କରୋନା ସଂକ୍ରମଣ ରୋକିବାକୁ ବିଶ୍ୱଶାନ୍ତି ମହାଯଜ୍ଞ

ସିମୁଳିଆ,୧୭।୩(ଡି.ଏନ.ଏ.)-କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ। ଏଥିରୁ ନିସ୍ତାର ପାଇଁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳର ମା’ ବୁଢ଼ୀବାସୁଳୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ। ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ରହଣିଆ ଦାଣ୍ଡମଙ୍ଗଳା ପୁଷ୍କରଣୀରୁ ମହିଳା ଓ ପୁରୁଷମାନେ ୧୧ଟି ଘଟୋତ୍ତଳନ କରି ଯଜ୍ଞ ମଣ୍ଡପକୁ ଆଣିଥିଲେ। ମା’ବୁଢ଼ୀବାସୁଳୀ ଓ ହନୁମାନ ମନ୍ଦିରରେ ବିଧି ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। କଟକ ମାହାଙ୍ଗାର ରାମକୃଷ୍ଣ ମଠ ସେବକ ପଣ୍ଡିତ ପ୍ରମୋଦ ପଣ୍ଡା, ସୁରେଶ କୁମାର ମହାପାତ୍ର, ପୁରୀରୁ ପଣ୍ଡିତ ଜଗବନ୍ଧୁ ଦୀକ୍ଷିତ, ସ୍ଥାନୀୟ ରାମକୃଷ୍ଣ ମଠ ସେବକ ପରମାନନ୍ଦ ଦାଶ ପ୍ରମୁଖ ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ। ଅପରାହ୍ନରେ ଅଗ୍ନିସ୍ଥାପନ, ବୁଧବାର ଆହୁତି ଓ ଗୁରୁବାର ପୂର୍ଣ୍ଣାହୁତି ଦିଆଯିବ। ସ୍ଥାନୀୟ ଅଞ୍ଚଳର ମହେଶ୍ୱର ମହାକୁଡ଼, ରନତ୍ାକର ବେହେରା, ଉମାକାନ୍ତ ବାରିକ, ଅକ୍ଷୟ ବିଶ୍ୱାଳ, ଶ୍ରୀଧର ମହାନ୍ତି, ଭାସ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନକୁ ହସ୍ତାନ୍ତର

ଗଞ୍ଜାମ,୨୯ା୬(ଡି.ଏନ.ଏ.)-ଗଞ୍ଜାମ ସହରସ୍ଥିତ ତ୍ରିବେଣୀ ମଠଛକଠାରେ ଶୁକ୍ରବାର ଅସହାୟ ଭାବେ ବୁଲୁଥିବା ଜଣେ ନାବାଳିକା (୧୫ବର୍ଷ)ଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ନାବାଳିକା ଜଣକ ମଠଛକ ଠାରେ...

ଝାରସୁଗୁଡ଼ାରେ ଗୋଟିଏ ଦିନରେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୨୨ା୭: ଝାରସୁଗୁଡ଼ା ଜିଲାରେ କରୋନା କାୟା ବିସ୍ତାର କରିଚାଲିଛି। ଏହାକୁ ନେଇ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବୁଧବାର...

ପୁଣି ସଭାପତି ହଟାଇବାକୁ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୪।୨(ବ୍ୟୁରୋ): କିଛିଦିନର ବିରତି ପରେ ପୁଣି କଂଗ୍ରେସର ପୁରୁଣା ରୋଗ ଦେଖିବା ପାଇଁ ମିଳିଛି। ଦଳର କେତେଜଣ ବରିଷ୍ଠ ନେତା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି...

ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ...

ଦୁଇମାସ ପୂରିନି : ପିଚୁ ଉଠି ଗଲାଣି

ପାଟଣା,୨୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶିରୁ ମଲ୍ଲୀପଶି ପଶି ପାର୍ଯ୍ୟନ୍ତ ୪କି.ମି. ରାସ୍ତା କୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଟଙ୍କା...

ଗଞ୍ଜାମ ଜିଲାର ନୂତନ ଡିଆଇପିଆର୍‌ଓଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୬ରୁ ସେ ଓଡ଼ିଶା ସୂଚନା...

ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା...

ବିଜେପୁର ଉପନିର୍ବାଚନ: ଖୁବ୍‌ଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା, ୨୬ରେ କରିପାରେ ବିଜେଡି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳଗୁଡ଼ିକୁ ଏବେ ପ୍ରାର୍ଥୀ ଚୟନ ଚିନ୍ତା। ବିଜେଡି ପକ୍ଷରୁ ନବୀନ ନିବାସରେ ବୈଠକ...

Coronavirus Update


Archives

Model This Week

Why Dharitri