କଶ୍ମୀର ଯିବାକୁ ହେଲେ ସବୁ ବ୍ୟବସ୍ଥା କରିଦେବେ ମୋଦି

ମୁମ୍ବାଇ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମହାରାଷ୍ଟ୍ରରେ ଏକ ନିର୍ବାଚନି ସଭାରେ ଉଦ୍‌ବୋଧନ ଦେବା ସମୟରେ ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ କଂଗ୍ରେସ ଓ ଏନ୍‌ସିପି ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗ ଇତିହାସରେ ବର୍ଣ୍ଣନା କରାଯିବ। ଆଉ ସେତେବେଳେ ଦେଶ ହିତରେ ଯେଉଁ ନିର୍ଣ୍ଣୟ ନିଆଯାଉଥିଲା ତାକୁ ବିରୋଧ କରୁଥିବା ବ୍ୟକ୍ତି ଓ ତାଙ୍କ ମନ୍ତବ୍ୟ ମଧ୍ୟ ନିଶ୍ଚିତ ଲେଖାଯିବ। ସେ ତାଙ୍କ ଉଦ୍‌ବୋଧନରେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଜଣେ କଂଗ୍ରେସ ନେତା କହିଥିଲେ ଏହା ହେଲେ ଦେଶ ନଷ୍ଟ ହୋଇ ଯିବ। କାହିଁ ୩ ମାସ ହେବ ଅନୁଚ୍ଛେଦ ୩୭୦ ହଟାଇ ଦିଆଗଲାଣି କେଉଁଠି ଦେଶ ନଷ୍ଟ ହୋଇଯାଇଛି ବୋଲି ମୋଦି କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ଅନ୍ୟ ଜଣେ କଂଗ୍ରେସ ନେତା କହିଥିଲେ ଆମେ କଶ୍ମୀରକୁ ହରାଇବୁ। ହେଲେ ତାହା କ’ଣ ସତରେ ଫଳବତୀ ହୋଇଛି ବୋଲି ମୋଦି କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଏହାକୁ ଦେଖିବା ପରେ ଯଦି କେହି କଂଗ୍ରେସ ନେତା କଶ୍ମୀର ଯିବାକୁ ଚାହୁଁଛନ୍ତି ତେବେ ମୋଦି ସମସ୍ତ ବ୍ୟବସ୍ଥା କରିଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri