କିଡ଼୍‌ନୀ ରୋଗ୍‌ ବହପିବାର ଘଟନା:ପିତବାସପୁରରେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୯ା୭ (ଡି.ଏନ୍‌.ଏ):
କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ପିତବାସପୁରରେ ଗଲା ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। କିଡ଼୍‌ନୀ ରୋଗ୍‌ରେ ଗଁାର ଝନକର ମୁରତୁ ହେଇଥିଲାବେଲେ ଆର ଝନେ କଟକ ବଡ଼ ଡାକ୍‌ତରଖାନାରେ ମୁରତୁ ସଂଗେ ଯୁଝୁଛନ୍‌। ସେନ୍‌ତା ଗଁାର ୨୦ରୁ ଅଧ୍‌କା ମହିଲା ଆର ପୁରୁଷ ରୋଗ୍‌ରେ ପୀଡ଼ିତ ଥିଲାବେଲେ ସେମାନେ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ିତ ହେଇ ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ଗଁାର ହୀରାମଣି ନିଆଲ(୪୮), ଯଦୁମଣି ନିଆଲ (୬୫), ବୁଧ ନିଆଲ (୬୫), ଫଗନୁ ନିଆଲ(୫୮), ଭାନୁମତି ନିଆଲ(୫୦), ଉର୍ବଶୀ ନିଆଲ (୩୭), ରସିକ ନିଆଲ (୪୦), ସୁନ୍ଦର ନିଆଲ(୫୦), ପୁରୁଷୋତ୍ତମ ନିଆଲ (୩୩) ଆର ପୂର୍ଣ୍ଣମୀ ନିଆଲ(୪୫) କିଡ଼୍‌ନୀ ରୋଗରେ ପୀଡ଼ିତ ଥିବାର ଜନାଯାଇଛେ। ଇମାନେ ଦିହିପା ଖରାପ ହେଲାରୁ ଜିଲାର ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ିତ ହେଇ ନିରାଶ ହେଇଥିଲେ। ପଛେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଗୁଟେ ଘରୋଇ ଡାକ୍‌ତରଖାନାରେ ପରୀକ୍ଷା ନିରୀକ୍ଷା କଲାରୁ ଇମାନେ ସଭେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ସେନ୍‌ତା ଗଁାର ଭାଗିରଥି ନିଆଲ(୫୮) ଏହେଦେ କଟକ ବଡ଼ ଡାକ୍‌ତରଖାନାରେ ଚିକିସତ୍ିତ ହେଉଥିବାର ଜନାପଡ଼ିଛେ। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପିତବାସପୁରରେ ବହପୁଛେ କିଡ଼୍‌ନୀ ରୋଗ୍‌: ଚେତି ଶୁଇଛେ ସୁଆସ୍‌ତିଅ ବିଭାଗ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ଜିଲା ସୁଆସ୍‌ତିଅ ବିଭାଗର ଚେତା ପଶିଥିଲା। ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀ ଡା.ବନଲତା ଦେବୀକଁର ନିରଦେଶ ଆର କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ଡା.ତତ୍ତ୍ୱଦର୍ଶୀ ଦାସକଁର ମଂଗୁଆଲତିରେ ସୋମବାର ଗୁଟେ ଡାକ୍‌ତରି ଦଲ ପିତବାସପୁର ଗଁାରେ ପୁହୁଁଚିଥିଲା। ଗଁାର ୧୦ ଝନକର ଦିହିପା ପରୀକ୍ଷା କରିଥିଲାବେଲେ ସେ ଭିତରୁ ୩ ଝନକର କିଡ଼୍‌ନୀ ରୋଗ୍‌ ଥିବାର ଡାକ୍‌ତରି ଦଲ ସୂଚନା ଦେଇଥିଲେ। ସେମାନେ ହେଲେ ଗଁାର ଜ୍ୟୋତି ନିଆଲ(୬୫), ଫଗନୁ ନିଆଲ(୫୮) ଆର ରସିକ ନିଆଲ(୪୦)। ଇଆଡ଼େ ଗଁାରେ ଲୁକ୍‌କର ବେଭାର ଲାଗି ୪ଟା ନଲ୍‌ଚୁଅଁା ରହିଥିଲାବେଲେ ହରିଜନ ପଡ଼ାରେ ଗୁଟେ ନଲ୍‌ଚୁଅଁା ରହିଛେ। ହରିଜନ ପଡ଼ାର ନଲ୍‌ଚୁଅଁା ପାଏନ୍‌ ବେଭାର କରି ପଡ଼ାବାସୀ ନାନା ରୋଗ୍‌ରେ ପଡ଼ୁଥିବାର ସେମାନେ ଅଭିଯୋଗ କରିଛନ୍‌। ସେନ୍‌ତା କୋକସରା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ଗଁାରେ ଥିବାର ନଲ୍‌ଚୁଅଁାମାନକର ପାଏନ୍‌ ନମୁନା ପରୀକ୍ଷା ଲାଗି ପଠାଯାଇଥିବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଜିତ ସେଠି କହିଛନ୍‌। ଇଆଡ଼େ ଗଁାରେ ରୁଗୀକରନୁ ଠୁଲାଯାଇଥିବାର ଭିନେ ଭିନେ ରକତ୍‌ ନମୁନାର ପରୀକ୍ଷା ଲାଗି ଜିଲା ମୁଖିଆ ଡାକ୍‌ତରଖାନା ପଠାଯିବା ବଲି ଡାକ୍‌ତରି ଦଲ ସୂଚନା ଦେଇଛେ। ଇ ଡାକ୍‌ତରି ଦଲରେ ପିଏଚ୍‌ଇଓ ଚିଦାନନ୍ଦ ପଣ୍ଡା, ବିପିଏମ୍‌ଓ ଏମ୍‌.ରାଜଶେଖର, ମୋବାଇଲ ହେଲ୍‌ଥ ୟୁନିଟର କରମଚାରୀ ସମେତ ଲଡ଼ୁଗଁା ସରପଁଚ୍‌ କହ୍ନେଇ ଚରଣ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri