ ପ୍ରକାର ଧୂମପାନ ସ୍ବାସ୍ଥ୍ୟହାନି କାରକ। ଏଣୁ ସବୁ ପ୍ରକାର ସିଗାରେଟ୍‌ ଜୀବନଘାତକ।
-ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡିଗିରି ବିହାର, ଭୁବନେଶ୍ୱର,
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷିତ ରଙ୍ଗଖେଳ

ଆସୁଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ବୋଳି ଏହି ଖେଳର ମଜା ନେବାକୁ ବେଶ୍‌ ଉତ୍କଣ୍ଠିତ ସଭିଏ । କିଏ ଭଳିକି ଭଳି...

ବାଣ୍ଟିଲେ ବଢ଼େ ଖୁସି

ଧନସମ୍ପତ୍ତି ଥାଇ ମଧ୍ୟ କିଛି ବ୍ୟକ୍ତି ଖୁସି ନ ଥାନ୍ତି। ତେବେ ପ୍ରକୃତ ଖୁସି ମିଳିଥାଏ ଅନ୍ୟ ସହ ଖୁସି ବାଣ୍ଟିବାରେ। ଏଭଳି ଅନେକ ରାସ୍ତା...

ଇନ୍‌ସୁଲିନ ସ୍ତରକୁ ନିୟନ୍ତ୍ରଣରେ ରଖେ କାକୁଡ଼ି

କାକୁଡ଼ିରେ ରହିଛି ଫାଇବର ଓ ପୋଟାସିୟମ। ଏହାକୁ ନିୟମିତି ଖାଇଲେ ସବୁ ପ୍ରକାର କିଡ୍‌ନୀ ସମସ୍ୟା ଠିକ୍‌ ହୋଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଛନ୍ତି।...

ଜାଣନ୍ତୁ ବର୍ଷାଦିନେ କିଭଳି ନେବେ ଗଛର ଯତ୍ନ

ଋତୁ ଅନୁସାରେ ଆମକୁ ଗଛର ଯତ୍ନନେବାକୁ ପଡ଼ିଥାଏ। ତେବେ ବର୍ଷାଦିନେ କିଭଳି ଯତ୍ନନେବା ଜାଣନ୍ତୁ ସେ ସମ୍ପର୍କରେ… . ବର୍ଷାଦିନେ ଜୈବିକ ସାର ପ୍ରୟୋଗ କରନ୍ତୁ।...

ବର୍ଷାରେ ଓଦା ହେବା ପରେ କରନ୍ତୁ ଏହି ୫ କାର୍ଯ୍ୟ: ନଚେତ ଉପୁଜି ପାରେ ଏସବୁ ସମସ୍ୟା

ବର୍ଷା ଦିନ ଆରମ୍ଭ ହୋଇଯାଇଛି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ଅନେକ ସଂକ୍ରମଣ ହୋଇଥାଏ। ଏଭଳି ପରିସ୍ଥିତିରେ ବର୍ଷାଠାରୁ ଦୂରେଇ ରହିବା ଉଚିତ। ଯଦି...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା...

ଆଇନ୍‌ଷ୍ଟାଇନ୍‌ଙ୍କ ସହ ବାର୍ତ୍ତାଳାପ

ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟି ସାରିଲାଣି ଆଜକୁ ପ୍ରାୟ ୬୬ବର୍ଷ ପୂର୍ବେ। ତା’ହେଲେ ତାଙ୍କ ସହିତ ବାର୍ତ୍ତାଳାପ କରିବା କିପରି? ତେବେ, ତାହା ହୋଇପାରନ୍ତା...

ଅପମାନିତ କରୁଥିବା ଲୋକଙ୍କୁ କିଭଳି ଦେବେ ଜବାବ? ଜାଣନ୍ତୁ ଚାଣକ୍ୟ କହିଥିବା କିଛି ଟିପ୍ସ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ...

Advertisement
Archives

Model This Week