କୃଷକଙ୍କ ପାଇଁ ‘ସମୃଦ୍ଧି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ନୂଆ କୃଷି ନୀତି-୨୦୧୯ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ଏହି କୃଷି ନୀତିକୁ ଅନୁମୋଦନ କରିଛି। ରାଜ୍ୟରେ ୧୯୯୬ରେ ଓଡ଼ିଶା କୃଷି ନୀତି ପ୍ରଣୟନ ହୋଇଥିଲା। ଏଥିରେ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରାଯାଇଥିଲା। ୨୦୦୮ରେ ରାଜ୍ୟ କୃଷି ନୀତିରେ ସଂଶୋଧନ ଅଣାଯାଇ କୃଷିକୁ ପରିବ୍ୟାପ୍ତ କରାଯିବା ସହ ଏହାର ଅନ୍ୟାନ୍ୟ ଦିଗଗୁଡ଼ିକୁ ସାମିଲ କରାଯାଇଥିଲା। ପୁନର୍ବାର ରାଜ୍ୟ ସରକାର ୨୦୧୩ରେ କୃଷି ନୀତି ପ୍ରଣୟନ କରିଥିଲେ। କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଥିବା ଅସୁବିଧାଗୁଡ଼ିକୁ ଦୂର କରିବା, ସମ୍ବଳର ସୁବିନିଯୋଗ ଏବଂ ବୈଷୟିକ ଜ୍ଞାନର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ନୂଆ କୃଷି ନୀତି ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି।
ନୂଆ କୃଷି ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୃଷକଙ୍କ ଆୟ ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି। ସେହିପରି କୃଷି ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଦେଶର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଅନ୍ୟତମ ଲକ୍ଷ୍ୟ। ସମୃଦ୍ଧି (Samridhi) ଅର୍ଥ ହେଲା ଏସ୍‌-ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ଏ- ଜଳବାୟୁ ସହ ଖାପ ଖୁଆଇବା, ଏମ୍‌-କୃଷି ଉତ୍ପାଦ ପାଇଁ ବଜାର(ଘରୋଇ ଓ ଆନ୍ତର୍ଜାତିକ), ଆର-ଉତ୍ପାଦନ ବୃଦ୍ଧି ନିଶ୍ଚିତ କରିବା ପାଇଁ ସମ୍ବଳ ସୁବିନିଯୋଗ, ଆଇ-ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ, ଡି-ଅଧିକ ମୂଲ୍ୟଯୁକ୍ତ କୃଷି ଉତ୍ପାଦନର ପୃଥକୀକରଣ, ଏଚ୍‌-ମାନବ ସମ୍ବଳର ଉନ୍ନତି ଓ କୌଶଳ ବିକାଶ ଏବଂ ଆଇ- ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରିବା।
୩୬୦ ଡିଗ୍ରୀ ସଂସ୍କାର ଧର୍ମୀ ଲକ୍ଷ୍ୟରେ ଏହି କୃଷି ନୀତି କାର୍ଯ୍ୟକାରୀ ହେବ। ଏଥିରେ ଜଳବାୟୁ ପରିବର୍ତ୍ତନକୁ ବିଶେଷ ଧ୍ୟାନ ଦିଆଯାଇଛି। ଧାନ ସହିତ ଅଧିକ ମୂଲ୍ୟଯୁକ୍ତ ଶସ୍ୟ ଉତ୍ପାଦନ ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହି ନୀତିରେ କାଳିଆ ଯୋଜନା ଅନ୍ତର୍ଗତ ୧୮ରୁ ୫୦ ବର୍ଷର ଚାଷୀ ଓ କୃଷି ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା ସହିତ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ବ୍ୟବସ୍ଥା ରହିଛି। ସଫଳ କାଳିଆ ହିତାଧିକାରୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ଜଳବାୟୁ ପରିବର୍ତ୍ତନକୁ ଦେଖି ବିହନ, ସାର ଯୋଗାଣ ଉପରେ ମଧ୍ୟ ଏହି ନୂତନ କୃଷି ନୀତିରେ ଫୋକସ କରାଯାଇଛି।
ସେହିପରି ଉତ୍ତମ ଶାସନ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା(ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି) ନିୟମାବଳୀ-୨୦୧୯ କାର୍ଯ୍ୟକାରୀ କରିଛନ୍ତି। ଏହି ନିୟମ ପ୍ରଣୟନ ହେଲେ ବିଶେଷ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ବ୍ୟାଚ କିମ୍ବା ଆବଣ୍ଟିତ ବର୍ଷକୁ ଅପେକ୍ଷା ନ କରି ପଦୋନ୍ନତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ଜନସେବା ପ୍ରତି ନିଷ୍ଠାପର ସେବା ପାଇଁ ୫-ଟି କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଯେଉଁ ଅଧିକାରୀ ଓ କର୍ମଚାରୀ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବା ସହ ଆଗୁଆ ପଦୋନ୍ନତି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା (ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି) ନିୟମାବଳୀ -୨୦୧୯ କାର୍ଯ୍ୟକାରୀ କରିଛନ୍ତି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲା ନକଲି ଏମ୍‌ଭିଆଇ ଟିମ୍‌: ୪ ଗିରଫ

ବାଲିକୁଦା,୨୯ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କଟକ-ମାଛଗଁା ମୁଖ୍ୟରାସ୍ତାରେ ଏମ୍‌ଭିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଟିମ୍‌ ସାଜି ଗାଡି ଚାଳକଙ୍କୁ ଲୁଟ୍‌ କରୁଥିବା ଏକ ନକଲି...

ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ, ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଏତଲା ଦେଲେ ମଞ୍ଜିତ

କଟକ ଅଫିସ,୨୨।୧୦: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ...

ରାକ୍ଷୀରେ ଜଳିଲା ଭାଇ-ଭଉଣୀଙ୍କ ଜୁଇ

ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା...

ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଜିଲାଗୁଡ଼ିକରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ସମୟ...

ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ...

ଡ୍ରେନ୍‌ ଦୂଷିତ ଯୋଗୁ କରୋନା ବ୍ୟାପିବା ଆଶଙ୍କା: ମୁଖ୍ୟ ଯନ୍ତ୍ରୀଙ୍କୁ ହାଜର ପାଇଁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ଡ୍ରେନ୍‌ ଦୂଷିତ ଯୋଗୁ କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା କରାଯାଉଛି। ତେଣୁ ଡ୍ରେନ୍‌ ସଫେଇରେ ଅବ୍ୟବସ୍ଥା ନେଇ ପରିବେଶ ଦୂଷିତ ହେଉଥିବା ଅଭିଯୋଗରେ କଟକ ଡ୍ରେନେଜ୍‌...

ମହାପ୍ରଭୁଙ୍କ ପାଇଁ ତିଆରି ଚାଲିଛି ରାଖୀ

ପୁରୀ ଅଫିସ, ୧୯।୮: ଭଉଣୀ ଭାଇର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ। ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଉଜ୍ଜ୍ୱଳ...

ବଉଳା କୁମ୍ଭୀର ବସା ଉଦ୍ଧାର: ଭିତରକନିକା ନିଆଗଲା ଅଣ୍ଡା, ନାଳରେ ଛାଡ଼ି ଦିଆଗଲା କୁମ୍ଭୀର

ମହାକାଳପଡ଼ା,୧୯।୫(ଡି.ଏନ୍‌.ଏ.): ମହାକାଳପଡ଼ା ବନାଞ୍ଚଳ ଅଧୀନ ଗାବରୀ ନଦୀ ପାର୍ଶ୍ୱ ଅରଡ଼ ଗ୍ରାମର ଏକ ବୁଦା ମୂଳେ ଏକ ବଉଳା କୁମ୍ଭୀର ବସା ବାନ୍ଧି କିଛି ଅଣ୍ଡା...

Advertisement
Archives

Model This Week