କାଳ ସାଜିଛି ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ:ଟୁଇନ୍‌ ସିଟିରେ ୨୦୦ ସ୍ଥାନ ଚିହ୍ନଟ, ୬୦ ଅତି ସମ୍ବେଦନଶୀଳ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଡିସେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଥିବାବେଳେ ୧୦ ଟ୍ରଫିକ ନିୟମ ଉଲ୍ଲଂଘନକାରୀ ଧରପଗଡ଼ ଚାଲିଛି। ତେବେ କଟକ ଓ ଭୁବନେଶ୍ୱର ଟୁଇନ୍‌ସିଟିରେ ହେଲ୍‌ମେଟ, ସିଟ୍‌ବେଲ୍ଟ, ବାଇକରେ ୩ଜଣ ବସିଯିବା ଓ ରଙ୍ଗ୍‌ ସାଇଡ୍‌ ଗାଡ଼ି ଚାଳନାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ଚାଲିଛି। ତେବେ କମିଶନରେଟ ପୋଲିସ ପାଇଁ ଏବେ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟୁଇନ୍‌ ସିଟିରେ ୨ଶହ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ୬୦ଟି ଅତି ସମ୍ବେଦନଶୀଳ ରହିଛି। ଏସବୁ ରଙ୍ଗ୍‌ସାଇଡ୍‌ ପଏଣ୍ଟ ଗୁଡିକରେ ଟ୍ରାଫିକ ଓ୍ବିଙ୍ଗ୍‌ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯିବାକୁ ଯୋଜନା କରାଯାଉଛି ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ମଙ୍ଗଳବାର ଟ୍ରାଫିକ ଡିସିପି ନାଥ ନିଜେ ବିଭିନ୍ନ ଛକରେ ରହି ରଙ୍ଗ୍‌ ସାଇଡ୍‌ ଗାଡ଼ି ଚାଳନା ଯାଞ୍ଚ କରିଥିଲେ। ଭୁବନେଶ୍ୱର ସିଟି ଓମେନ୍ସ କଲେଜ ଛକ ନିକଟରେ ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ନେଇ ଆସୁଥିବା ଲୋକଙ୍କୁ ପାଠପଢ଼ାଇବା ସହ ଜରିମାନା କରିଥିଲେ। ନିଆରା ଢଙ୍ଗରେ ପୁଅ ଜରିଆରେ ଜଣେ ମା’କୁ ବୁଝାଇଲେ। ମା’ ଜଣକ ନିଜ ପୁଅକୁ ସ୍କୁଲ୍‌ରୁ ସ୍କୁଟିରେ ବସାଇ ରଙ୍ଗ୍‌ ସାଇଡ୍‌ରେ ଯାଉଥିବାବେଳେ ଟ୍ରାଫିକ ଡିସିପିଙ୍କ ହାବୁଡ଼ରେ ପଡିଯାଇଥିଲେ। ଡିସିପି ନାଥ ଉକ୍ତ ମା’ଙ୍କ ବଦଳରେ ପ୍ରଥମେ ତାଙ୍କ ୫ବର୍ଷର ପୁଅକୁ ବୁଝାଇଥିଲେ। ତୁମ ପାଇଁ ହେଲମେଟ୍‌ ଆଣିବା ସହ ରଙ୍ଗ୍‌ ସାଇଡ୍‌ରେ ଗାଡି ଚାଳନା ନ କରିବା ଲାଗି ମା’ଙ୍କୁ କହିବାକୁ କୁନି ପୁଅକୁ କହିଥିଲେ।
୩ ଦିନରେ ଧରାହେଲେଣି ୧୫ଶହ ଉଲ୍ଲଂଘନକାରୀ
୩ ଦିନରେ କଟକ-ଭୁବନଶ୍ୱେରରେ ୧୫ଶହ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକ ଧରାପଡିଛନ୍ତି। କେତେଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ଯେଉଁମାନେ ଦେଇପାରି ନାହାନ୍ତି ସେମାନଙ୍କ ନିକଟକୁ ଚାଲାଣ ପଠାଯାଇଥିବା ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି। ମଙ୍ଗଳବାର ମଧ୍ୟ ରାଜଧାନୀର ୨୩ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଅନ୍ୟପକ୍ଷରେ କଟକରେ ଜଣେ କାର ଚାଳକଙ୍କୁ ହେଲମେଟ୍‌ ପିନ୍ଧି ନ ଥିବା ଦର୍ଶାଇ ଚାଲାଣ କଟାଯାଇଥିବା ନେଇ ହୋଇଥିବା ଅଭିଯୋଗର ଉତ୍ତର ରଖିଛନ୍ତି ଡିସିପି ନାଥ। ସେ କହିଛନ୍ତି, ଏହାକୁ ପୋଲିସର ଭୁଲ୍‌ ବୋଲି କୁହାଯାଇପାରିବ ନାହିଁ। କାରଣ ଯେଉଁ ବାଇକ୍‌ ଚାଳକ ଜଣକ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ, ସେ ତାଙ୍କ ବାଇକ୍‌ରେ କାର୍‌ ନମ୍ବର ବ୍ୟବହାର କରିଥିବା ଜଣାପଡିଛି। ଉକ୍ତ ନମ୍ବର ଆଧାରରେ ଚାଲାଣ କଟାଯାଇଛି। ଏନେଇ ତଦନ୍ତ ଚାଲିଛି। ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡ଼ାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବୁଗୁଡ଼ା,୩୧ା୭(ଡି.ଏନ୍‌.ଏ.): ଗଞ୍ଜାମର ବୁଗୁଡ଼ା ସହରରେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ୨ ବର୍ଷର ବାଳକ ଆର୍ଚିସମାନ

ବଡ଼ମ୍ବା,୧୧।୯(ସ୍ବ.ପ୍ର.): ଇଂଲିଶ୍‌ ଶବ୍ଦକୁ ଓଡ଼ିଆରେ ଅନୁବାଦ କରିବା ସହ ବିଭିନ୍ନ ଖାଦ୍ୟ ପଦାର୍ଥ ତଥା ଜିନିଷର ନାମକୁ ଇଂଲିଶ୍‌ରେ କହି ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ...

ମାନସ ସ୍ବାଇଁ ହତ୍ୟା ମାମଲା: ଆଶ୍ରମରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୭।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମାଲରେ ରବିବାର ଭୁବନେଶ୍ୱରର ଏକ ଆଶ୍ରମରେ କ୍ରାଇମବ୍ରାଞ୍ଚର ଟିମ୍‌ ଛାନବିନ କରୁଛି। କେମତି ମର୍ଡର ପ୍ଲଟ ରଚା ଯାଇଥିଲା?...

୬ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା

ଯାଜପୁର ଅଫିସ,୧୧ା୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ...

୭୧% ମତଦାନ

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭୧% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା...

କ୍ରୋମ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: ‘ଜିଲା ପ୍ରଶାସନ ନିଷ୍ପତ୍ତି ଏକପାଖିଆ’

କାଳିଆପାଣି/ସୁକିନ୍ଦା,୨୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଥମିବାର ନାମ ଧରୁନି। ଏହାର ସମାଧାନ ନେଇ ମଙ୍ଗଳବାର ସୁକିନ୍ଦା...

ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ...

ପ୍ରାର୍ଥିପତ୍ରରେ ତ୍ରୁଟି ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ , ଏବିଡିଓଙ୍କ ସହ ଅଧିକାରୀଙ୍କୁ ତାଲା

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବା...

Advertisement
Archives

Model This Week