କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ ବିଫଳ ରହୁଛି। ସମ୍ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଆଣ୍ଟିଭାଇରାଲ, ଆଣ୍ଟିବଡ଼ିଜ୍‌ ଏବଂ ଆଣ୍ଟି-ଇନଫ୍ଲାମାଟୋରୀ ଆଦି ପ୍ରାୟ ୮ ପ୍ରକାର ଔଷଧର ଉପଯୋଗ କରାଯାଉଛି। ସେଥିମଧ୍ୟରେ ଫାଭିପିରାଭିର୍‌ ଜାପାନରେ ୩୪୦ ସଂକ୍ରମିତଙ୍କ କ୍ଷେତ୍ରରେ ବେଶ୍‌ ସଫଳ ରହିପାରିଛି। ଏହାକୁ ଫୁଜି ଫିଲ୍ମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଔଷଧ ବ୍ୟବହାର କରାଯିବାର ୪ ଦିନ ପରେ ସଂକ୍ରମିତଙ୍କ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁଛି। ତେବେ ଏହାକୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଫଳରେ ଅନ୍ୟ ରୋଗୀଙ୍କ ଲାଗି ଔଷଧ ଚୟନରେ ଅସୁବିଧା ଦେଖାଦେଉଛି। ସେହିପରି କେତେକ କ୍ଷେତ୍ରରେ ଏସିଟାମ୍ରା ଔଷଧର ବ୍ୟବହାର କରାଯାଉଛି। ଏହାକୁ ସୁଇଜରଲାଣ୍ଡର କମ୍ପାନୀ ରୋକେ ପ୍ରସ୍ତୁତ କରୁଛି। ଏହା ସମ୍ପ୍ରତି ପ୍ରସ୍ତୁତିର ତୃତୀୟ ଷ୍ଟେଜ୍‌ରେ ରହିଛି। କରୋନା ଚିକିତ୍ସା କ୍ଷେତ୍ରରେ କ୍ଲୋରୋକ୍ୱିଇନ୍‌ର ମଧ୍ୟ ଉପଯୋଗ କରାଯାଉଛି। ୧୯୩୪ରେ ଏହାକୁ ମ୍ୟାଲେରିଆ ଚିକିତ୍ସା ଲାଗି ପ୍ରସ୍ତୁତ କରାଯାଇଥିଲା। ତେବେ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବେଶ୍‌ ସଫଳ ରହିପାରିଛି। ଚାଇନାରେ ଏହାକୁ ସଂକ୍ରମିତଙ୍କ ଲାଗି ବ୍ୟବହାର କରାଯାଉଛି। ସେହିପରି ଆମେରିକା କମ୍ପାନୀ ଗିଲେଡ୍‌ ସାଇନ୍ସେସ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରେମଡିସିଭିର କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହୃତ ହେଉଛି। ଏହା କରୋନା ଭୂତାଣୁର ବିଜନ ପ୍ରକ୍ରିୟାକୁ ରୋକିବାରେ ସଫଳ ହୋଇପାରୁଛି। ଇତିମଧ୍ୟରେ ୧୦୦୦ଜଣ ସଂକ୍ରମିତଙ୍କଠାରେ ଏହାର ପ୍ରୟୋଗ କରାଯାଇଛି। ଏହାର ସଫଳତା ରିପୋର୍ଟ ଏପ୍ରିଲ୍‌ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି କୁହାଯାଉଛି। ଡେଙ୍ଗୁ ଲାଗି ପ୍ରସ୍ତୁତ କରାଯାଇଥିବା ଇଣ୍ଟରଫେରୋନ୍‌ ଆଲ୍‌ଫା-୨-ବି ଔଷଧକୁ କରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଉଛି। ଏହାକୁ କ୍ୟୁବାର ଚେଞ୍ଜେବର କମ୍ପାନୀ ୧୯୮୧ରେ ପ୍ରସ୍ତୁତ କରିଥିଲା। ଚାଇନା ସରକାର କରୋନା ଚିକିତ୍ସା ପାଇଁ ଏହି ଔଷଧର ଅନୁମତି ଦେଇଛନ୍ତି। ଆମେରିକାରେ କେଭଜାରା ଔଷଧକୁ ୪୦୦ରୁ ଅଧିକ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇଛି। ଏହା ଅନୁଧ୍ୟାନର ଦ୍ୱିତୀୟ ଏବଂ ତୃତୀୟ ଷ୍ଟେଜ୍‌ରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସକ୍ଷମ ହେଉଛି। ସେହିପରି ଏମ୍‌-ଆର୍‌ଏନ୍‌ଏ-୧୨୭୩ ଔଷଧ ୪୫ ଜଣ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇ ବେଶ୍‌ ସଫଳତା ମିଳିପାରିଛି। ଏହାର ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ କାର୍ଯ୍ୟ କରୁଥିବା ଆଣ୍ଟିବଡ଼ି ପ୍ରସ୍ତୁତ ହୋଇପାରୁଛି ବୋଲି ଏହାର ନିର୍ମାତା କମ୍ପାନୀ ମୋଡେର୍ନା ଥେରାପିକ୍‌ ପକ୍ଷରୁ କୁହାଯାଇଛି। ଏହା ବର୍ଷେ ପରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏଡି-୫-ଏନ୍‌-ସିଓଭି ଔଷଧ ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି କାନସିନୋ ବାୟୋଲୋଜିକ୍ସ୍‌ ପକ୍ଷରୁ କୁହାଯାଇଛି। ଏହାର ପରୀକ୍ଷାକୁ ଚାଇନା ସରକାର ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ବାର୍ତ୍ତାକୁ ଶୁଣୁ ଭାରତ

ଡାଭୋସ୍‌,୨୫ା୧: ‘ବିଜ୍ଞାନକୁ ଶୁଣ’। ଜଳବାୟୁ ପରିବର୍ତ୍ତନର ଭୟାବହତାରୁ ମୁକ୍ତିପାଇବା ପାଇଁ ଡାଭୋସ୍‌ ମଞ୍ଚରୁ ଶୁକ୍ରବାର ଭାରତକୁ ଏହି ବାର୍ତ୍ତା ଦେଇଛନ୍ତି ସ୍ବଳ୍ପବୟସ୍କା ପରିବେଶ କର୍ମୀ ଗ୍ରେଟା...

ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା...

ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍‌ ଟେଷ୍ଟ

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି...

ଉତ୍ତରପ୍ରଦେଶର ୩୧ଟି ଅଞ୍ଚଳ ସମ୍ପୂର୍ଣ୍ଣ ସିଲ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶରେ ବିଭିନ୍ନ ଜିଲାର ୩୧ରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ମଙ୍ଗଳବାର ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ସିଲ୍‌ କରାଯାଇଥିବା ଅଞ୍ଚଳକୁ ଏବେ କେହି ଯାଆସ କରିପାରିବେ ନାହିଁ।...

ଆଜି ରାଜ୍ୟରେ ୩୨୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୩୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୭୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ...

ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…

ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ...

ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ...

Advertisement
Archives

Model This Week