କମଳା ପରେ ଗୌରୀ ଆଖିବୁଜିଲା

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ,୨୧ା୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍‌ ଭୂତାଣୁ। ଏଥିରୁ ହାତୀମାନଙ୍କୁ ବଞ୍ଚାଇ ଯାଇପାରୁନାହିଁ। ଫଳରେ କ୍ରମାଗତ ହାତୀ ମୃତ୍ୟୁ ଜାରି ରହିଛି। ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏହାର ଦିନକ ପରେ ଆଉ ଏକ ୭ ବର୍ଷର ମାଈହାତୀ ଗୌରୀ ଆଖିବୁଜିଛି। ୨ ମାସ ହୋଇଥିବାବେଳେ ଗୌରୀକୁ ୨୦୧୨ ଡିସେମ୍ବର ୨୩ରେ ଆଠଗଡ଼ ବନାଞ୍ଚଳରୁ ଉଦ୍ଧାର କରାଯାଇ ଅଣାଯାଇଥିଲା। ଗୌରୀର ମୃତ୍ୟୁକୁ ମିଶାଇଲେ ଗତ ୨୬ ଦିନ ମଧ୍ୟରେ ୪ ହାତୀଙ୍କ ଜୀବନ ଗଲାଣି। ଅନ୍ୟ ୩ ମୃତ ହାତୀ ହେଲେ ଜୁଲି, ଚନ୍ଦନ ଓ କମଳା। ଶୁକ୍ରବାର ରାତି ସୁଦ୍ଧା ପ୍ରାଣୀଉଦ୍ୟାନରେ ହାତୀସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ପ୍ରେମା, ବାସନ୍ତୀ, ହୀରା ଓ ହାତୀ ଶାବକ ମାମା ରହିଛନ୍ତି। ରୋଗର ପ୍ରତିଷେଧକ ପାଇଁ ପ୍ରାଣୀଉଦ୍ୟାନ ଡାକ୍ତରମାନେ ଦେଉଥିବା ଟିକା କାମ କରୁନାହିଁ। ଫଳରେ ବଞ୍ଚତ୍ରହିଥିବା ୪ ହାତୀଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସିଛି।
ଗୁରୁବାର କମଳାର ମୃତ୍ୟୁ ପରେ ଗୌରୀ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। କାରଣ ତା’ର ଦେହ ରଙ୍ଗ ବଦଳିବାକୁ ଲାଗିଥିଲା। ଜିଭ ରକ୍ତାକ୍ତ ଦେଖାଯିବା ସହିତ ଅଧିକାଂଶ ସମୟରେ ସେ ଘୁମାଉଥିଲା। ସେ ମଧ୍ୟ ହର୍ପିସ୍‌ ଦ୍ୱାରା ଆକ୍ରାନ୍ତ ଥିବା ଆଶଙ୍କା କରାଯାଇ ଶୁକ୍ରବାର ଚିକିତ୍ସା କରାଯାଇଥିଲା। ଅପରାହ୍ନ ସାଢ଼େ ଗୋଟାଏରେ ତା’ର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଏହି ରୋଗର ନିରାକରଣ ପାଇଁ ଔଷଧ ନ ଥିବା କୁହାଯାଉଥିବାବେଳେ ପ୍ରତିଷେଧକ ପାଇଁ ଆସିକ୍ଲୋଭାର ନାମକ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଆଉ ଗୋଟିଏ ଇଞ୍ଜେକ୍‌ଶନ ରାତି ୧୨ଟାରେ ଦିଆଯିବାକୁ ଯୋଜନା ଥିବାବେଳେ ଶନିବାର ଟେକ୍ନିକାଲ ଓ ସ୍ବାସ୍ଥ୍ୟ କମିଟି ଆସିବାର ଥିଲା। କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଗୌରୀର ମୃତ୍ୟୁ ଘଟିଥିଲା।

କ୍ରମାଗତ ହାତୀମୃତ୍ୟୁ ନେଇ ପ୍ରାଣୀପ୍ରେମୀ ଓ ବିଶେଷଜ୍ଞ ମହଲରେ ଗଭୀର ଶୋକ ଏବଂ କ୍ଷୋଭ ପ୍ରକାଶ ପାଇଛି। ସେମାନେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି। କାରଣ ୨୦୦୯ରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ସିଜେଡ୍‌ଏ) ସାରା ଦେଶର ଚିଡିଆଖାନାରେ ହାତୀଙ୍କୁ ରଖିବାକୁ ବାରଣ କରି ସର୍କୁଲାର ଜାରି କରିଥିଲେ। ଏପରିକି ଚିଡିଆଖାନାରୁ ହାତୀଙ୍କୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସିଜେଡ୍‌ଏ ବହନ କରିବ ବୋଲି କୁହାଯାଇଥିଲା। ତଦନୁଯାୟୀ ହାତୀମାନଙ୍କ ଶିମିଳିପାଳ, ସାତକୋଶିଆ ଆଦି ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା। କିନ୍ତୁ ତାହା କରା ନ ଯାଇ ପ୍ରାଣୀଉଦ୍ୟାନରେ ହାତୀଙ୍କୁ ଆଗଭଳି ଚେନ୍‌ ଶିକୁଳି ପକେଇ ବାନ୍ଧି ରଖାଗଲା। ଫଳରେ ଏବେ ହାତୀ ମଡ଼କ ହୋଇଛି ବୋଲି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ସିଜେଡ୍‌ଏ ସର୍କୁଲାରକୁ ଅଦ୍ୟାବଧି କାହିଁକି ପାଳନ କରାଯାଇନାହିଁ ଏବଂ ଏଥିପାଇଁ କେଉଁ ଅଧିକାରୀମାନେ ଦାୟୀ, ତାହାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
ପ୍ରାଣୀଉଦ୍ୟାନ ତରଫରୁ ‘ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌ ହେଲ୍‌ଥ’କୁ ବାର୍ଷିକ ଅନୁଦାନ ୨୫ଲକ୍ଷ ଟଙ୍କାରୁ ବଢ଼ାଯାଇ ୫୦ ଲକ୍ଷ ଟଙ୍କା କରାଗଲା। ତଥାପି ହାତୀମାନଙ୍କୁ ସୁରକ୍ଷିତ ରଖାଯାଇପାରୁନାହିଁ। ଏବେ ହର୍ପିସ୍‌ ଭୂତାଣୁୁକୁ ଦାୟୀ କରି ପ୍ରାଣୀଉଦ୍ୟାନ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅବହେଳାକୁ ମଧ୍ୟ ଦାୟୀ କରାଯାଉଛି। କାରଣ ହର୍ପିସ୍‌ ଜନିତ ସଂକ୍ରମଣକୁ ଦୂରେଇ ରଖିବା ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହାତୀମାନଙ୍କ ଖାଦ୍ୟ, ଉପଯୁକ୍ତ ବ୍ୟାୟାମ। କାରଣ ଉପଯୁକ୍ତ ଖାଦ୍ୟ ଦ୍ୱାରା ଶରୀରକୁ ସୁଷମ ପୋଷଣ ମିଳିଥାଏ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ହାତୀମାନେ ପ୍ରାୟ ୪ ପ୍ରକାରର ଗଛ ଡାଳକୁ ଖାଇବାକୁ ଭଲ ପାଇଥାନ୍ତି। ସେଗୁଡ଼ିକ ହେଲା ବର, ଓସ୍ତ, ମଇ ଓ ରାଜି। ଏହି ୪ ଗଛର ପତ୍ର ଏବଂ ଡାଳରୁ ହାତୀଙ୍କୁ ସୁଷମ ପୋଷଣ ମିଳିଥାଏ। କିନ୍ତୁ ନନ୍ଦନକାନନରେ କେବଳ ବର ଏବଂ ଓସ୍ତ ପତ୍ରଡାଳ ଖାଇବାକୁ ଦିଆଯାଇଥାଏ। ତେଣୁ ଏଭଳି ଅବହେଳାର ତର୍ଜମା କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri