କୋଇଲା ଅଭାବ: ଟିଟିପିଏସ୍‌ର ୩ଟି ୟୁନିଟ୍‌ ବନ୍ଦ

ତାଳଚେର,୧୬ା୯(ନି.ପ୍ର.): କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ଗୋଟି ୟୁନିଟ ରବିବାର ସନ୍ଧ୍ୟାରୁ ବନ୍ଦ ହୋଇଛି। ଫଳରେ ଉକ୍ତ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ହ୍ରାସ ପାଇଛି । ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଉ ଅଧିକ ୟୁନିଟ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। କୋଇଲା ସଙ୍କଟ ଯୋଗୁ ପରିସ୍ଥିତି ସଙ୍ଗିନ ହୋଇ ପଡ଼ିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି । ଏମ୍‌ସିଏଲ୍‌ ତାଳଚେରସ୍ଥିତ ଜଗନ୍ନାଥ ଖୋଲାମୁହଁା କୋଇଲାଖଣିରେ ଏବେ ଉପତ୍ାଦନ ହ୍ରାସ ଯୋଗୁ ତାଳଚେର ଥର୍ମାଲ ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହେଉଛି ।
ଟିଟିପିଏସ୍‌ରେ ୪୬୦ ମେଗାୱାଟ ବିଶିଷ୍ଟ ପ୍ରକଳ୍ପରେ ୬ ଗୋଟି ୟୁନିଟ୍‌ ରହିଛି । ଏହା ଚାଲିବା ପାଇଁ ଦୈନିକ ୯ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏଠାରେ ମଧ୍ୟ କୋଇଲା ନାହିଁ । ସୋମବାରଠାରୁ ୧, ୩ ଓ ୫ ନମ୍ବର ୟୁନିଟକୁ ବନ୍ଦ କରିଦିଆଯାଇଛି । ଆଉ ମାତ୍ର ୩ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉପତ୍ାଦନ ହେଉଛି। ଏଠାରୁ ଉତ୍ପାଦିନ ବିଦ୍ୟୁତର ସିଂହଭାଗ ଓଡିଶାକୁ ମିଳିଥାଏ। ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲାଖଣିରୁ ଦୈନିକ ୬ହଜାର ମେଟ୍ରିକ ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ହୋଇଥାଏ। ତେବେ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ଜାଗା ଉପଲବ୍ଧ ନ ଥିବାରୁ ଖଣିରୁ ଏବେ ଦୈନିକ ମାତ୍ର ୩ ହଜାରରୁ ସାଢ଼େ ୩ହଜାର ମେଟ୍ରିକ ଟନ୍‌ କୋଇଲା ଉପତ୍ାଦନ ହେଉଛି। ଜମି ଅଭାବରୁ ଆଗାମୀ କିଛି ଦିନ ମଧ୍ୟରେ ଖଣିରୁ ଉପତ୍ାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଖଣିର ଓବି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଗତ ଶୁକ୍ରବାର ଖଣିରୁ ୨୪ଶହ ଟନ୍‌ କୋଇଲା ଉପତ୍ାଦନ ହୋଇଥିବା ବେଳେ ଷ୍ଟକ ୟାର୍ଡ଼ରେ କୋଇଲା ନାହିଁ। ଏବେ ଦୈନିକ ୩ହଜାର ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ସମ୍ଭବ ହୋଇପାରୁଛି। ଜଗନ୍ନାଥ ଖଣି ପାଇଁ ରାକସ ଗ୍ରାମକୁ ଅଧିଗ୍ରହଣ କରାଯାଇ ସମସ୍ତ କ୍ଷତିପୂରଣ ପ୍ରଦାନ ସହ ନାତିଡ଼ିଠାରେ ଗ୍ରାମବାସୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗ୍ରାମବାସୀ ଜାଗା ଉପରେ ନାଲି ପତାକାମାରି ଜାଗା ଛାଡ଼ୁନାହାନ୍ତି। ଫଳରେ ଖଣି କାର୍ଯ୍ୟ ଆଗେଇପାରୁ ନାହିଁ । ଆବଶ୍ୟକ ପରିମାଣର କୋଇଲା ମିଳୁ ନାହିଁ ଏବଂ ଷ୍ଟକ୍‌ ୟାର୍ଡ଼ରେ କୋଇଲା କମ୍‌ ରହିଥିବାରୁ ୩ଗୋଟି ୟୁନିଟ ବନ୍ଦ କରାଯାଇଛି ବୋଲି ଟିଟିପିଏସ୍‌ର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଏସ୍‌.କେ. ଚୌଧୁରୀ କୁହନ୍ତି, ଜମି ଅଭାବରୁ ଏବେ ଦିନକୁ ୩ ହଜାରରୁ ସାଢ଼େ ୩ହଜାର ମେଟ୍ରିକ ଟନ୍‌ କୋଇଲା ଉପାତ୍ଦନ ହେଉଛି । ଏହାକୁ ଟିଟିପିଏସ୍‌କୁ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri