କାମରେ ଆସୁନି ଟ୍ରାଫିକ୍‌ ସିଗ୍‌ନାଲ

ବଅଁରପାଳ, ୧୪ା୧୨(ଡି.ଏନ.ଏ.) – ଅନୁଗୋଳରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ଓ ଏଥିଜନିତ ଦୁର୍ଘଟଣା ହାର ବଢୁଥିଲେ ହେଁ ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ନାଲ୍‌କୋ ସ୍ମେଲଟର ମେନ୍‌ ଗେଟ ଛକଠାରେ ଟ୍ରାଫିକ୍‌ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଏଠାରେ ଥିବା ଟ୍ରାଫିକ ସିଗ୍‌ନାଲ କାମ କରୁ ନ ଥିଲେ ହେଁ ଏହାର ମରାମତି କରାଯାଉନି। ଫଳରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି। ୫୫ ନଂ ଜାତୀୟ ରାଜପଥ ନାଲ୍‌କୋ ସ୍ମେଲଟର ଗେଟ୍‌ ଛକଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ସୋଲାର ଟ୍ରାଫିକ୍‌ ଲାଇଟର ବ୍ୟବସ୍ଥା ହୋଇଥିଲା। ହେଲେ ଏହା ପ୍ରାୟ ବର୍ଷେ ହେଲା ଅଚଳ ହୋଇପଡିଛି। ଛକଠାରେ ଟ୍ରାଫିକ୍‌ ପୋଲିସ ନିୟୋଜିତ କରାଯାଇ ନ ଥିବାବେଳେ ୨ ଜଣ ହୋମଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରାସ୍ତା ମଧ୍ୟ ଭାଗରେ ଏକ ଡିଭାଇଡର ଅସୁରକ୍ଷିତ ଭାବେ ଥିବାରୁ ସେଠାରେ ଭିଡ଼ ନିୟନ୍ତ୍ରଣ କଷ୍ଟକର ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ପ୍ରାୟ ୬ ବର୍ଷ ପୂର୍ବରୁ ନାଲ୍‌କୋ ତରଫରୁ ଉକ୍ତ ଟ୍ରାଫିକ ଲାଇଟ ବ୍ୟବସ୍ଥା କରାଯାଇଥିଲା। ଏହା ଭିତରେ ଅନେକ ଥର ଏହା ଖରାପ ହୋଇପଡୁଛି। ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ଅସୁବିଧା ଉପୁଜୁଥିବା ଅଭିଯୋଗ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରୀଛାତ୍ର ଯିବାଆସିବା କରୁଥିବାରୁ ସୁରକ୍ଷିତ ଯାତାୟାତ ପାଇଁ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ନେସ ସଙ୍ଗଠନର ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମେନଗେଟ ଛକର ବ୍ୟବସାୟୀ ସନ୍ଦୀପ ମିଶ୍ର କୁହନ୍ତି, ନାଲ୍‌କୋ ପକ୍ଷରୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହା ମାସେ କାମ କଲେ ବର୍ଷେ ଅଚଳ ହୋଇପଡୁଛି। ଏ ନେଇ ନାଲ୍‌କୋ ଥାନା ଆଇଆଇସି ସରୋଜିନୀ ସାମ୍ବଡା କହିଛନ୍ତି, ଟ୍ରାଫିକ ସିଗନାଲ ଫେଲ୍‌ ହେବା ଯୋଗୁ ସମସ୍ୟା ଦେଖାଦେଉଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ସଂସ୍ଥା ମରାମତି କଲେ ଅସୁବିଧା ଦୂର ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ସମସ୍ୟା ସମାଧାନ କରିବ କୃଷି ବିଭାଗ: ପଞ୍ଚାୟତ ବୁଲି ଜ୍ଞାନ ବାଣ୍ଟିବେ ଗ୍ରାମୀଣ କୃଷି କର୍ମଚାରୀ

ଅନୁଗୋଳ ଅଫିସ, ୧୪।୧୧ – ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଏଣିକି ଗାଁ ଗାଁ ବୁଲିବେ ଗ୍ରାମୀଣ କୃଷି କର୍ମଚାରୀ। ଚାଷୀଙ୍କ ସହ ବୈଠକ କରି...

ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଅଟକ

ବଇଣ୍ଡା, ୨୭ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି...

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା...

ଅଘୋଷିତ ବିଦ୍ୟୁତକାଟ: ପ୍ରତିବାଦରେ ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୩୧।୭(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବୁଷ୍ଟେଶନ ଅଧୀନରେ ଥିବା ଧଉରାପାଲି, ଜଏରାଟ, ସଞ୍ଜାମୁରା, ହିମିତିରା, ଆମ୍ବପାଳ, ଅଙ୍ଗପଡ଼ା, ଉରୁକୁଳା, ଧଉରପାଳ ଆଦି...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।...

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି...

ହକରଙ୍କ ପୁଅ ଓସିଏସ୍‌ରେ ଉତ୍ତୀର୍ଣ୍ଣ

ଅନୁଗୋଳ ଅଫିସ, ୮ା୧୦ : ପିଲାବେଳେ ଏକ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ କରିଦେଇଥିଲା। ହେଲେ ଏହି ଶାରୀରିକ ଅକ୍ଷମତା ତାଙ୍କ ମନୋବଳକୁ ଭାଙ୍ଗିପାରି ନ ଥିଲା।...

ସମସ୍ୟାରେ ରାମଦେଓ ସ୍ମାର୍ଟ ସ୍କୁଲ

ବଇଣ୍ଡା,୮।୫: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା। ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା। କିନ୍ତୁ...

Advertisement
Archives

Model This Week