କୋର୍ଟ କାର୍ଯ୍ୟ ତଦାରଖ କଲେ ହାଇକୋର୍ଟ ବିଚାରପତି

ଫୁଲବାଣୀ ଅଫିସ, ୧୯ା୧-ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଶନିବାର ଫୁଲବାଣୀ କୋର୍ଟ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ନୂଆ କୋର୍ଟ ପାଇଁ ବିଶିପଡାଠାରେ ଚିହ୍ନଟ ହୋଇଥିବା ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବିଚାରପତି ଆସି ଫୁଲବାଣୀସ୍ଥିତ ସର୍କିଟ ହାଉସରେ ପହଞ୍ଚତ୍ଥିଲେ। ଜିଲାଜଜ୍‌ ଶାରଦା ପ୍ରସାଦ ନାୟକ୍‌, ଫ୍ୟାମିଲି ଜଜ୍‌ ନିରଞ୍ଜନ ପଣ୍ଡା, ଭିଜିଲାନ୍ସ ଜଜ୍‌ ସତ୍ୟପୀର ମିଶ୍ର, ଜିଲା ଆଇନଜୀବୀ ସଂଘ କର୍ମକର୍ତ୍ତା ଯୋଗଦେଇ ସ୍ବାଗତ କରିଥିଲେ। ବାର ଆସୋସିଏଶନ ସମ୍ପାଦକ ମନୋଜ ପଟ୍ଟନାୟକ ସ୍ବାଗତ ଭାଷଣ ଦେବାପରେ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ଜିଲା କୋର୍ଟରେ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ପୂରଣ ପାଇଁ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କୋର୍ଟ କାର୍ଯ୍ୟ ତଦାରଖ ପାଇଁ ୧୦ ଦିନ ହେବ ହାଇକୋର୍ଟ କର୍ମଚାରୀ ଆସି ବିଭିନ୍ନ ରେକର୍ଡ ଯାଞ୍ଚ କରିଥିଲେ। ବିଚାରପତିଙ୍କ ସହ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର ଏହି କାର୍ଯ୍ୟରେ ସାମିଲ ଥିଲେ। ସୂଚନାଯୋଗ୍ୟ ବିଶିପଡାରେ ନୂତନ କୋର୍ଟ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବାରୁ ଆଇନଜୀବୀ ଏବଂ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୌର ପରିଷଦ ଅଞ୍ଚଳରେ କିମ୍ବା କୋର୍ଟ ନିକଟବର୍ତ୍ତୀ କେଉଁଠି ସ୍ଥାନ ନିରୁପଣ କରି ନୂତନ କୋର୍ଟ ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇ ସ୍ବାଗତିକା ଆତ୍ମହତ୍ୟା ମାମଲା: ଆଇଆଇସିଙ୍କ ବିରୋଧରେ ଏତଲା

ଜି.ଉଦୟଗିରି,୨୮ା୮(ଡି.ଏନ୍‌.ଏ.):  କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ବାଗତିକା ବେହେରା ଶନିବାର ସକାଳୁ ନିଜ ସରକାରୀ କ୍ୱାର୍ଟରରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ...

ବିପଦରେ ବାଘ, ଏସ୍‌ଟିଏଫ୍‌ ଧରିଲାଣି ୨୭ ଛାଲ

ଭୁବନେଶ୍ୱର,(ବ୍ୟୁରୋ)/ଦାରିଙ୍ଗବାଡ଼ି/ବାଲିଗୁଡ଼ା, ୧୧।୪ (ଡି.ଏନ୍‌.ଏ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବେଧଡ଼କ ଚାଲିଛି। ଯେତେ ଚଢ଼ାଉ ହେଉଛି, ସେତେ ଧରାପଡୁଛି। ବିଶେଷକରି ବାଘ ବଂଶ...

ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୨-ଏକ ସ୍କୁଲ ଘର ନିର୍ମାଣ କାମରେ ଅର୍ଥ ତୋଷାରପାତ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ...

ମୋ ସରକାର କାର୍ଯ୍ୟକ୍ରମର ତଦାରଖ

ଫୁଲବାଣୀ ଅଫିସ, ୧୮ା୧-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର କାର୍ଯ୍ୟକ୍ରମ କିପରି ଚାଲିଛି ତା’ର ତଦାରଖ କରିଛନ୍ତି ସଚିବସ୍ତରୀୟ ଏକ ଟିମ୍‌ ା ଶୁକ୍ରବାର...

ଏସ୍‌ଏଚ୍‌ଜି ପକ୍ଷରୁ ପୋଲିସ ପ୍ରଶାସନକୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- କରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ...

ସିମନବାଡ଼ିରେ କୁଆପଥର ବୃଷ୍ଟି

ଦାରିଙ୍ଗବାଡ଼ି,୮ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ପ୍ରବଳ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁ...

ପିଡିଏସ୍‌ ସାମଗ୍ରୀ ବଣ୍ଟନବେଳେ ଗହଳି

ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ପକ୍ଷରୁ ବଣ୍ଟନ ସ୍ଥାନରେ ଗୋଲେଇ କରାଯିବା ସହ ଉକ୍ତ ଗୋଲେଇ ମଧ୍ୟରେ...

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

ଶଙ୍କରାଖୋଲ,୫ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଙ୍ଗନୱାଡି କର୍ମୀ ପ୍ରେମୀ ନାଏକ...

Advertisement
Archives

Model This Week