Posted inବରଗଡ଼

କାମେ ନାଇଁ ଲାଗବାର ଯାତ୍ରୀ ପ୍ରତିକ୍ଷାଳୟ

 

ଗଣ୍ଡତୁରୁମ, ୮।୧୨ (ଡି.ଏନ.ଏ)-
ରଏଜ୍‌ ସରକାର ଲୁକ୍‌କର ଯିବାର ଆଏବାର ସୁବିଧା ଲାଗି ରାସ୍‌ତାଘାଟ ତିଆର କରୁଛନ୍‌। ସେନ୍‌ତା ବସ୍‌ଷ୍ଟାଣ୍ଡ, ଭିନେ ଭିନେ ଗଁାଗଁଡ଼ାର ଛକେ ଗାଡ଼ିମଟର ଟାକ୍‌ବାକେ ଲୁକ୍‌କର ଲାଗି ଯାତ୍ରୀ ପ୍ରତିକ୍ଷାଳୟ ତିଆର କରୁଛନ୍‌। ହେଲେ କେନ୍‌ଠାନେ ଇ ଯାତ୍ରୀ ପ୍ରତିକ୍ଷାଳୟ ହଲ୍‌କା କାମ୍‌ ଲାଗି ବିପଦ୍‌ ଅବସ୍‌ତାରେ ରହିଛେ ତ ଆର କେନ୍‌ଠାନେ ବସ୍‌ଷ୍ଟାଣ୍ଡରୁ ଦୂରେ ତିଆର ହେଇଥିବାର ଲାଗି ଲୁକ୍‌କର କାମେ ନାଇଁ ଲାଗ୍‌ବାର। ଏନ୍‌ତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଗୋଡ଼ଭଗା-ସୋନପୁର ୫୪ ନମ୍ବର ଜାତୀୟ ରାଜପଥରେ ଥିବାର ଅନେକ ଜାଗାର ଯାତ୍ରୀ ପ୍ରତିକ୍ଷାଳୟରେ।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ଗଣ୍ଡତୁରୁମ, ମହୁଲପାଲି, ମେହେନା, ଗର୍ଭଣା, ଉଦେପୁର, ଖୁଣ୍ଟୁଲିପାଲି, ଡାଲବ ଆଦି ଛକେ ଥିବାର ଯାତ୍ରୀ ପ୍ରତିକ୍ଷାଳୟମାନ ଲୁକ୍‌କର କାମେ ନାଇଁ ଲାଗ୍‌ବାର। ରାଏଜ୍‌ ସରକାର ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଲୁକ୍‌କର ସୁବିଧା ଲାଗି ଇ ସବୁ ଜାଗାମାନକେ ଯାତ୍ରୀ ପ୍ରତିକ୍ଷାଳୟ ସଂଗେ ପରିସ୍ରାଗାର ତିଆର କରିଛନ୍‌। ହେଲେ ଅନେକ ଜାଗାରେ ହଲ୍‌କା କାମ୍‌ ଲାଗି କୁଠାମାନ ବିପଦ ଅବସ୍‌ତାରେ ରହିଛେ। ଯେନ୍‌ଥିରଲାଗି ଇ ଯାତ୍ରୀ ପ୍ରତିକ୍ଷାଳୟମାନ ଲୁକ୍‌କର କାମେ ନାଇଁ ଲାଗ୍‌ବାର। ଯାତ୍‌ରୀମାନେ କେନ୍‌ ଗଛ୍‌ତଲେ, ଦୁକାନ୍‌ ତରେ ଗାଡ଼ିମଟରକେ ଟାକୁଥିବାର ଦେଖ୍‌ବାକେ ମିଲୁଛେ। ସେନ୍‌ତା ଯାତ୍ରୀ ପ୍ରତିକ୍ଷାଳୟମାନ୍‌କେ ବେଲବୁଡ଼ଲେ ଅସାମାଜିକ ଲୁକ୍‌କର ଆସର ଜମୁଛେ। ଇ ଦିଗେ ପରଶାସନ ଦୁରୁଷ୍‌ଟି ଦେଇ ପରତିକାର ବେବସ୍‌ତା କରବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri