Posted inଖେଳ

କ୍ରିକେଟ୍‌ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା

ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି। ଦୈତ ସ୍ବାର୍ଥ ମାମଲାରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଧିକାରୀ ଡି.କେ. ଜୈନଙ୍କ ନୋଟିସ୍‌ ମିଳିବା ପରେ କପିଳ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି। କପିଳଙ୍କ ପୂର୍ବରୁ ସିଏସିର ଅନ୍ୟତମ ସଦସ୍ୟା ତଥା ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଶାନ୍ଥା ରଙ୍ଗାସ୍ବାମୀ ମଧ୍ୟ ଇସ୍ତଫା ଦେଇଥିଲେ। ପ୍ରଶାସକ ସମିତିର ମୁଖ୍ୟ ବିନୋଦ ରାଇ ଓ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ନିକଟକୁ କପିଳ ତାଙ୍କ ଇସ୍ତଫା ପତ୍ର ମେଲ୍‌ କରିଦେଇଥିଲେ। ସିଏସିର ସଦସ୍ୟ ହେବା ମୋ ପାଇଁ ଖୁସିର କଥା ଥିଲା ଏବଂ ମୁଖ୍ୟ କୋଚ୍‌ ଚୟନ କରିବା ସ୍ବତନ୍ତ୍ର ରହିଥିଲା ବୋଲି କପିଳ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ମଧ୍ୟପ୍ରଦେଶ କ୍ରିକେଟ୍‌ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ ଆଣିଥିଲେ କୋଚ୍‌ ଚୟନ ପାଇଁ ରହିଥିବା ସିଏସିର ସଦସ୍ୟ ରହିଥିବା ବ୍ୟକ୍ତି ଏକ ସମୟରେ ଏକାଧିକ ଭୂମିକା ନିଭାଉଛନ୍ତି। କପିଳ ଦେବ ସିଏସି ସଦସ୍ୟ ହେବା ସହ ଭାଷ୍ୟକାର, ଏକ ଫ୍ଲଡ ଲାଇଟ୍‌ କମ୍ପାନୀର ମାଲିକ ଓ ଭାରତୀୟ କ୍ରିକେଟ୍‌ ସଂଘର ସଦସ୍ୟ ରହିଛନ୍ତି। ରଙ୍ଗାସ୍ବାମୀ ଓ କପିଳଙ୍କ ପରେ ଏବେ ସିଏସିର ୩ୟ ସଦସ୍ୟ ରହିଥିବା ଅଂଶୁମାନ ଗାଏକ୍ୱାଡ ମଧ୍ୟ ନିକଟରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପରଲିଗ୍‌: ଜାମସେଦପୁରକୁ ହରାଇ ତୃତୀୟରେ ଗୋଆ

ଫତୋର୍ଦା, ୧୫।୧: ଜର୍ଜ ଓର୍ଟିଜ୍‌ଙ୍କ ଡବଲ ଗୋଲ ବଳରେ ଗୋଆ ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍‌ସିକୁ ୩-୦ରେ ପରାସ୍ତ...

କୋହଲିଙ୍କ ଓ୍ବାନ ମ୍ୟାନ୍‌ ଶୋ

ଅହମ୍ମଦାବାଦ୍‌,୧୬।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ...

ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌

ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ର କ୍ଲାସ୍‌ ଅଫ୍‌ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍‌ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା...

ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାର ସୁରକ୍ଷା ପାଇଁ ଫିଫାର ନୂଆ ନିୟମ

ଜେନିଭା,୨୦।୧୧(ଏପି): ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାରର ସୁରକ୍ଷା ପାଇଁ ନୂଆ ନିୟମ ଜାରି କରାଯିବ ବୋଲି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଘୋଷଣା...

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ,୨୫।୧୧(ପି.ଟି.): ସୁପରଷ୍ଟାର ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ପ୍ଲେୟର ଅଫ୍‌ ଦି ଡିକେଡ୍‌ ଅର୍ଥାତ୍‌ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି...

‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ...

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର...

ବିରାଟ କୋହଲିଙ୍କ ପରେ ପିତା ହେବାକୁ ଯାଉଛନ୍ତି ଆଉ ଜଣେ ଅଧିନାୟକ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଯିବେ। ଜାନୁଆରୀ ଆରମ୍ଭରେ କୋହଲି ଏବଂ ତାଙ୍କ...

Advertisement
Archives

Model This Week