କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ

ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳର ଦୁଇ ଶିଶୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜ ନିଜର ପିଗି ବ୍ୟାଙ୍କ ଦାନ କରିଛନ୍ତି। ସ୍ଥାନୀୟ ତରବଗଞ୍ଜ୍‌ରେ ବାସ କରୁଥିବା ରାଧାରମଣ ଏବଂ ମଦନ ମୋହନ ନାମକ ଏହି ଶିଶୁ ଦୁଇଜଣ ଏସ୍‌ଡିଏମ୍‌ ରାଜେଶ କୁମାରଙ୍କୁ ଭେଟି ନିଜର ପିଗି ବ୍ୟାଙ୍କ ଦାନ କରିଛନ୍ତି। ସେମାନଙ୍କ ପିଗି ବ୍ୟାଙ୍କରେ ମୋଟ ୨୧ ଶହ ଟଙ୍କା ରହିଥିବା ଏସ୍‌ଡିଏମ୍‌ ସୂଚନା ଦେଇଛନ୍ତି। ସେମାନେ କାହିଁକି ଏଭଳି କରିଛନ୍ତି ପ୍ରଶ୍ନ କରାଯିବାରୁ ଶିଶୁ ଦୁଇଜଣ କହିଥିଲେ ଯେ, କରୋନା ସହିତ ଲଢ଼େଇ ପାଇଁ ସଭିଏଁ ଦାନ ଦେଉଛନ୍ତି। ଏହା ସେମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିଛି। ଶିଶୁ ଦୁଇଜଣ ଏସ୍‌ଡିଏମ୍‌ଙ୍କୁ ୧୦୦ ମାସ୍କ ମଧ୍ୟ ପ୍ରଦାନ କରିଛନ୍ତି। ଏହାର ଏକ ୩୬ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଲୁ-ମନାଲିରେ ଭୂସ୍ଖଳନ: ଜାତୀୟ ରାଜପଥ ଜାମ୍‌

ଶିମଲା,୨୭।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମଣ୍ଡି, କୁଲୁ ଓ ମନାଲି ଜାତୀୟ ରାଜପଥ ଅବରୋଧ ହେବା...

ଗଙ୍ଗା-ଯମୁନା-ସରସ୍ବତୀରେ ରହିବେ ଏମ୍‌ପି

ନୂଆଦିଲ୍ଲୀ,୨୩।୧୧: ଏମ୍‌ପିଙ୍କ ରହିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂରେ ବହୁ ମହଲା ବିଶିଷ୍ଟ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ଏଠାରେ ଗଙ୍ଗା,ଯମୁନା...

୩ହଜାର ପୃଷ୍ଠାର ରାମଚରିତ ମାନସ ଲେଖିଲେ ଶରଦ

ଜୟିପୁର,୨୩।୯: ରାଜସ୍ଥାନ ଜୟିପୁରର ଜଣେ ବ୍ୟକ୍ତି ଶରଦ ମାଥୁର ୩ ହଜାର ପୃଷ୍ଠାର ରାମଚରିତ ମାନସ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶରଦ ଜଣେ...

ଶ୍ରେଣୀ ବର୍ଜନ କଲେ ଜେଏନ୍‌ୟୁ ଶିକ୍ଷକ, ଛାତ୍ର

ନୂଆଦିଲ୍ଲୀ,୧୪ା୧(ପି.ଟି.)-ଜେଏନ୍‌ୟୁରେ ସୋମବାରଠାରୁ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମିଳିତ ଭାବେ ଏହାକୁ ବର୍ଜନ କରିଛନ୍ତି। ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ଶ୍ରେଣୀ...

ଖୋଲିଲା ଦିଲ୍ଲୀ ସୀମା

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦିଲ୍ଲୀ-ନଏଡା ସୀମାକୁ ଗୋଟିଏ ସପ୍ତାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସୋମବାର ଏହି...

ଡିସ୍‌କାଉଣ୍ଟ୍‌ ସେଲ୍‌: ୯ ଟଙ୍କାରେ ଟି-ଶର୍ଟ ନେବାକୁ ଦୋକାନ ଆଗରେ ଲମ୍ବା ଲାଇନ୍‌

ଚେନ୍ନାଇ, ୬।୯: କରୋନା ମହାମାରୀ ସମୟରେ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ ନ କରି ଡିସ୍‌କାଉଣ୍ଟ୍‌ ସେଲ୍‌ରେ କମ୍‌ ଦାମରେ ଜିନିଷ...

ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

ମୋଦି ସରକାରଙ୍କୁ ଝଟ୍‌କା: ଧାର୍ଯ୍ୟ ବିକାଶ ହାର କମାଇଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିଶ୍ୱବ୍ୟାଙ୍କ ଏକ ଝଟ୍‌କା ଦେଇଛି। ମୋଦି ସରକାରଙ୍କ ପକ୍ଷରୁ ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ବିକାଶ ହାରକୁ ବିଶ୍ୱବ୍ୟାଙ୍କ...

Advertisement


Archives

Model This Week