Posted inଖେଳ

କୋହଲି ନୁହେଁ, ସ୍ମିଥ୍‌ ଶ୍ରେଷ୍ଠ: ବ୍ରେଟ୍‌ ଲି

ମେଲବୋର୍ନ,୨୬।୫(ପି.ଟି.): ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଅବିହିତ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ୨୦୧୮ କେପ୍‌ ଟାଉନ ଟେଷ୍ଟରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ ଦୋହଲିଯାଇଥିଲା। ସ୍ମିଥ୍‌ଙ୍କ ସମେତ ତାଙ୍କ ଉପ-ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଏଥିରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦରୁ ପ୍ରତ୍ୟାବର୍ତ୍ତନ ପରେ ସ୍ମିଥ୍‌ ଦମ୍‌ ଦେଖାଇଛନ୍ତି ଓ ବିପୁଳ ରନ୍‌ ସଂଗ୍ରହ କରି ନିଜର ଫର୍ମ ଫେରିପାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ

କୋହଲିଙ୍କଠାରୁ ସ୍ମିଥ୍‌ ଶ୍ରେଷ୍ଠ। କାରଣ ସ୍ମିଥ୍‌ ଏକାଧିକ ସମସ୍ୟା ଦେଇ ଗତି କରିଛନ୍ତି ଓ ସବୁକୁ ପଛରେ ପକାଇବାରେ ସଫଳ ହୋଇ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ଏକ ଇନ୍‌ଷ୍ଟଗ୍ରାମ୍‌ ଲାଇଭ୍‌ ସେସନ୍‌ରେ ପୂର୍ବତନ ଜିମ୍ବାଓ୍ବେ କ୍ରିକେଟର ପୋମି ଏମ୍‌ବାଙ୍ଗଓ୍ବାଙ୍କ ସହ କଥା ହେବା ବେଳେ ଲି କହିଛନ୍ତି। ଭବିଷ୍ୟତରେ କୋହଲିଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କହିପାରେ। ଏହା ନିଜର ଭାବନା ଉପରେ ନିର୍ଭର କରେ। ଏହି ଦୁଇଜଣ ଶ୍ରେଷ୍ଠ ଖେଳାଳି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ ଚୟନ କରିବା ନିଶ୍ଚିତ ଭାବେ କଷ୍ଟକର । ସ୍ମିଥ୍‌ଙ୍କୁ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ସହ ତୁଳନା କରିଛନ୍ତି ଲି। ବାସନ୍ଦ ପରେ ସ୍ମିଥ୍‌ ଯେପରି ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ଦୃଷ୍ଟାନ୍ତମୂଳକ ବୋଲି ଲି କହିଛନ୍ତି।

କୋହଲି ଓ ସ୍ମିଥ୍‌ଙ୍କ ଟେକ୍‌ନିକ ଉଚ୍ଚକୋଟୀର। ଉଭୟ କ୍ୱାଲିଟି କ୍ରିକେଟ ଖେଳିଥାନ୍ତି। ଉଭୟଙ୍କ ବ୍ୟାଟିଂରେ ତ୍ରୁଟି ବାହାର କରିବା କଷ୍ଟକର। ଉଭୟ ହେଉଛନ୍ତ ପ୍ରକୃତ ବ୍ୟାଟ୍ସମ୍ୟାନ। ଜଣେ ଭଲ ବ୍ୟାଟ୍ସମ୍ୟାନ ହେବା ସହିତ କୋହଲି ଜଣେ ଭଲ ଅଧିନାୟକ। ଏଥର ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଜିତିବାକୁ ପ୍ରୟାସ କରିବେ। ରନ୍‌ ସଂଗ୍ରହ କରିବାରେ ଓ ପ୍ରଦର୍ଶନରେ ସ୍ଥିରତା ବଜାୟ ରଖିବାରେ ଦୁଇ ଖେଳାଳି ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି। ଫଳରେ ଗତ କିଛିବର୍ଷ ମଧ୍ୟରେ ଏହି କୋହଲି ଓ ସ୍ମିଥ୍‌ଙ୍କୁ ବିଭିନ୍ନ ସମୟରେ ତୁଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଜୁନାଗଡ଼ ସହରରେ ମିଳୁଛି ନକଲି ବିଦେଶୀ ମଦ: ଗିରଫ ୨ ଅଭିଯୁକ୍ତ ନା ମାଷ୍ଟ୍ରର ମାଇଣ୍ଡ କିଏ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ।…

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ମହିଳା ସୁରକ୍ଷା ଆଇନ, ବାଲ୍ୟବିବାହ, ଶିଶୁ ଶ୍ରମିକ ଆଇନକୁ ଗୁରୁତ୍ୱ 

ଦାରିଙ୍ଗବାଡି,୨୪।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସାରିଙ୍ଗିଇର୍ପି ଠାରେ ରହିଥିବା ପାଳକ ସଙ୍ଘର ସଭାଗୃହଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲା…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

ପ୍ରାଇଭେଟ କର୍ମଚାରୀଙ୍କ ମଉଜ, ଏତେ ବଢିକି ଆସିବ ଦରମା…

ନୂଆଦିଲ୍ଲୀ,୨୪।୨: ଘରୋଇ କର୍ମଚାରୀଙ୍କ ପାଇଁ ଖୁସି ଖବର। ଭାରତରେ ଦରମା ବୃଦ୍ଧି 2026 ରେ 9.1% ହେବ ବୋଲି ଆକଳନ କରାଯାଇଛି, ଯାହା 2025 ରେ ରେକର୍ଡ…

ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିଥିଲେ , ୩ ଲକ୍ଷ ଟଙ୍କାର ସୁନା ନେଇ ପ୍ରେମିକ ସାଙ୍ଗରେ ଫେରାର

ବଲାଙ୍ଗୀର,୨୪।୨(ସୁନିଲ କୁମାର ମହାନ୍ତି): ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ । ବାହାଘରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri