କଳିଙ୍ଗ ହସ୍ପିଟାଲରେ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ ସମ୍ମିଳନୀ

ଭୁବନେଶ୍ୱର,୧୮।୧୧:ଗତ ୨ଦିନ ଧରି ଓଆସ୍କନ୍‌ ୨୦୨୨ ଆର୍ଥୋସ୍କୋପି ଚିକିତ୍ସକ ସମ୍ମିଳନୀକୁ କଳିଙ୍ଗ ହସ୍ପିଟାଲ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ କରାଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ୨୦୦ଜଣ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସକ ଓଡ଼ିଶାରେ ପ୍ରଥମଥର ପାଇଁ ୨ଦିନ ଧରି କ୍ରମାଗତଭାବେ ଉକ୍ତ ସମ୍ମିଳନୀରେ ୬ଟି ଆଣ୍ଠୁ ଏବଂ କାନ୍ଧ ତନ୍ତୁ ଘାତର ଶଲ୍ୟ ଚିକିତ୍ସା ସଫଳତାର ସହ ସିଧା ପ୍ରସାରଣ କରାଯାଇଥିଲା। ଉକ୍ତ ଶଲ୍ୟ ଚିକିତ୍ସା ଦେଶର ଜଣାଶୁଣା ଆର୍ଥୋସ୍କୋପି ଚିକିତ୍ସକ ମୁମ୍ବାଇର ଡା. ଅନନ୍ତ ଲକ୍ଷ୍ମଣ ଜୋଷୀ, ଡା.ସଂଜୟ ଦେଶାଇ, ଚେନ୍ନାଇର ଡା. ରାମ ଚିଦାମ୍ବରମ୍‌, ଦିଲ୍ଲୀର ଡା. ଆଟିକ୍‌ ଭାସଦେବ ଏବଂ ଓଆସ୍କନ୍‌ ୨୦୨୨ର ସେକ୍ରେଟାରି ତଥା କଳିଙ୍ଗ ହସ୍ପିଟାଲର ଡା. ରଣଜିତ ପାଣିଗ୍ରାହୀଙ୍କ ଅତି ସାବଧାନତାର ସହ ଉନ୍ନତିମାନର ଶଲ୍ୟ ଚିକିତ୍ସା କଳିଙ୍ଗ ହସ୍ପିଟାଲ ଅପରେଶନ ଥିଏଟରରେ କରାଯାଇଥିଲା। ଉକ୍ତ ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣରେ ସମ୍ମିଳନୀର ସମସ୍ତ ପ୍ରତିନିଧି କଳିଙ୍ଗ ହସ୍ପିଟାଲର ଅପରେଶନ ଥିଏଟରର ଥିବା ଅତିଥି ଶଲ୍ୟ ଚିକିତ୍ସକମାନଙ୍କ ସହ ପଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ପ୍ରକାର କର୍ମଶାଳା ଦ୍ବାରା ସମାଜର ଶଲ୍ୟ ଚିକିତ୍ସାର ଉକ୍ତ କୌଶଳର ପ୍ରସିଦ୍ଧ ହେବା ସହ ରୋଗୀମାନେ ଉକ୍ତ ଚିକିତ୍ସାରେ ଲାଭବାନ୍‌ ହେବେ। କଳିଙ୍ଗ ହସ୍ପିଟାଲ ଅପରେଶନ ଥିଏଟରର ସୁବିଧା ସୁଯୋଗ ଏବଂ ରୋଗୀସେବାର ମାନକୁ ଜଣାଶୁଣା ଆର୍ଥୋସ୍କୋପି ଚିକିତ୍ସକ ମୁମ୍ବାଇର ଡା. ଅନନ୍ତ ଲକ୍ଷ୍ମଣ ଜୋଷୀ, ଡା. ସଂଜୟ ଦେଶାଇଙ୍କ ସମେତ ସମସ୍ତ ପ୍ରତିନିଧ ଏବଂ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri