କିଚେନ୍‌ ଗାର୍ଡେନ୍‌ ବୁଲିଲେ ବିଦେଶୀ ନାଗରିକ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ୭ ଦେଶ ଫ୍ରାନ୍ସ, କେନିଆ, ଇକ୍ୱାଡାର, ଇଟାଲୀ, ସ୍ପେନ୍‌, ପର୍ତ୍ତୁଗାଲ୍‌ ଏବଂ ପୋଲାଣ୍ଡରୁ ୭ ଜଣ ବିଦେଶୀ ନାଗରିକ ଆସି ଶୁକ୍ରବାର ଭୁବନେଶ୍ୱରସ୍ଥ କିଚେନ୍‌ ଗାର୍ଡେନ ପରିଦର୍ଶନ କରିଛନ୍ତି। କିଚେନ୍‌ ଗାର୍ଡେନ ଏବେ ପ୍ରାକୃତିକ ଚାଷ ସଂକ୍ରାନ୍ତ ପ୍ରଶିକ୍ଷଣ ତଥା ପ୍ରଦର୍ଶନୀ ହବ୍‌ ପାଲଟିଥିବା ବେଳେ ସହରୀ ବଗିଚା, ଭୂମିଶଯ୍ୟା, ମୃତ୍ତିକା ଏବଂ କୀଟନାଶକ ପରିଚାଳନା, ଘରୋଇ ବର୍ଜ୍ୟବସ୍ତୁର କମ୍ପୋଷ୍ଟିଂ, ମୃତ ଜଳ ପ୍ରସ୍ତୁତି ସହ ଜଳ ସଫେଇ, ମତ୍ସ୍ୟ ଟ୍ୟାଙ୍କର ବିଭିନ୍ନ ଡେମୋକୁ ବିଦେଶୀ ନାଗରିକମାନେ ବୁଲି ଦେଖିଛନ୍ତି। ଏହି ଅବସରରେ ଅନୁଷ୍ଠିତ ପାରସ୍ପରିକ ଅଧିବେଶନରେ ସମସ୍ତ ବିଦେଶୀ ନାଗରିକ ସେମାନଙ୍କ ଦେଶରେ ସହରୀ ଚାଷ ସ୍ଥିତି ବିଷୟରେ ବଖାଣିଥିଲେ। ଆମ ଦେଶରେ ସହରୀ ଚାଷରେ ସଫଳତା ପାଇଥିବା କୃଷକ ଦୁଷ୍ମନ୍ତ ଦାସ ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ଡ. ମନୋରଞ୍ଜନ ମିଶ୍ର, ଡ. ଆଦିତ୍ୟ ମହାନ୍ତି, ମାମୁନି ମହାନ୍ତି, ପ୍ରଦୀପ୍ତ ମହାରଣା, ମହେଶ୍ୱର ଖିଲାର, ପ୍ରିୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବିଦେଶୀ ନାଗରିକଙ୍କୁ ବିଭିନ୍ନ ମଡେଲ ଦେଖାଇଥିଲେ। ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ସହ ସେଗୁଡ଼ିକୁ କାର୍ଯ୍ୟରେ ଉପଯୋଗ କରୁଥିବାରୁ ବିଦେଶୀ ନାଗରିକମାନେ କିଚେନ୍‌ ଗାର୍ଡେନର୍ସ ଆସୋସିଏଶନ୍‌କୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri