Posted inଖେଳ

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ ମିଳିବ। ଏଥର ବଲ୍‌ ଉପରେ ଏହାର ପ୍ରୟୋଗ କରାଯିବାକୁ ଯାଉଛି। ଆଗାମୀ ଦିନରେ ବଲ୍‌ରେ ମାଇକ୍ରୋଚିପ୍‌ ବ୍ୟବହାର କରିବାକୁ ଯୋଜନା ଚାଲିଛି, ଯାହାକୁ ‘ସ୍ମାର୍ଟ ବଲ୍‌’ର ଆଖ୍ୟା ଦିଆଯାଇଛି। ଅଷ୍ଟ୍ରେଲିଆରେ ଚଳିତ ସମରରେ ଖେଳାଯିବାକୁ ଥିବା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଏହି ବଲ୍‌ର ବ୍ୟବହାର ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଖବର ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମର ଖବର ମୁତାବକ ଅଷ୍ଟ୍ରେଲୀୟ ବଲ୍‌ ପ୍ରସ୍ତୁତକାରୀ କମ୍ପାନୀ ‘କୋକାବୁରା’ ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ଏହି ବଲ୍‌ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ବଲ୍‌ର ପରୀକ୍ଷଣ ଏବେ ଅନ୍ତିମ ଚରଣରେ ରହିଛି।
ସ୍ମାର୍ଟ ବଲ୍‌ରେ ଗତିର ତୀବ୍ରତା ମାପିବାର କ୍ଷମତା ରହିଛି। ଉଦାହରଣ ସ୍ବରୂପ ବୋଲର ହାତରୁ ବଲ୍‌ ରିଲିଜ ହେଲାପରେ ବଲ୍‌ର ତୀବ୍ରତା କେତେ ରହିଛି ଏବଂ ବାଉନ୍ସ ପୂର୍ବରୁ ଓ ବାଉନ୍ସ ପରେ ଏହା ମଧ୍ୟ ଜଣାପଡ଼ିବ। ନର୍ମାଲ ର଼୍ୟାଡର୍‌ଠାରୁ ଏହି ସ୍ମାର୍ଟ ବଲ୍‌ର ଗତି ଆକଳନ ଆହୁରି ସଠିକ୍‌ ରହିବ। ସ୍ପିନରଙ୍କ କ୍ଷେତ୍ରରେ ଏହା ମଧ୍ୟ ସମାନ କାମ କରିବ। ଏହି ସ୍ମାର୍ଟ ବଲ୍‌ ଅମ୍ପାୟରଙ୍କ ସମେତ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌) ନିଷ୍ପତ୍ତି ଗ୍ରହଣ କରିବାରେ ମଧ୍ୟ ସହାୟତା କରିବ। ବ୍ୟାଟ୍‌ ସହ ବଲ୍‌ର ସଂଯୋଗ ହୋଇଛି କି ନାହିଁ ଏବଂ କ୍ଲୋଜ କ୍ୟାଚ୍‌ବେଳେ ବଲ୍‌ ଭୂମିରେ ବାଜିଚି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

କୋହଲିଙ୍କ ଅଧିନାୟିକତ୍ୱରେ ଲଜ୍ଜାଜନକ ରେକର୍ଡ

ଲିଡ୍ସ,୨୬।୮: ଲିଡ୍ସ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍‌ ଖରାପ ରହିଛି। ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଇଂଲଣ୍ଡର ଦ୍ରୁତ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ...

କୋଭିଡ୍‌ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ

ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ...

ବିଷ୍ଣୁ, ଗଣପତି-ବରୁଣଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ନୂଆଦିଲ୍ଲୀ, ୯।୪(ପି.ଟି.)-ଏକ ଐତିହାସିକ ଘଟଣା କ୍ରମରେ ପ୍ରଥମ ଥରପାଇଁ ଅଲିମ୍ପିକ୍ସରେ ୪ ଜଣ ଭାରତୀୟ ସେଲର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଓମାନରେ ଏସୀୟ ଯୋଗ୍ୟତା ପର୍ଯ୍ୟାୟ...

ବିଶ୍ୱକପ୍‌ ୨୦୨୩ରେ ସ୍ବତନ୍ତ୍ର ଅତିଥି ହେବେ ରଜନୀକାନ୍ତ, ବିସିସିଆଇ ଦେଲା ‘ଗୋଲ୍ଡେନ୍‌ ଟିକେଟ’

ନୂଆଦିଲ୍ଲୀ,୧୯।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ମଙ୍ଗଳବାର ସୁପରଷ୍ଟାର ରଜନୀକାନ୍ତଙ୍କୁ ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରାଯାଇଛି। ଏହାଫଳରେ ସେ ଆସନ୍ତା ମାସରେ ହେବାକୁ ଥିବା...

ମାଲାମାଲ ହେବ ବିସିସିଆଇ

ନୂଆଦିଲ୍ଲୀ,୩୧।୮: ଘରୋଇ ଟି-୨୦ ଲିଗ ଆଇପିଏଲ ପାଇଁ ବିସିସିଆଇ ବଡ ପ୍ରସ୍ତୁତି କରୁଛି। ଆଇପିଏଲ୍‌ର ପରବର୍ତ୍ତୀ ସିଜିନରୁ ୮ ଟିମ୍‌ ବଦଳରେ ୧୦ଟି ଟିମ୍‌ ଭାଗ...

ହକି ଫିଲ୍ଡରୁ ହସ୍ପିଟାଲ ଓ୍ବାର୍ଡ…

ପର୍ଥ, ୩ା୪ (ଏପି)-ଚଳିତ ବର୍ଷ ଯଦି ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତେବେ ସ୍ବର୍ଣ୍ଣ ପଦକ ଅଭିଯାନରେ ସାମିଲ ହୋଇଥାନ୍ତେ ଅଷ୍ଟ୍ରେଲିଆର ମହିଳା ଫିଲ୍ଡ ହକି ଗୋଲ୍‌କିପର...

ଆଜି ଖେଳାଯିବ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି, କିଭଳି ଦେଖିବେ…

ନୂଆଦିଲ୍ଲୀ,୨୬।୨: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ...

Advertisement
Archives

Model This Week