କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେସୁଦ୍ଧା ଚାଇନାରେ କରୋନାଭାଇରସରେ ୧୩ଶହଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ଅଛନ୍ତି। କେବଳ ବୁଧବାର ୨୪୭ ଜଣଙ୍କ ମୃତ୍ୟୁ ହୋଇଥିଛି। ଏହାର ଭୟାବହତାକୁ ଦେଖି ସ୍ପେନର ବାର୍ସିଲୋନାରେ ହେବାକୁ ଥିବା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦(ଏମ୍‌ଡବ୍ଲୁସି ୨୦୨୦)କୁ ରଦ୍ଦ କରିଦିଆଯାଇଛି। ଏହା ଫେବୃୟାରୀ ଶେଷ ସପ୍ତାହରେ ଆୟୋଜନ କରାଯାଇଥିଲା। ଏହା ବନ୍ଦ ହେବାକୁ ନେଇ ଜିଏସ୍‌ଏମ୍‌ଏର ସିଇଓ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନାଭାଇରସ କାରଣରୁ ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ ଆୟୋଜନ କରିବା ଅସମ୍ଭବ ହୋଇ ପଡିଛି। କାରଣ କରୋନା ଭାଇରସ ଯୋଗୁ କିଛି କମ୍ପାନୀ ଏଥିରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଚଳିତ ଥର ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ରେ ପାଖାପାଖି ୨ଶହ ଦେଶର ୧ ଲକ୍ଷ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ମୋବାଇଲ ଓ୍ବାର୍ଲଡ କଂଗ୍ରେସ ବିଶ୍ୱର ବଡ ବଡ କମ୍ପାନୀଙ୍କ ପାଇଁ ନିଜ ପ୍ରଡକ୍ଟ ଲଞ୍ଚ କରିବାର ଏହା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମ ହୋଇଥାଏ। ଏଥିରେ ଯୋଗ ଦେବାକୁ ଥିବା କିଛି ବଡ ବଡ କମ୍ପାନୀ ଚାଇନାର ହୋଇଥିବା ବେଳେ ଏମାନଙ୍କ ବ୍ୟବସାୟ ଉପରେ ମଧ୍ୟ କରୋନାଭାଇରସର ପ୍ରଭାବ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri