Posted inଜାତୀୟ

କଶ୍ମୀରରେ ୨୫୦ ଆତଙ୍କବାଦୀ ସକ୍ରିୟ: ୨ ମାସରେ ୧୨ ଅପରେଶନ, ମଲେଣି ୨୫

ଶ୍ରୀନଗର,୨୨ା୨(ପି.ଟି.): କଶ୍ମୀରରେ ଏବେ ବି ଆଙ୍କବାଦୀମାନେ ସକ୍ରିୟ ଅଛନ୍ତି। ତାଲିକାଭୁକ୍ତ ଆତଙ୍କବାଦୀଙ୍କ ସଂଖ୍ୟା କମି ୨୫୦ରେ ପହଞ୍ଚିଛି। ୨୦୨୦ରେ ଅର୍ଥାତ ଗତ ୨ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏକାଧିକ ଅପରେଶନରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ ସିଂ ଶନିବାର ପ୍ରକାଶ କରିଛନ୍ତି। ଚଳିତବର୍ଷ ଅନ୍ତର୍ଜାତୀୟ ସୀମା ଦେଇ ୩ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରିଥିବା ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରାଲ୍‌ ସେକ୍ଟର୍‌ରେ ଜଣେ ଜେଇଏମ୍‌ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିପାତ୍‌ କରିଛନ୍ତି। ପୂର୍ବରୁ ଅନେକ ଆତଙ୍କବାଦୀ ସୀମା ଡେଇଁ ଭାରତରେ ପ୍ରବେଶ କରିଥିବା ବେଳେ ଏବେ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ଯଥେଷ୍ଟ କରିଥିବା ସେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ ୨ ମାସ ମଧ୍ୟରେ ପ୍ରାୟ ୧୨ ଅପରେଶନ ସେନା ପକ୍ଷରୁ କରାଯାଇ ୨୫ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଉପତ୍ୟକାରେ ୯, ଜମ୍ମୁରେ ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଅଭିଯୋଗରେ ପ୍ରାୟ ୪୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସୋସିଆଲ ମିଡିଆକୁ ଅପବ୍ୟବହାର କରାଯାଇ ବିଭିନ୍ନ ଧମକ ଦିଆଯାଉଛି ଓ ଏନେଇ ସୁରକ୍ଷାକର୍ମୀମାନେ ସତର୍କ ଥିବା ଡିଜିପି ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri