କରୋନାଭାଇରସର ସତ୍ୟତା ବଖାଣୁଥିବା ବ୍ୟକ୍ତିଙ୍କୁ ଅପହରଣ କରୁଛି ଚାଇନା!

ବେଜିଂ,୧୦।୨: ଚାଇନା କାହିଁକି ଏବେ ସାରା ବିଶ୍ୱରେ କରୋନାଭାଇରସ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନା ସରକାର କରୋନାର ମୁକାବିଲା କରିବାରେ ଫେଲ୍‌ ମାରିଥିବା କୁହାଯାଉଛି। ଏବେ ସେଠାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପି ଗଲାଣି। ଯଦିଓ ଏହା ସରକାରୀ ଭାବେ ଘୋଷଣା କରାଯାଇଛି ବେସରକାରୀ ଭାବେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କିନ୍ତୁ ଚାଇନା ଏହା ପ୍ରକାଶ କରୁ ନାହିଁ ବୋଲି କେହି କେହି ମତ ଦେଉଛନ୍ତି। ଆହୁରି ମଧ୍ୟ ଆଲୋଚନା ହେଲାଣି କି କରୋନାଭାଇରସର ସତ୍ୟତାକୁ ଚାଇନା ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହାସହ ଏହାର ସତ୍ୟତା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ଚାଇନା ଅପହରଣ କରୁଛି ବୋଲି କୁହାଯାଉଛି। ଗତ ସପ୍ତାହରେ ପ୍ରଥମ କରି କାରୋନାଭାଇରସ ସମ୍ପର୍କରେ ତଥ୍ୟ ଦେଉଥିବା ଡାକ୍ତର ଲି ଓ୍ବେନଲିୟାଙ୍ଗ ମୃତ୍ୟୁ ହୋଇଥିଲା। ଏହି କରୋନାଭାଇରସ ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଜଣେ ଚାଇନା ସାମ୍ବାଦିକ ଚେନ କ୍ୟୁସିଙ୍କ ନିଖୋଜ ଖବର ଏବେ ଚାଇନାର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି। କ୍ୟୁସି ଚାଇନାର ଉହାନ ସହରରେ ରହି କରୋନାଭାଇରସ ଉପରେ ତଥ୍ୟ ପ୍ରଦାନ କରୁଥିଲେ। ଏବେ ଏହାକୁ ନେଇ ଚାଇନା ଲୋକେ କ୍ଷୋଭ ପ୍ରକାଶ କରିଥିବା ଜଣାପଡିଛି। ସେମାନେ ଅଭିଯୋଗ କରିଛନ୍ତି କି ଡାକ୍ତର ଲି ଓ୍ବେନଲିୟାଙ୍ଗଙ୍କୁ ଡରାଇ ଧମକାଇ ମାରି ଦିଆଯାଇଥିବା ବେଳେ ସାମ୍ବାଦିକଙ୍କୁ ଅପହରଣ କରିବା ଆହୁରି ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଋଣ କୂଟନୀତିରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୧ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଆର୍ଥିକ ସଙ୍କଟ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଦ୍ୱୀପରାଷ୍ଟ୍ରରେ ନିଜ ପ୍ରତିରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ବେଜିଂ କଲମ୍ବୋକୁ ଋଣ...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ହାଇତି ଗ୍ୟାଙ୍ଗ ମଧ୍ୟରେ ହିଂସା: ୨୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଆଉ-ପ୍ରିନ୍ସ,୨୮ ।୪: ହାଇତି ନାଗରିକଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ନିକଟରେ କିଛିଦିନ ହେବ ହାଇତି ଗ୍ୟାଙ୍ଗଙ୍କ ମଧ୍ୟରେ ଲଢେଇ ଫଳରେ...

ଟ୍ରମ୍ପ୍‌ ମାନିଲେ, ବାଇଡେନ୍‌ ନିର୍ବାଚନ ଜିତିଛନ୍ତି

ଓ୍ବାଶିଂଟନ୍‌, ୧୬।୧୧: ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ ଜିତିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଲାଗି...

ଆତଙ୍କବାଦୀ ଆକ୍ରମଣ: ୫୬ରୁ ଅଧିକଙ୍କ ମୃତ୍ୟୁ

ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି...

ଅନ୍ତର୍ଜାତୀୟ ମଞ୍ଚରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

କାଲିଫର୍ନିଆ, ୨୪।୨: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ପାକିସ୍ତାନ ବିରୋଧରେ ଭାରତ ନିଜର ‘ଜବାବର ଅଧିକାର’ ବ୍ୟବହାର କରିଛି। ଆତଙ୍କବାଦୀଙ୍କୁ ନିରାପଦ ସ୍ଥାନ ପ୍ରଦାନ...

ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍‌ଓୟୁ

କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର...

ଦୁଇମୁଣ୍ଡିଆ କଇଁଛ

ଓ୍ବାଶିଂଟନ: ପ୍ରକୃତିରେ ବେଳେବେଳେ ଅନେକ ପ୍ରକାରର ବିସ୍ମୟ ବି ଦେଖିବାକୁ ମିଳିଥାଏ। ଠିକ୍‌ ଏମିତି ଏକ ବିସ୍ମୟ ଦେଖିବାକୁ ମିଳିଛି ଏକ କଇଁଛ ପାଖରେ। ସାଧାରଣତଃ...

Advertisement
Archives

Model This Week