କରୋନା ଭୂତାଣୁ ଓ ନାନୋକଣିକା

”କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ ଆହୁରି ଅବିଶ୍ୱସନୀୟ ଓ ଚମକପ୍ରଦ କରିବା ଦିଗରେ ନାନୋକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ନାନୋ’ ଶବ୍ଦର ଅର୍ଥ ୧୦୦୦୦୦୦୦ ଭାଗରୁ ଏକ ଭାଗ। ତେଣୁ ‘ନାନୋମିଟର’ ଶବ୍ଦର ଅର୍ଥ ୧ ମିଟର ଲମ୍ବର ୧୦୦ କୋଟି ଭାଗରୁ ଏକ ଭାଗ। ଏକ ନାନୋମିଟର ହେଉଛି ଆମ ମୁଣ୍ଡ ବାଳ ମୋଟେଇର ୮୦,୦୦୦ ଭାଗରୁ ମାତ୍ର ଏକ ଭାଗ ।“

ଆଜିକାଲି କରୋନା ଭୂତାଣୁ ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। କାହିଁକି ନା, ଏଇ ଭୂତାଣୁ ସାରା ବିଶ୍ୱକୁ ଭୟଭୀତ କରି ରଖିଛି। ସାରା ପୃଥିବୀରେ ଲୋକମାନଙ୍କର ଜୀବନଶୈଳୀକୁ ପ୍ରଭାବିତ କରିଛି। ଏଇ ଭୂତାଣୁ ଏକ ବିଂଶ ଶତାବ୍ଦୀର ମହାଜ୍ଞାନୀ ବୈଜ୍ଞାନିକମାନଙ୍କର ମଧ୍ୟ ନିଦ ହଜେଇ ଦେଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ କରୋନା ଭୂତାଣୁ କଥା କୁହାଯାଉଛି, ତାହା ଧୂମକେତୁ କିମ୍ବା କୌଣସି ଉଲ୍‌କା ପଥର ପରି ବିଶାଳ ନୁହେଁ। ବରଂ ତାହାର ଆକାର ଅତି ଛୋଟ। ସେଗୁଡିକ ପ୍ରାୟତଃ ଗୋଲ, ଯାହାର ହାରାହାରି ମୋଟେଇ ମାତ୍ର ୧୨୫ ନାନୋମିଟର। ପୁଣି ବସ୍ତୁତ୍ୱ ହାରାହାରି ୦.୯ ଅଟୋଗ୍ରାମ୍‌।  ଏକ ଅଟୋଗ୍ରାମ୍‌ ହେଉଛି ୧ ଗ୍ରାମ୍‌ ବସ୍ତୁତ୍ୱର ୧,୦୦୦, ୦୦୦,୦୦୦,୦୦୦,୦୦୦,୦୦୦ ଭାଗରୁ ୧ ଭାଗ।
ନାନୋମିଟର କହିଲେ, ମିଟର ଓ ସେଣ୍ଟିମିଟର କଥା ମନେପଡେ। ଜଣେ ଲୋକର କହୁଣିଠାରୁ ମଝିଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଲମ୍ବକୁ ଆମେ କହୁ ‘ଏକ ହାତ’ ଲମ୍ବ। ଜଣେ ବୟସ୍କ ଲୋକର ପ୍ରାୟ ଦୁଇ ହାତ ଲମ୍ବର ଗୋଟିଏ ବାଡି ନେଲେ ତାହା ପାଖାପାଖି ଏକ ମିଟର ହେବ। ଆମେ ରାସ୍ତାରେ ଗଲାବେଳେ ଲେଖାଥାଏ ‘କିଲୋମିଟର’ । ‘କିଲୋ’ ଶବ୍ଦର ଅର୍ଥ ୧୦୦୦। ଏହାର ଅର୍ଥ, ଏକ କିଲୋମିଟର ହେଉଛି ୧୦୦୦ ମିଟର ସହିତ ସମାନ। ତେଣୁ ସିଧା ରାସ୍ତା ଉପରେ ୧୦୦୦ ଗୋଟି ଏକ ମିଟର ବାଡିକୁ ପଛକୁ ପଛ ଲଗେଇ ରଖିଲେ, ସମସ୍ତ ବାଡିକୁ ରଖିବା ସକାଶେ ଏକ କିଲୋମିଟର ରାସ୍ତା ଦରକାର ହେବ। ତେଣୁ ଏକ ମିଟର ଲମ୍ବର ୧୦୦ ଭାଗରୁ ୧ ଭାଗ ହେଉଛି ୧ ସେଣ୍ଟିମିଟର।
କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ ଆହୁରି ଅବିଶ୍ୱସନୀୟ ଓ ଚମକପ୍ରଦ କରିବା ଦିଗରେ ନାନୋ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ନାନୋ’ ଶବ୍ଦର ଅର୍ଥ ୧୦୦୦୦୦୦୦ ଭାଗରୁ ଏକ ଭାଗ। ତେଣୁ ‘ନାନୋମିଟର’ ଶବ୍ଦର ଅର୍ଥ ୧ ମିଟର ଲମ୍ବର ୧୦୦ କୋଟି ଭାଗରୁ ଏକ ଭାଗ।
ଏକ
ନାନୋମିଟର ହେଉଛି
ଆମ ମୁଣ୍ଡ ବାଳ
ମୋଟେଇର ୮୦,୦୦୦
ଭାଗରୁ ମାତ୍ର ଏକ ଭାଗ।
ପଦାର୍ଥର କଣିକାଗୁଡିକର ଆକାର ୧ ନାନୋମିଟରରୁ ୧୦୦ ନାନୋମିଟର ଭିତରେ ରହିଲେ, ସେଗୁଡିକୁ ଆମେ ନାନୋକଣିକା ବୋଲି କହିପାରିବା। କରୋନା ଭୂତାଣୁଗୁଡିକ ନାନୋକଣିକା ସହିତ ତୁଳନୀୟ ା ଯେହେତୁ କରୋନା ଭୂତାଣୁର ମୋଟେଇ ୧୨୫ ନାନୋମିଟର, ତେଣୁ ତାହା ଆମ ମୁଣ୍ଡ ବାଳ ମୋଟେଇର ୬୦୦ ଭାଗରୁ ମାତ୍ର ଏକ ଭାଗ ହେବ।
ଏତେ କ୍ଷୁଦ୍ର ଭୂତାଣୁକୁ ଖାଲି ଆଖିରେ ଦେଖିବା ନିଶ୍ଚିତ ଭାବରେ ଅସମ୍ଭବ।
ଏହି କ୍ଷୁଦ୍ର ଭୂତାଣୁକୁ ଇଲେକ୍‌ଟ୍ରନ୍‌ ମାଇକ୍ରୋସ୍କୋପ୍‌ ସାହାଯ୍ୟରେ ଦେଖିହେବ। ଏହାର ଶରୀର ଉପରେ ଛୋଟ ଛୋଟ କୀଳା (ଶଙ୍କୁ) ରହିଥାଏ।
ସାଧାରଣ ଥଣ୍ଡା, ତଣ୍ଟିବଥା, ଛିଙ୍କ ଓ କାଶ କରୁଥିବା ଭୂତାଣୁଗୁଡିକ ଭିତରେ ରାଇନୋଭୂତାଣୁର ଅଧିକ ଭୂମିକା ରହିଛି।
ଏଗୁଡିକ କରୋନା ଭୂତାଣୁ ତୁଳନାରେ ଛୋଟ। ରାଇନୋଭୂତାଣୁର ହାରାହାରି ମୋଟେଇ ୩୦ ନାନୋମିଟର।ତେଣୁ କରୋନା ଭୂତାଣୁର ମୋଟେଇ ସାଧାରଣ ଥଣ୍ଡାକାଶ କରୁଥିବା ଭୂତାଣୁଠାରୁ ୪ ଗୁଣ ଅଧିକ। କରୋନା ଭୂତାଣୁକୁ ମାରିବା ପାଇଁ ଏଯାଏ ଔଷଧ ବାହାରି ନାହିଁ। ଏବେ ବି ସକ୍ରିୟ ଗବେଷଣା ଚାଲିଛି। କେତେକ ଦେଶରେ ମ୍ୟାଲେରିଆ ପାଇଁ ବ୍ୟବହୃତ ‘ହାଇଡ୍ରୋକ୍ସିକ୍ଲୋରକୁଇନ୍‌’ ଓ ଇବୋଲା ପାଇଁ ବ୍ୟବହୃତ ‘ରେମଡେସିଭିର’ ବ୍ୟବହାର କରାଯାଉଛି। ଭାରତରେ ଅଶ୍ୱଗନ୍ଧା ଓ ପିପ୍ପଳୀ ଆଦିରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ଉପରେ ପରୀକ୍ଷଣ ଚାଲିଛି।

ସୁପ୍ରଭାତ ସେନାପତି
-ଏମ୍‌.ଫିଲ୍‌. (ପଦାର୍ଥ ବିଜ୍ଞାନ), ମାର୍ଫତ୍‌: ପ୍ରଭାକର ସେନାପତି, ସନ୍ଥିଆ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri