କରୋନା ଅଟକାଇ ପାରିନି ଶିକ୍ଷାର ପଥ ଭିଡ଼ିଓ କନଫରେନ୍ସରେ ଚାଲିଛି ପାଠପଢା

ତାଳଚେର, ୪/୪(ନି.ପ୍ର.)-କୋଭିଡ଼-୧୯ ବରୋଧରେ ଲଢ଼ୁଛି ସାରା ବିଶ୍ୱ। ହେଲେ ଏହି ମହାମାରୀ ରୋକିପାରିନି ଶିକ୍ଷାର ବାଟ। ଅବିରତ ଭାବେ ଚାଲିଛି ଶିକ୍ଷାଦାନ ପିଲାମାନେ ପାଠ୍ୟକ୍ରମ ଅନୁଯାୟୀ ପଢୁଛନ୍ତି ପାଠ। ଲକଡ଼ାଉନ ସମୟରେ ସବୁ କିଛି ଠପ ହୋଇଯାଇଥିବା ବେଳେ ଅନୁଗୋଳ ଜିଲା ତାଳଚେର ବ୍ଲକ ଡେରାସ୍ଥିତ ଜଗନ୍ନାଥକ୍ଷେତ୍ର ଡିଏଭି ସ୍କୁଲରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଚାଲିଛି ପାଠପଢା। ଲକଡାଉନ ସମୟରେ ସରକାରୀ ନିର୍ଦେଶରେ ଶିକ୍ଷାଦାନ ବନ୍ଦ ରହିଛି। ହେଲେ ଡେରା ଡିଏଭି ସ୍କୁଲ କର୍ତ୍ତୃପକ୍ଷ ଅଭିନବ ଉପାୟରେ ପାଠପଢ଼ା ଜାରି ରଖିଛନ୍ତି। ଆଧୁନିକ ବିଜ୍ଞାନର କୌଶଳ ଅବଲମ୍ବନ କରିବା ସହ ସମୟର ସଦୁପଯୋଗ କରୁଛନ୍ତି ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକ। ଛୋଟ ପିଲାଙ୍କୁ ଡ୍ରଇଂ, ବିଭିନ୍ନ ଗୃହ ସାମଗ୍ରୀ ପ୍ରଶିକ୍ଷଣ କରିବାର କଳାକୌଶଳ ଭିଡ଼ିଓ ମାଧ୍ୟମରେ ଶିଖାଯାଉଛି। ଏହି କଠିନ ସମୟରେ ଶିକ୍ଷାଦାନରୁ ପିଲାମାନେ ଯେପରି ବିଚ୍ୟୁତ ନ ହେବେ ସେଥିଲାଗି ଶିକ୍ଷୟିତ୍ରୀ, ଶିକ୍ଷକମାନେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଏପରି ଉଦ୍ୟମକୁ ଅଭିଭାବକ ମଧ୍ୟ ବେଶ ପ୍ରଶଂସା କରିଛନ୍ତି। ଏ ନେଇ ସେମାନେ ସ୍କୁଲ ଅଧ୍ୟକ୍ଷ ଶୁକ୍ଳା ଚକ୍ରବର୍ତ୍ତୀଙ୍କୁ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri