Posted inଫୁରସତ

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ମାତ୍ର ସମ୍ପର୍କକୁ ସୁଦୃଢ଼ କରିବା କୌଣସି ଯାଦୁଗରି କଥା ନାହିଁ। କିଛି ଛୋଟ କଥା ପ୍ରତି ଗୁରୁତ୍ୱ ଦେଲେ ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ପରସ୍ପରକୁ ହସାଇବା ଲାଗି ଚେଷ୍ଟା କରନ୍ତୁ
ଦୁହେଁ ଦୁହିଁଙ୍କ ସହ ଖୁବ୍‌ ମନ ଖୋଲା ହସ ହସନ୍ତୁ। କାରଣ ହସିବା ଦ୍ୱାରା ଶରୀରରେ ଅକ୍ସିଟୋସିନ୍‌ ନାମକ ହର୍‌ମୋନ ସୃଷ୍ଟି ହୋଇଥାଏ। ଯାହା ମନୋବଳକୁ ଦୃଢ଼ କରିଥାଏ। ସବୁବେଳେ ହସୁଥିବା ଦମ୍ପତି ବହୁତ ସୁଖୀ ହୋଇଥାନ୍ତି। ଏପରି ଲୋକମାନେ ହସିବା ଏବଂ ହସାଇବା ଦ୍ୱାରା ଜୀବନର ଅନେକ ଅସୁବିଧାକୁ ସହଜରେ ସାମ୍ନା କରିବାରେ ସକ୍ଷମ ହୋଇଥାନ୍ତି। ଏପରି କଲେ ସମ୍ପର୍କ ଦୀର୍ଘସ୍ଥାୟୀ ହେବ।

ପରସ୍ପର ପ୍ରତି ସମ୍ବେଦନଶୀଳ ହୁଅନ୍ତୁ:
ସମ୍ପର୍କକୁ ଉପଭୋଗ କରିବାକୁ ହେଲେ ପରସ୍ପର ପ୍ରତି ସମ୍ବେଦନଶୀଳ ହେବା ନିହାତି ଜରୁରୀ। ପ୍ରତ୍ୟେକ ମୁହୂର୍ତ୍ତକୁ ଏକାଠି ଉପଭୋଗ କରନ୍ତୁ। ଯଦି ସାଥୀଙ୍କ ସହିତ ଖୋଲା ଜୀବନ ବିତାଇବ ନାହିଁ ତେବେ ସମ୍ପର୍କ ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। ଭୟ, ଆନନ୍ଦ ଏବଂ ଚାପ ବିଷୟରେ ପରସ୍ପର ସହିତ କଥାବାର୍ତ୍ତା କରନ୍ତୁ। ଏହା ସମ୍ପର୍କକୁ ଆହୁରି ମଜଭୁତ କରିବ।

କୌଣସି କଥା ସାଥୀଙ୍କୁ ଲୁଚାନ୍ତୁ ନାହିଁ:
ସାଥୀଙ୍କୁ କୌଣସି କଥା ଲୁଚାଇବା ଆଦୌ ଠିକ୍‌ ନୁହେଁ। ଏହା ପରବର୍ତ୍ତୀ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ବିଶେଷକରି ଯଦି ତୁମେ କିଛି କଥା ଜାଣିଛ ହେଲେ ସାଥୀଙ୍କୁ କହିନାହଁ; ସେ ପରବର୍ତ୍ତୀ ସମୟରେ ଅନ୍ୟ କାହାଠାରୁ ଜାଣିବାକୁ ପାଇଲେ। ତେବେ ତୁମ ଉପରୁ ତାଙ୍କର ବିଶ୍ୱାସ ତୁଟିଯିବାର ସମ୍ଭାବନା ଥାଏ। ଟଙ୍କା, ସମ୍ପର୍କୀୟ କିମ୍ବା ଘରର ଅନ୍ୟ କୌଣସି ସଦସ୍ୟ ତୁମକୁ ହଇରାଣ କରୁଛନ୍ତି ସେ ବିଷୟରେ ସାଥୀଙ୍କ ସହ ଶେୟାର କରନ୍ତୁ। ସେ ତୁମକୁ ଏ ବିଷୟରେ କିଛି ଉତ୍ତମ ପରାମର୍ଶ ଦେଇପାରନ୍ତି। ଯାହାକି ସୁଖୀ ଦାମ୍ପତ୍ୟ ଜୀବନରେ ସହାୟକ ହେବ।

ସାଥୀଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ:
ସମସ୍ତେ ଚାହାନ୍ତି ଯେ, ସେମାନେ ନିଜ କଥାକୁ ଖୋଲାଖୋଲି ଭାବରେ କହିବାକୁ ସମର୍ଥ ହୁଅନ୍ତୁ। ଖାଲି ନିଜ କଥା କହିଲେ ହେବ ନାହିଁ, ସାଥୀଙ୍କୁ ବି ଏହି ବିଷୟରେ କଥାବାର୍ତ୍ତା କରିବାକୁ ପୂର୍ଣ୍ଣ ସୁଯୋଗ ଦିଅନ୍ତୁ।

ପରସ୍ପରକୁ ସମ୍ମାନ କରନ୍ତୁ:
ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ପାଇଁ ପରସ୍ପରକୁ ସମ୍ମାନ କରନ୍ତୁ। ସାଥୀଙ୍କ ସ୍ବପ୍ନକୁ ସମର୍ଥନ କରନ୍ତୁ। କୌଣସି ମତଭେଦ ହୋଇଥିଲେ ଆପୋଷ ସମାଧାନ କରି ନିଜର ଦୋଷକୁ ସ୍ବୀକାର କରନ୍ତୁ। ଏହା ଦ୍ୱାରା ସମ୍ପର୍କ ମଧୁମୟ ହୋଇଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri