କାଟିଙ୍ଗିଆ ଅଞ୍ଚଳରେ ମଦ ବିରୋଧୀ ଅଭିଯାନ ଜୋର୍‌ଦାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୨।୭(ଡି.ଏନ୍‌.ଏ.): ଗତ କିଛିଦିନ ହେଲା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର କାଟିଙ୍ଗିଆ ସମେତ ମହାଗୁଡ଼ା, ମୁଣ୍ଡିଗାଁ, ତିଆରିଗାଁ ଆଦି ଗ୍ରାମରେ ମଦ ବିରୋଧୀ ଅଭିଯାନ ଜୋର୍‌ଦାର କରାଯାଇଛି। ଏଥିରେ ପଞ୍ଚାୟତର ସରପଞ୍ଚ କପିଳାସ ମଲ୍ଲିକଙ୍କ ସହଯୋଗରେ ନାରୀନେତ୍ରୀ ମୀରା ମନ୍ତ୍ରୀ, ଅରୁଣ ଦଣ୍ଡସେନା, ରମ୍ଭା ସେନାପତିଙ୍କ ନେତୃତ୍ୱରେ ଶତାଧିକ ମହିଳା ବିଭିନ୍ନ ମଦଭାଟି ସମେତ ଜଙ୍ଗଲରେ ଚୋରାରେ ରନ୍ଧାଯାଉଥିବା ମଦଭାଟି ଉପରେ ଚଢ଼ାଉ କରିଛନ୍ତି। ସେମାନେ ଦେଶୀମଦକୁ ନଷ୍ଟକରିବା ସହ ରନ୍ଧା ସାମଗ୍ରୀ, ମହୁଲ ପୋଚକୁ ନଷ୍ଟ କରିଥିବା ଜଣାପଡ଼ିଛି। ଏହି ପ୍ରକ୍ରିୟା ଆଗକୁ ଜାରିରହିବ ବୋଲି ମହିଳାମାନେ କହିଛନ୍ତି। ଫଳରେ ଚୋରାମଦ ବ୍ୟବସାୟୀମାନେ ତାଙ୍କ ଚୋରାମଦ ସାମ୍ରାଜ୍ୟକୁ ବନ୍ଦ କରିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। କେତେଜଣ ବ୍ୟବସାୟୀ ଆଗକୁ ଏହି ବେପାର କରିବେ ନାହିଁ ବୋଲି ଥାନାରେ ଲିଖିତ ପ୍ରତିଶ୍ରୁତି ଦେଇଥିବା ମହିଳା ସଂଘ ପକ୍ଷରୁ କୁହାଯାଇଛି।
ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଦୁର୍ଗମ ଅଞ୍ଚଳରେ କାଟିଙ୍ଗିଆ ରହିଥିବା ବେଳେ ୨୦୦୮ ଏବଂ ୨୦୦୯ ମସିହାରେ ମାଓବାଦୀଙ୍କ ଦୁଇ ଦୁଇ ଥର ଆକ୍ରମଣରେ କାଟିଙ୍ଗିଆ ଫାଣ୍ଡି ବନ୍ଦ ହୋଇପଡ଼ିରହିଛି। ଏବେ ମାଓବାଦୀଙ୍କ ନାମ ନେଇ ଉକ୍ତ ଅଞ୍ଚଳକୁ ପୋଲିସ ଯାତାୟାତ କରୁନାହିଁ। ଫଳରେ ଏହାର ଫାଇଦା ନେଇ ଚୋରା ମଦ କାରବାର ବୃଦ୍ଧି ପାଇଛି। ଏଥିପ୍ରତି ଜିଲା ପୋଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri