କାଟିଙ୍ଗିଆ ବିଦ୍ୟାଳୟ ଜମି ଜବରଦଖଲ ଘଟଣା : ପ୍ରଶାସନ ପକ୍ଷରୁ କରାଗଲା ଉଚ୍ଛେଦ

ଦାରିଙ୍ଗବାଡ଼ି, ୨୭ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମିରେ ଗୋଟିଏ ପରିବାର ଦୀର୍ଘବର୍ଷ ଧରି ଜବରଦଖଲରେ ଘର କରି ରହିଥିଲେ ା ଏନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଜମି ଜବରଦଖଲ ଉଚ୍ଛେଦ କରାଯାଇଛି ା ଦାରିଙ୍ଗବାଡ଼ି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ନିତିଶ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବିଡିଓ ତ୍ରିଲୋଚନ ପାତ୍ର, ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ପ୍ରମୁଖ ଏହି ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ ା ମହିଳା ପୋଲିସଙ୍କ ସମେତ ଫୋର୍ସ ମୁତୟନ କରାଯାଇଥିଲା ା ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ସାଦା ପୋଷାକଧାରୀ ପୋଲିସ ମଧ୍ୟ ଘଟଣାର ତଦାରଖ କରିଥିଲା। ପୂର୍ବାହ୍ନରେ ପ୍ରଥମେ ଜମି ମାପ କରାଯାଇ ସରକାରୀ ବିଦ୍ୟାଳୟର ଜମି ଚିହ୍ନଟ ପ୍ରକ୍ରିୟା ହୋଇଥିଲା। ପରେ ସମସ୍ତ ଆସବାବପତ୍ର ବାହାର କରି ଦିଆଯାଇ ଉଚ୍ଛେଦ କରାଯାଇଥିଲା ା ସୂଚନାଯୋଗ୍ୟ ଯେ, ପ୍ରାୟ ୨୦ ଆର୍‌ ଜମିକୁ ଜବରଦଖଲରେ ରଖି କାଟିଙ୍ଗିଆର ଅଜିତ ବସ୍ତରାୟ ୧୦ ବର୍ଷ ଧରି ଘର କରି ରହିଆସୁଥିଲେ। ଏନେଇ କାଟିଙ୍ଗିଆ ଅଞ୍ଚଳବାସୀ ଏବଂ ଜବରଦଖଲକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଜବରଦଖଲ ଯୋଗୁ ବିଦ୍ୟାଳୟର ବିକାଶ ଅଟକି ରହିଥିଲା। ଶ୍ରେଣୀ ଗୃହ ସମେତ ପାଚେରୀ ନିର୍ମାଣ, ଖେଳ ପଡ଼ିଆ ଆଦି ହୋଇପାରୁନଥିଲା। ପ୍ରଶାସନ ଉକ୍ତ ଜମିକୁ ଉଚ୍ଛେଦ କରିବାକୁ ପ୍ରୟାସ କରିଥିବାବେଳେ ଜବରଦଖଲକାରୀ ଅଜିତ ଆଇନର ଆଶ୍ରୟ ନେଇ ରହିତାଦେଶ ଆଣିଥିଲେ। ଫଳରେ ପ୍ରଶାସନ ଏହାକୁ ଉଚ୍ଛେଦ କରିପାରି ନ ଥିଲା ା ପରେ ଅଞ୍ଚଳବାସୀ ୨୦୧୮ ମସିହାରେ ଏକାଠି ହୋଇ ଅଜିତଙ୍କ ଘରକୁ ଭାଙ୍ଗି ଆଇନକୁ ହାତକୁ ନେଇଥିଲେ। ଶେଷରେ ପ୍ରଶାସନ ଏହି ଜବରଦଖଲ ଉଚ୍ଛେଦ କରିଛି। କାଟିଙ୍ଗିଆ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ରଣସିଂଙ୍କୁ ତହସିଲଦାର ଉକ୍ତ ଜମି ଉଚ୍ଛେଦ ପରେ ହସ୍ତାନ୍ତର କରିଥିଲେ। ସରପଞ୍ଚ କପିଳାଶ ମଲିକଙ୍କ ନେତୃତ୍ୱରେ ଗ୍ରାମବାସୀ ଅସ୍ଥାୟୀ ପାଚେରୀ ନିର୍ମାଣ କରିଥିଲେ। ଅନ୍ୟପକ୍ଷରେ ଜବରଦଖଲକାରୀଙ୍କ ପରିବାରଙ୍କୁ ରହିବା ପାଇଁ ପଲିଥିନ ସହ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ତହସିଲଦାର ତ୍ରିପାଠୀ କାଟିଙ୍ଗିଆ ରାଜସ୍ବ ନିରୀକ୍ଷକ ବିପିନ ବିହାରୀ ଭୂୟାଁଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri