କରୋନା ଯୋଦ୍ଧା ଏବେ ସଙ୍କଟରେ

ଭୋପାଳ,୯।୪: ମଧ୍ୟପ୍ରଦେଶର ଭୋପାଳରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୦ ଜଣ ସ୍ବାସ୍ଥ୍ୟ କର୍ମଚାରୀ ଥିବା ବେଳେ ୧୨ ପୋଲିସ ଥିବା ସୂଚନା ମିଳିଛି। ଏହି କରୋନା ଯୋଦ୍ଧାମାନେ ଏବେ ଏଭଳି ମହାମାରୀ କବଳରୁ ମୁକ୍ତ ହେବାକୁ କରୁଛନ୍ତି ସଂଘର୍ଷ। ଅବଶିଷ୍ଟ ୨୦ ଜଣଙ୍କର ନିଜାମୁଦ୍ଦିନରେ ଆୟୋଜିତ ତବଲିଘି ଜମାତ୍‌ ସହ ସମ୍ପର୍କ ଥିବାବେଳେ ଅନ୍ୟ ୮ ସାଧାରଣ ଲୋକ ବୋଲି ଜଣାପଡିଛି। ଭୋପାଳ ଜିଲାପାଳ ତରୁଣ ପିଥୋଡେ ଏହି ସୂଚନା ଦେଇଛନ୍ତି। ତେବେ ଡାକ୍ତର, ନର୍ସ ଓ ପୋଲିସ କରୋନାରେ ଏତେ ମାତ୍ରାରେ ସଂକ୍ରମିତ ହେବା ଭୋପାଳ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ଭୋପାଳରେ ଏବେ ସୁଦ୍ଧା ୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏହାସହ ୧୨ ଜଣ ସେମାନଙ୍କ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୯ରେ ପହଞ୍ଚିଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଏହି ଦିନଠୁ ଆରମ୍ଭ ହେବ IPL 2026: ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ ୨୬ ମାର୍ଚ୍ଚରୁ ମେ ୩୧ (ଟୁର୍ନାମେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ) ମଧ୍ୟରେ ଅନୁଷ୍ଠିତ ହେବ। ରୟାଲ ଚ୍ୟାଲେଞ୍ଜର୍ସ...

ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ ନିର୍ବାଚନ କମିଶନ ଜାରି କଲେ SIRର ଡ୍ରାପ୍ଟ ଲିଷ୍ଟ

କୋଲକାତା,୧୬।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ...

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri