କାକଟପୁର, ଅସ୍ତରଙ୍ଗରେ ସ୍ବାଧୀନତା ଦିବସ

କାକଟପୁର,୧୫ା୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ କାକଟପୁର ମିନିଷ୍ଟାଡ଼ିୟମ୍‌ଠାରେ କାକଟପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ବିଡିଓ ସୁଧୀର କୁମାର ନାୟକ, ତହସିଲଦାର କାର୍ଯ୍ୟାଳୟଠାରେ ତହସିଲଦାର ରୋଜିନା ଦାଶ, ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଉପ ନିର୍ବାହୀଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ, ଥାନାରେ ଆଇଆଇସି ସୁମତୀ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରେ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକ, ଅସ୍ତରଙ୍ଗସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, କଂଗ୍ରେସ କାର୍ଯ୍ୟାଳୟଠାରେ ବିଶ୍ୱଭୂଷଣ ଦାସ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌରପାଳିକା ଜାଗାରୁ ଚୋରା ଚାଲାଣ ହେଉଛି ମାଟି: ରାତିରେ ତାଡ଼ି ନିଆଯାଇଛି ଶହ ଶହ ଟ୍ରିପ୍‌

ଅନୁଗୋଳ ଅଫିସ, ୧୯।୧୨- ଅନୁଗୋଳ ପୌରପାଳିକାକୁ ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ହେଉଛି ମାଟି ଚୋରା ଚାଲାଣ। ଜେସିବି ଓ ଟିପ୍ପର...

ଅଗ୍ନିଶମ ବିଭାଗ, ହୋମଗାର୍ଡର ଏଡିଜିପି ଭାବେ ଦାୟିତ୍ୱ ଗ୍ରହଣକଲେ ଡ. ସୌମ୍ୟା ମିଶ୍ର

କଟକ ଅଫିସ,୩୦।୬: ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡର ଏଡିଜିପି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସୌମ୍ୟା ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଗ୍ନିଶମ...

ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ

ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍‌ନିକ୍‌ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ...

ସଫେଇ କର୍ମଚାରୀଙ୍କୁ ହାଣିଦେଲେ

ବାଲେଶ୍ୱର ଅଫିସ, ୨୧ା୯: ବାଲେଶ୍ୱର ମ୍ୟୁନିସିପାଲିଟିରେ ସଫେଇ ଟେଣ୍ଡରକୁ ନେଇ ନୂଆ ଓ ପୁରୁଣା ଠିକାଦାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି।...

ରାଜସ୍ବ ମନ୍ତ୍ରୀଙ୍କ କେନ୍ଦୁଝର ଜିଲା ଗସ୍ତ: ତୃଣମୂଳ ସ୍ତରରେ ସେବା ପହଞ୍ଚାଅ

କେନ୍ଦୁଝର, ୨୭ା୧୨(ସ୍ବ.ପ୍ର./ଡି.ଏନ.ଏ.)- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର କେନ୍ଦୁଝର ଜିଲା ଗସ୍ତରେ ଆସି ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା...

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ...

ଜେଟିରେ ଲାଗିଲା ମାଛ ଧରା ଡଙ୍ଗା-ଟ୍ରଲର

ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ...

ଉତ୍ସବ ଋତୁ ଉତ୍ସାହ ହୀନ

ଅନୁଗୋଳ ଅଫିସ, ୧୬ା୧୧: ପୂଜା ଆସିଲେ ନବବଧୂଟିଏ ପରି ସଜେଇ ହୋଇଉଠେ ଅନୁଗୋଳ। ରଙ୍ଗବେରଙ୍ଗର ଆଲୋକମାଳାରୁ ବାରି ହୋଇପଡ଼େ ଗଁା ଓ ସହରର ଉତ୍ସାହ ଉଦ୍ଦୀପନା। ମଣ୍ଡପଗୁଡ଼ିକରୁ...

Advertisement
Archives

Model This Week