କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ, ପ୍ରଶାସନ ସହାୟତାରେ ଖଣି କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ବିରୋଧ ବେଳେ ଗ୍ରାମର ୩ଶହ ଲୋକଙ୍କୁ ଅଟକ ରଖାଯାଇଛି। ତେବେ ଉଚ୍ଛେଦକୁ ବିରୋଧ କରି ନିଜେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗ୍ରାମବାସୀଙ୍କ ସହ ଅଟକ ସ୍ଥାନରେ ବସି ରହିଥିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତାଳଚେର କୋଲ୍‌ ଫିଲଡ୍‌ସରେ ଥିବା ଏମ୍‌ସିଏଲ୍‌ର ସମସ୍ତ ୧୦ ଗୋଟି କୋଇଲା ଖଣିକୁ ଅଚଳ କରିଦିଆଯାଇଥିବା ବେଳେ ଡେରା ଗେଷ୍ଟ ହାଉସ୍‌ରେ ଭଙ୍ଗାରୁଜା କରାଯାଇଛି। ହାଣ୍ଡିଧୂଅଁା ଛକ ଓ କଲିୟାରୀ ଥାନା ସମ୍ମୁଖରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରାଯାଇଛି।
ପ୍ରକାଶ ଯେ, କୋଇଲା ଖନନ ନିମନ୍ତେ ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ଅଧିକ ଜମିର ଆବଶ୍ୟକତା କରୁଥିଲେ। ତେଣୁ ପୂର୍ବରୁ ଅଧିଗ୍ରହଣ ସରିଥିବା ନିକଟସ୍ଥ ଭାଲୁଗାଡ଼ିଆ ଗ୍ରାମକୁ ମଙ୍ଗଳବାର ଉଚ୍ଛେଦ ପାଇଁ ଖଣି କର୍ତ୍ତୃପକ୍ଷ ସ୍ଥିର କରିଥିଲେ। ଏଥିପାଇଁ ସକାଳୁ କର୍ତ୍ତୃପକ୍ଷ ଅନୁଗୋଳ ଏସ୍‌ପି ଜଗମୋହନ ମୀନା, ତାଳଚେର ଉପଜିଲାପାଳ ପରେଶଚନ୍ଦ୍ର ନାୟକ, ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ବିଭିନ୍ନ ଥାନାର ଅଧିକାରୀ, ମାଜିଷ୍ଟ୍ରେଟ, ୧୨ ପ୍ଲାଟୁନ ଫୋର୍ସକୁ ନେଇ ଭାଲୁଗାଡିଆ ଗ୍ରାମରେ ପହଞ୍ଚି ଘରଦ୍ୱାର ଛାଡି ଚାଲିଯିବାକୁ ଲୋକଙ୍କୁ କହିଥିଲେ। କିନ୍ତୁ ଗ୍ରାମବାସୀ ରାଜି ନ ହେବାରୁ ଖଣି କର୍ତ୍ତୃପକ୍ଷ ଜବରଦସ୍ତ ଘର ଭଙ୍ଗା କାମ ଆରମ୍ଭ କରିଥିଲେ। ଏହାକୁ ଗ୍ରାମର ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ମହିଳା, ପୁରୁଷ, ଛାତ୍ରୀଛାତ୍ର ବିରୋଧ କରିଥିଲେ। ଖବରପାଇ ତାଳଚେର ବିଧାୟକ ମଧ୍ୟ ପହଞ୍ଚି ଉଚ୍ଛେଦ ନ କରିବାକୁ କହିଥିଲେ। କିନ୍ତୁ ଖଣି କର୍ତ୍ତୃପକ୍ଷ କାହା କଥା ନ ଶୁଣି ପୋଲିସ ଲଗାଇ ଉଚ୍ଛେଦରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ବଳପୂର୍ବକ ଭ୍ୟାନରେ ବସାଇ ହିଙ୍ଗୁଳା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣି ଅଟକ ରଖିଥିଲେ। ବିଧାୟକ ମଧ୍ୟ ଲୋକଙ୍କ ସହିତ ପୋଲିସ ଗାଡିରେ ଆସି ଅଟକ ସ୍ଥାନରେ ବସି ରହିଥିଲେ। ସନ୍ଧ୍ୟାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଏ ନେଇ ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, ଜମିହରା ଓ ଗ୍ରାମବାସୀଙ୍କୁ ଅବଗତ କରା ନ ଯାଇ ଅଚାନକ ଉଚ୍ଛେଦ ଅମାନୁଷିକ କାର୍ଯ୍ୟ। ଏହା ଅତ୍ୟନ୍ତ ନିନ୍ଦନୀୟ। ଏସ୍‌ପି ଜଗମୋହନ ମୀନା କହିଛନ୍ତି, କାହାରିକୁ ଗିରଫ କରାଯାଇ ନାହିଁ କି ଅଟକ ରଖାଯାଇ ନାହିଁ। ସରକାରଙ୍କ କାମରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଏଠାରୁ ହଟାଇ ଦିଆଯାଇଛି। ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ବିଧାୟକଙ୍କୁ ଗିରଫ କରାଯାଇ ନାହିଁ। ସେ ସେଲଫ ଆରେଷ୍ଟ ହୋଇ ଲୋକଙ୍କ ସହ ଯାଇଛନ୍ତି। ହିଙ୍ଗୁଳା ଖଣିର ପ୍ରକଳ୍ପ ଅଧିକାରୀ ଅଜୟ ସିଂହ କହିଛନ୍ତି, ୪୧ ପରିବାରକୁ ଉଚ୍ଛେଦ କରାଯାଉଛି। ଏହି ୪୧ ପରିବାର ଖଣି ନିକଟସ୍ଥ ୭/୮ ହେକ୍ଟର ଜମିରେ ବସବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri