କୁକୁଡ଼ା ଫାର୍ମ ହଟାଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ

ପାଟପୁର,୧୩ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ପଞ୍ଚାୟତର ସିନ୍ଦୁରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ ଓ ଶତାଧିକ ଗ୍ରାମବାସୀ ଗୁରୁବାର ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ଫାର୍ମ ଯୋଗୁ ଗଁା ପରିବେଶ ପ୍ରଦୂଷଣ ହେବା ସହ ମାଛିଙ୍କ ଦୌରାତ୍ମ୍ୟ ବଢୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ରୋଗରେ ପଡୁଛନ୍ତି। ଏଥିଯୋଗୁ ଗ୍ରାମବାସୀଙ୍କ ପାନୀୟ ଜଳ ଉତ୍ସ ମଧ୍ୟ ପ୍ରଦୂଷିତ ହେଉଛି ଓ ଝାଡାବାନ୍ତି ଭଳି ସଂକ୍ରମଣ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ସେ ଶୁକ୍ରବାର ସ୍କୁଲ ପରିଦର୍ଶନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ତହସିଲଦାର ଅମିତ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ପୋଡାମାରି ଆର୍‌ଆଇଙ୍କୁ ସେଠାକୁ ପଠାଇଥିଲେ। ତେବେ ଉକ୍ତ କୁକୁଡାଫାର୍ମଟି ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବାଙ୍ଗରଡା ମୌଜାରେ ରହିଛି ବୋଲି କହିଥିଲେ। ଏନେଇ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ ସେ ମିଟିଂରେ ଥିବାରୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ମହାରାଷ୍ଟ୍ର ପୁନେସ୍ଥିତ ଏକ ହାଚେରୀର ଏହା ଏକ ଶାଖା ବୋଲି ସେଠାରେ ଥିବା କର୍ମଚାରୀ ମାନେ କହିଥିଲେ। ଦାବି ପୂରଣ ହୋଇ ନ ଥିବାରୁ ଶୁକ୍ରବାର ପୁଣି ସେଠାରେ ବିକ୍ଷୋଭ ସହ ରାସ୍ତାରୋକୋ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଭିମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭିମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri