କାଠଚୋରଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ : ବାପ ଗିରଫ, ପୁଅ ଫେରାର

ଦେବଗଡ, ୬ା୧୧(ଡି.ଏନ.ଏ.) : ଜଙ୍ଗଲରୁ ବେଆଇନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବେଆଇନ କାଠ ରଖିଥିବା ଅଭିଯୋଗରେ ବାପଙ୍କୁ ବନ ବିଭାଗ ଗିରଫ କରିଛି। ଏହା ସହ ଗୋଟିଏ ଶଗଡ ଗାଡି, ୧୪ଖଣ୍ଡ ଶାଳପଟ୍ଟା ଜବତ କରିବା ସହ ଅଭିଯୁକ୍ତ ବାପଙ୍କୁ କୋର୍ଟଚାଲାଣ କରାଯାଇଛି। ଖବର ମୁତାବକ ମଙ୍ଗଳବାର ପୂର୍ବାହ୍ନରେ ରିଆମାଳ ବନାଞ୍ଚଳ ଅଧିନ ପୁରମୁଣ୍ଡା ଗ୍ରାମର ପଞ୍ଚାନନ ବେହେରା ତାଙ୍କ ପୁଅ କେଶବ ବେହେରା (୨୮) ଓ କାଳିଆ ବେହେରା (୨୪) ଏକ ଶଗଡରେ ଜଙ୍ଗଲରୁ କାଠ କାଟି ଆଣୁଥିବା ବେଳେ ବନରକ୍ଷୀ ବବିତା ନାଏକ ସେମାନଙ୍କୁ ଅଟକାଇ ଥିଲେ। କାଳିଆ ଓ କେଶବ ବନରକ୍ଷୀ ବବିତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ସେଠାରୁ କାଠ ନେଇ ଚାଲି ଆସିଥିଲେ। ଏ ସମ୍ପର୍କରେ ବବିତା ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚିବା ପରେ ପଚରାଉଚୁରା ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ଫରେଷ୍ଟରଙ୍କୁ କେଶବ ଓ କାଳିଆ ମଧ୍ୟ ଗାଳି ଗୁଳଜ କରିବା ସହ ମାଡ ମାରିଥିଲେ। ଫରେଷ୍ଟର ଘଟଣା ସମ୍ପର୍କରେ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ଭବାନି କାନ୍ତ ଦାଶଙ୍କୁ ସୂଚନା ଦେଇଥିଲେ। ବନ ବିଭାଗର ସ୍ବତନ୍ତ୍ର ଦଳ ମାଜିଷ୍ଟ୍ରେଟଙ୍କ ସହ ଅଭିଯୁକ୍ତଙ୍କ ଘରକୁ ଯାଇ ଚଢାଉ କରିଥିଲେ। ଚଢାଉ ସମୟରେ ଆକ୍ରମଣକାରୀ ୨ଭାଇ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରୁ ୧୪ଖଣ୍ଡ ଶାଳପଟ୍ଟା ଓ ଗୋଟିଏ ଶଗଡକୁ ଜବତ କରାଯାଇଥିଲା। ଘର ମାଲିକ ତଥା ଅଭିଯୁକ୍ତ ୨ ଭାଇଙ୍କ ବାପା ପଞ୍ଚାନନଙ୍କୁ ଗିରଫ କରିଥିଲା ବନ ବିଭାଗ। ବିଭିନ୍ନ ଦଫାରେ ମାମଲା ଋୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାିଛି। ସେହିପରି ଆକ୍ରମଣର ଶିକାର ଫରେଷ୍ଟର ତୁଷାର ରଞ୍ଜନଙ୍କ ଅଭିଯୋଗ ଆଧାରରେ ରିଆମାଲ ଥାନା ପୋଲିସ କେଶବ ଓ କାଳିଆଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ଋୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷିତା ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ୨ ଅଟକ

ପୁରୁଷୋତ୍ତମପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ରକ୍ଷିତା ଭାବେ ରଖିଥିବା ଯୁବକ ଅନ୍ୟ ଜଣେ ପୁରୁଷଙ୍କ ସହ...

ଚିତ୍ରରେ ସଚେତନତାର ବାର୍ତ୍ତା

ହାଟଡିହୀ, ୭।୫(ଡି.ଏନ.ଏ.)-କରୋନା ରୋଗକୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି। ସମସ୍ତେ ସାହାଯ୍ୟ ଓ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର...

ଗୁଣପୁର ପଞ୍ଚାୟତ ସମିତି ବୈଠକ: ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ହାତାହାତି

ଗୁଣପୁର,୨୧।୮(ଡି.ଏନ୍‌.ଏ.): ଦୀର୍ଘ ୧୦ମାସ ପରେ ବୁଧବାର ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ ପ୍ରସଙ୍ଗ ଏଥିରେ ଆଲୋଚନା ହେବାର ଥିଲା।...

ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ: ଶିକାରୀ ଗିରଫ

ସଜନାଗଡ଼,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ରବିବାର ରାତିରେ ଏହି ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ...

ଗାଧୋଇବାକୁ ଯାଇ ଖରସ୍ରୋତାରେ ବୁଡ଼ିଗଲେ ୨ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

ରସୁଲପୁର,୨୫।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲୀ ଗାଁ ନିକଟରେ ଖରସ୍ରୋତା ନଦୀରେ ଗୁରୁବାର ଅଘଟଣ ଘଟିଛି। ନଦୀକୁ ଗାଧୋଇ ଯାଇଥିବା ୨...

ଭଦ୍ରକରେ ଆଜି ୩୦ ନୂଆ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୩ା୭: ଗୁରୁବାର ଭଦ୍ରକ ଜିଲାରେ ୩୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଥିବା ଜିଲା ପ୍ରଶାସନ...

ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ମାମଲାରେ ହାଇକୋର୍ଟ ନିର୍ଦ୍ଦେଶ: ଭିଡିଓ କନଫରେନ୍ସରେ ହାଜର ହେବେ ଯୁବତୀ

କଟକ ଅଫିସ,୧୧।୮: ନିଜ ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ଜଣେ ଯୁବତୀ ହାଇକୋର୍ଟରେ ରୁଜୁ କରିଥିବା ହେବିୟସ୍‌ କର୍ପସ ମାମଲାର ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ...

ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ...

Advertisement
Archives

Model This Week