Posted inଜାତୀୟ

କେଜରିଓ୍ବାଲଙ୍କ ଅଭିଯୋଗର ଉତ୍ତର ରଖିଲେ ପାଶଓ୍ବାନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ପାନୀୟ ଜଳ ବିଶୁଦ୍ଧ ନୁହେଁ। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ନିକଟରେ ଏକ ରିପୋର୍ଟ ପ୍ରଦାନ କହିଥିଲେ। ଯେଉଁଥିରେ ବିଶ୍ୱରେ ପ୍ରଦୂଷିତ ସହରର ପାଣି ମଧ୍ୟରେ ରାଜଧାନୀ ଦିଲ୍ଲୀ ଥିଲା ଏକ ନମ୍ବର। ହେଲେ ଏହାକୁ ଖଣ୍ଡନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସେ କହିଥିଲେ ଏହା ଆଦୌ ଠିକ୍‌ ନୁହେଁ। କାରଣ ସବୁ ଅଞ୍ଚଳର ପାଣି ବିଶୁଦ୍ଧ ନୁହେଁ ବୋଲି ଆମେ କହିପାରିବାନି। ଏହା ବ୍ୟତୀତ ପାଶଓ୍ବାନ କେଉଁ ଅଞ୍ଚଳର ପାଣିର ନମୁନା ସଂଗ୍ରହ କରିଛନ୍ତି ତାହା ମୋତେ ଜଣାନାହିଁ କିନ୍ତୁ ଦିଲ୍ଲୀର ସବୁ ଅଞ୍ଚଳର ପାଣି ଅଶୁଦ୍ଧ ନୁହେଁ। କେଜରିଓ୍ବାଲ ଏକପ୍ରକାର ପାଶଓ୍ବାନଙ୍କୁ ମିଛୁଆ ବୋଲି କହିଥିଲେ। ଏବେ ଏହାର ଜବାବ ଦେଇ ପାଶଓ୍ବାନ କହିଛନ୍ତି ମୁଁ ମିଛ କହୁନାହିଁ ବରଂ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ ଯେଉଁ ରିପୋର୍ଟ ଦେଇଛି ସେହି ଆଧାରରେ ମୁଁ ଏହା ପ୍ରକାଶ କରିଛି। ତେଣୁ କେଜରିଓ୍ବାଲ୍‌ ଯାହା ବୁଝିଛନ୍ତି ତାହା ଭୁଲ୍‌ ବୋଲି ପାଶଓ୍ବାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକମାନେ ଦେଲେ ଆତ୍ମନିର୍ଭର ଭାରତର ପରିଚୟ: ମୋଦି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଭଳି ଦୁଇଟି ଟିକାକୁ ଡ୍ରଗ୍‌...

ରାଜରାସ୍ତାରୁ ବସ୍‌ ଅପହରଣ କଲେ ଅଜଣା ଲୋକେ: ୩୪ ଯାତ୍ରୀଙ୍କ ମିଳୁନି ଖୋଜ୍‌ ଖବର

ଆଗ୍ରା, ୧୯।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଆଉ ପୋଲିସକୁ ଭୟ କରୁ ନାହାଁନ୍ତି। ଏହା ସଦ୍ୟତମ ଘଟଣା ଆଗ୍ରାର...

ଟୁଲ୍‌କିଟ୍‌: ରମଣ ସିଂ, ସମ୍ବିତ୍‌ ପାତ୍ରଙ୍କ ନଁ।ରେ ଏତଲା

ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍‌କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍‌ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ...

ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କଲା ଭାରତ…

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୯।୫ : ଭାରତ ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛି। କେନ୍ଦ୍ରୀୟ ବହିର୍ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ବୁଧବାର ନ୍ୟୁୟର୍କରେ...

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି...

ନଡ୍ଡାଙ୍କ ନୂଆ ଟିମ୍‌

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା...

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ...

ଷ୍ଟାର୍ସ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୫ା୧୦: ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ସମେତ ୬ ରାଜ୍ୟର ସ୍କୁଲ ଶିକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବୁଧବାର ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ...

Advertisement
Archives

Model This Week