କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ ଔଷଧ ଆସି ପାରୁ ନାହିଁ ଫଳରେ ଦୋକାନୀ ଓ ରୋଗୀମାନେ ସମସ୍ୟାରେ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଔଷଧ ଦୋକାନରେ ମିଳୁନାହିଁ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଔଷଧ ପାଇଁ ଏ ଦୋକାନରୁ ସେ ଦୋକାନକୁ ଧାଇଁ ନୟାନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ଦୋକାନୀମାନେ କହୁଛନ୍ତି ସାଧାରଣତଃ ଔଷଧ କଟକ, ଭୁବନେଶ୍ୱର ଓ ବାରିପଦା ଆଦି ସ୍ଥାନରୁ ଆସିଥାଏ। ବସ ଚଳାଚଳ ବନ୍ଦ ଥିବାରୁ ଔଷଧ ଆଣି ପାରୁନୁ। ବହୁ ଷ୍ଟକିଷ୍ଟ ଅଛନ୍ତି। କିନ୍ତୁ ଅଧିକ ଖର୍ଚ୍ଚ ପଡ଼ୁଥିବାରୁ ସେମାନେ ଔଷଧ ଆଣି ଦେଉ ନାହାନ୍ତି। ଏଣୁ ଏଭଳି ସମସ୍ୟା ଦେଖା ଦେଉଛି ବୋଲି କର ଔଷଧ ଦୋକାନର ମାଲିକ କହିଛନ୍ତି। ଅଧିକ ଖର୍ଚ୍ଚ।ନ୍ତ ହୋଇ ଗାଡି ପାସ କରି ଔଷଧ ଆଣିବାକୁ ପଡିବ, ଫଳରେ ଏଥିପାଇଁ ଯେଉଁ ଅଧିକ ଖର୍ଚ୍ଚ ହେବ ତାହା କିଏ ଭରଣା କରିବ ବୋଲି କେତେକ ଦୋକାନୀ ପ୍ରଶ୍ନ କରିଛନ୍ତି। ତେବେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସବୁ ପ୍ରକାର ଔଷଧ ଯୋଗାଇଦେବା ଉଚିତ ବୋଲି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ହରେକୃଷ୍ଣ ନାୟକ କହିଛନ୍ତି। ଏବେ ବିଶେଷ କରି ଡାଇବେଟିସ, ହୃଦ, ଉଚ୍ଚ ରକ୍ତଚାପ ଭଳି ରୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖା ଦେଇଛି। ଏପରିକି ବଡ଼ ବଡ଼ ଔଷଧ ଦୋକାନରେ ମଧ୍ୟ ବହୁ ଔଷଧ ମିଳୁ ନ ଥିବାରୁ ରୋଗୀ ଔଷଧ ବଦଳାଇ ଖାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri