କେନ୍ଦ୍ରକୁ ରାଜସ୍ବ ବୃଦ୍ଧି ଚିନ୍ତା

ନୂଆଦିଲ୍ଲୀ,୧୨-୧୨: ଗତ କିଛି ମାସ ଧରି ପରୋକ୍ଷ ଟିକସ ବାବଦ ରାଜସ୍ବ ହ୍ରାସ ହେଉଥିବାରୁ ଏହା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇଛି। ଟିକସ ସଂଗ୍ରହକୁ ନେଇ ସରକାର ଚାପରେ ରହିଥିବା ବେଳେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ହାର ଏବଂ ସ୍ଲାବରେ ପରିବର୍ତ୍ତନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଡିସେମ୍ବର ୧୮ରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ରାଜସ୍ବ ହ୍ରାସ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଆଲୋଚନା କରିବେ ବୋଲି ସୂଚନା ରହିଛି। ସେହିଭଳି ଆଶାଠାରୁ କମ୍‌ ପରୋକ୍ଷ ଟିକସ ସଂଗ୍ରହ ଏବଂ ରାଜ୍ୟଗୁଡିକର ଜିଏସ୍‌ଟି କ୍ଷତିପୂରଣ ବକେୟା ପ୍ରସଙ୍ଗ ମଧ୍ୟ ବୈଠକରେ ସାମିଲ କରାଯିବ। ଜିଏସଟିରେ ବର୍ତ୍ତମାନ ୫,୧୨,୧୮ ଏବଂ ୨୮% ସ୍ଲାବ ରହିଛି। ୨୮% ସ୍ଲାବରେ ଥିବା ସାମଗ୍ରୀ ଉପରେ ଜିଏସ୍‌ଟି ସହ ସେସ୍‌ ବା ଉପକାର ଲାଗୁ ହେଉଛି। ଏହି ସେସ୍‌ ୧ରୁ ୨୫% ମଧ୍ୟରେ ରହୁଛି।
ଟିକସ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବା ଲାଗି ମଙ୍ଗଳବାର କେନ୍ଦ୍ର ଏବଂ ରାଜ୍ୟସ୍ତରର ଅଧିକାରୀଙ୍କ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହା ବିଭିନ୍ନ ବିକଳ୍ପ ଉପରେ ବିଚାର କରିଥିବା ଜଣାପଡିଛି। ୫% ଟିକସ ହାରକୁ ୮%କୁ ବୃଦ୍ଧି, ୧୨% ହାରକୁ ୧୫%କୁ ବଢାଇବା ନେଇ ଆଲୋଚନା କରାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ସେହିଭଳି ଟିକସ ସ୍ଲାବ କମାଇବା ଲାଗି ସ୍ଲାବର ମିଶ୍ରଣ ଉପରେ ରହିଥିବା ସମ୍ଭାବନାକୁ ମଧ୍ୟ ବିଚାର କରାଯାଉଛି। ଟିକସ ଛାଡ ପାଇଥିବା ସାମଗ୍ରୀ ତାଲିକା ଉପରେ ଧ୍ୟାନ ରଖାଯାଇଛି। କେତେକ ସେବା ଉପରେ ସେସ୍‌ ଲାଗୁ ହୋଇ ପାରିବ କି ନାହିଁ ତାହା ମଧ୍ୟ ବିଚାର କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟ ମଧ୍ୟରେ ପରୋକ୍ଷ ଟିକସ ସଂଗ୍ରହ ବଜେଟ ଧାର୍ଯ୍ୟଠାରୁ ୪୦% କମ୍‌ ରହିଛି।
ଏପ୍ରିଲ ନଭେମ୍ବରରେ ସରକାର କେନ୍ଦ୍ର ଜିଏସ୍‌ଟି ବାବଦକୁ ୩.୨୮ ଲକ୍ଷ କୋଟି ସଂଗ୍ରହ କରିଛନ୍ତି। ୫.୨୦ ଲକ୍ଷ କୋଟି କେନ୍ଦ୍ର ଜିଏସ୍‌ଟି ଆଦାୟ ଲାଗି ସରକାର ଲକ୍ଷ୍ୟ ରଖିଥିଲେ। ୨୦୧୮-୧୯ରେ ସରକାର ୬.୦୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ର ଜିଏସ୍‌ଟି ଆଦାୟ ଲାଗି ଲକ୍ଷ୍ୟ ରଖିଥିଲେ ମଧ୍ୟ ଏହା ୪.୫୭ ଲକ୍ଷ କୋଟି ଟଙ୍କାକୁ ଖସିଥିଲା। ସେହିଭଳି ୨୦୧୭-୧୮ରେ ଏହା ୨.୦୩ ଲକ୍ଷ କୋଟି ଟଙ୍କା ଥିଲା। ଭାରତର ଦ୍ୱିତୀୟ ତ୍ରୈମାସ ଜିଡିପି ଅଭିବୃଦ୍ଧି ୨୬ ତ୍ରୈମାସର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ମାନୁଫାକଚରିଂ କ୍ଷେତ୍ରକୁ ଗ୍ରସ ଭାଲ୍ୟୁ ଆଡେଡ ୯ ତ୍ରୈମାସରେ ପ୍ରଥମଥର ଲାଗି ନିମ୍ନରେ ରହିଛି। ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି ସରକାର ଅତିରିକ୍ତ ସେସ୍‌ ଲାଗୁ କରିପାରନ୍ତି। ମାତ୍ର ଗତ କିଛି ମାସ ଧରି ଜିଏସ୍‌ଟି ଏବଂ କ୍ଷତିପୂରଣ ସେସ୍‌ ସଂଗ୍ରହ କମୁଥିବାରୁ ଏଦିଗରେ କି ପ୍ରକାରର ପଦକ୍ଷେପ ନିଆଯିବ ତାହା ଆଗାମୀ ଦିନରେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପ୍ରଭାବିତଙ୍କୁ ଟୟୋଟା କର୍ମଚାରୀଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୯।୫: ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ଲାଗି ରିଲିଫ ପ୍ରଦାନ କରାଯାଇଛି। ପ୍ରଭାବିତ ୮୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ୧୫୦...

ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩...

ପିଆଜ କୁଇଣ୍ଟାଲ ୪୫ ଶହ ଛୁଇଁଲା

ନୂଆଦିଲ୍ଲୀ: କରୋନା କାରଣରୁ ଚାଷ ଓ ଅମଳ ମଧ୍ୟରେ ଅସମାନତା ଦେଖା ଦେବା ସହିତ ଦେଶର ପ୍ରମୁଖ ପିଆଜ ଉତ୍ପାଦନ ସ୍ଥାନ ଓ ରାଜ୍ୟରେ ଅଦିନିଆ ବର୍ଷା...

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ: ରେଲଓ୍ବେ ଏହାର ୧୧.୫୮ ଲକ୍ଷ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିବ। ରେଲଓ୍ବେ କର୍ମଚାରୀମାନେ ୭୮ ଦିନର ବୋନସ ପାଇବେ ବୋଲି ଜଣାପଡିଛି।...

ପ୍ରାକ୍‌ ବଜେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ଦେଶର ଶିଳ୍ପଜଗତ ନିବେଦନ କରିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ପ୍ରାକ୍‌ ବଜେଟ...

ଷ୍ଟକ୍‌ ବଜାରକୁ ଲାଭ ଦେବ ଦୁର୍ବଳ ସରକାର

ମୁମ୍ବାଇ,୧୮-୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଶୁକ୍ରବାର ଷ୍ଟକ୍‌ ବଜାର ର଼୍ୟାଲିରୁ ବେଶ୍‌ ସ୍ପଷ୍ଟ ହେଉଛି। କିନ୍ତୁ ବଜାର...

କୋଭିଡ୍‌ ଚାପରେ ଦେବାଳିଆ ହେଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍‌ କରୋନା ଭଳି...

ବିମାନ ଚଳାଚଳ କ୍ଷେତ୍ରର ୨୯ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୨୫।୪: ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ଏବଂ ଏହାର ଆନୁଷଙ୍ଗିକ କ୍ଷେତ୍ର ଗୁଡିକ କରୋନା ମହାମାରୀ ଯୋଗୁ ଏବେ ଚାପରେ ରହିଛନ୍ତି। ଏହି କ୍ଷେତ୍ରଗୁଡିକରେ ପ୍ରାୟ...

Advertisement
Archives

Model This Week