କାଳିଆ ଯୋଜନା ଅର୍ଥ କାଟ୍‌କୁ ନବନିର୍ମାଣ କୃଷକ ସଂଗଠନର ବିରୋଧ: ଅକ୍ଷୟ କୁମାରଙ୍କୁ ଭେଟିଲେ ତଥାଗତ

ଭୁବନେଶ୍ୱର,୫।୧(ବ୍ୟୁରୋ): କାଳିଆ ଯୋଜନାରୁ ଅର୍ଥ କାଟକୁ ବିରୋଧ କରି ୨୦୧୯ ଡିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୁନ୍ଦରପଦାସ୍ଥିତ ବୀରବନ୍ଧ ରାଜ୍ୟ କାର୍ଯ୍ୟାଳୟରେ ଅନଶନରେ ବସିଛନ୍ତି। ଶୁକ୍ରବାର ଧରିତ୍ରୀ ତଥା ଓଡିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଅନଶନ ସ୍ଥଳକୁ ଯାଇ ଅକ୍ଷୟ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଚାଷୀଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଜାନୁୟାରୀ ୪ ତାରିଖରୁ ଜିଲା ଓ ବ୍ଲକସ୍ତରରେ ଧାରଣା ଓ ଆନ୍ଦୋଳନ ଆରମ୍ଭ କରାଯାଇଛି ।
ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିବା ଏହି ବଡ଼ କୃଷିଭିତ୍ତିକ ଯୋଜନାରେ ଚାଷୀଙ୍କ ସହିତ ସରକାର ଧୋକାବାଜି କରିଛନ୍ତି। ୭୦ ଲକ୍ଷ ଚାଷୀଙ୍କୁ ରବି ଓ ଖରିଫ ଫସଲ ପାଇଁ ୧୦ ହଜାର ଲେଖାଏ ସହାୟତା ଦେବାକୁ ସରକାର ଘୋଷଣା କରିଥିଲେ। ପରେ ଏଥିରୁ ଓହରି ଯାଇଛନ୍ତି। ଚାଷୀଙ୍କ ପାଇଁ ଅର୍ଥାଭାବର ଆଳ ଦେଖାଇ ଏହି ଯୋଜନାରୁ ୬୦ ପ୍ରତିଶତ ଅର୍ଥ କାଟି ଦେଇଛନ୍ତି। ମାତ୍ର ସରକାରୀ ଚାକିରିଆମାନଙ୍କୁ ୬୦୦ କୋଟି ଟଙ୍କାର ବୋନସ ଦେବାକୁ ଆସନ୍ତା କେଇଦିନ ମଧ୍ୟରେ ଘୋଷଣା କରିବାକୁ ଯୋଜନା କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ବର୍ଦ୍ଧିତ ଦରମା ପାଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଯଦି ପେନସନ ଓ ମହଙ୍ଗା ଭତ୍ତା ଅଛି ତେବେ ଚାଷୀଙ୍କ ପାଇଁ କାହିଁିକି ଅର୍ଥର ଅଭାବ ହେଉଛି ବୋଲି ଅକ୍ଷୟ କୁମାର ପ୍ରଶ୍ନ କରିଛନ୍ତି। ବିଜେଡିର ଭାତହାଣ୍ଡି କୁହାଯାଉଥିବା ଉପକୂଳ ଓଡିଶାର ଅଧିକାଂଶ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆଗରୁ ବିଜେଡି ଠିକା କାମ ଯୋଗାଇ କର୍ମୀମାନଙ୍କୁ ବାନ୍ଧି ରଖୁଥିଲା। ସେହି କାମଗୁଡିକ ଏବେ ଏଲ ଆଣ୍ଡ ଟି ଏବଂ ଓ୍ବାଟ୍‌କୋ କମ୍ପାନୀ ଜରିଆରେ କରାଯାଉଛି। ଚାଷୀଙ୍କ ଜୀବିକା ବଞ୍ଚାଇବାଠାରୁ ନିଜର ଭୋଟ ଥଳି ଭରିବା ପାଇଁ କାଳିଆ ଯୋଜନା କରାଯାଇ ବିଜେଡି କର୍ମୀଙ୍କୁ ଅର୍ଥ ଦିଆଯିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଥିଲେ ତାହା ସତରେ ପରିଣତ ହୋଇଛି। ବିରୋଧୀ ଭାଜପା କିମ୍ବା କଂଗ୍ରେସ ଦଳ ଏ ନେଇ ଆନ୍ଦୋଳନ କରୁ ନ ଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବ ବୋଲି ସଂଗଠନର ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ଆଲୋଚନା ବେଳେ ସଂଗଠନର ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ, କୁଳମଣି, ସୁରେନ୍ଦ୍ର ନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri