Posted inଜାତୀୟ

କମଳନାଥ ସରକାରଙ୍କ ବିଲ୍‌କୁ ୨ ଭାଜପା ବିଧାୟକଙ୍କ ସମର୍ଥନ

ଭୋପାଳ,୨୫ା୭(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଆଣିଥିବା ଏକ ବିଲ୍‌କୁ ଦୁଇଜଣ ଭାଜପା ବିଧାୟକ ସମର୍ଥନ କରିବା ଗୈରିକ ଦଳ ପାଇଁ ଝଟକା ସଦୃଶ ହୋଇଛି। ଭାଜପା ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍‌ ପୂର୍ବରୁ କଂଗ୍ରେସରେ ଥିଲେ। ସେମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଚାହୁଁଥିବାରୁ ସରକାରଙ୍କୁ ସମର୍ଥନ ଦେଇଥିବା କହିଛନ୍ତି। ଫୌଜଦାରି ଆଇନ (ମଧ୍ୟପ୍ରଦେଶ ସଂଶୋଧନ) ବିଲ୍‌, ୨୦୧୯ ଉପରେ ଭୋଟଗ୍ରହଣ ବେଳେ ସରକାରଙ୍କ ସପକ୍ଷରେ ୧୨୨ ଭୋଟ ପଡିଥିଲା। କଂଗ୍ରେସର ୧୨୦ ବିଧାୟକଙ୍କ ସମେତ ଭାଜପାର ୨ ସଦସ୍ୟ ବିଲ୍‌ ସପକ୍ଷରେ ଭୋଟ ଦେଇଥିଲେ। ଏହା ସେମାନଙ୍କ ଗୃହ ପ୍ରତ୍ୟାବର୍ତ୍ତନ ବୋଲି ଭାଜପା ବିଧାୟକ କହିଛନ୍ତି। ଦିନକ ପୂର୍ବରୁ କର୍ନାଟକରେ ଜେଡିଏସ୍‌-କଂଗ୍ରେସ ସରକାର ଭାଙ୍ଗିଥିବାବେଳେ ସାମାନ୍ୟ ସଂଖ୍ୟାଗରିଷ୍ଠ ଥିବା ମଧ୍ୟପ୍ରଦେଶର କମଳନାଥ ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ବୋଲି ଭାଜପା କହିଆସୁଛି। ଏଭଳି ସ୍ଥିତିରେ ଭାଜପା ବିଧାୟକ କଂଗ୍ରେସ ସରକାରଙ୍କୁ ସମର୍ଥନ ଦେବା ଗୈରିକ ଦଳର ଚିନ୍ତା ବଢ଼ାଇ ଦେଇଛି। ଗତ ନଭେମ୍ବର ନିର୍ବାଚନରେ ଭାଜପାକୁ ହରାଇ କଂଗ୍ରେସ କମଳନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ଦିବସ: ଦେଶରେ ୨ କୋଟି ୧୦ ଲକ୍ଷ ଅନାକାଂକ୍ଷିତ ଶିଶୁ କନ୍ୟା

ନୂଆଦିଲ୍ଲୀ, ୨୨।୯: ପ୍ରତି ବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ଭାରତରେ କନ୍ୟା ଦିବସ ପାଳନ କରାଯାଇଥାଏ। କନ୍ୟା ଶିଶୁଙ୍କୁ ନେଇ ସଚେତନତା ସୃଷ୍ଟି ଲାଗି ଏହି...

ଗଣମାଧ୍ୟମ ପ୍ରତିନିଧି ମଧ୍ୟ କରୋନା ଯୋଦ୍ଧା: ପ୍ରକାଶ ଜାଭେଡ୍‌କର

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଆଦିଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା...

୨୦୧୮-୧୯ରେ ୭୧,୫୪୩ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୨୯-୮: ଦେଶରେ ଗତ ଆର୍ଥିକ ବର୍ଷ ବ୍ୟାଙ୍କ ଠକେଇ ମାମଲା ବାର୍ଷିକ ଆଧାରରେ ୧୫% ବୃଦ୍ଧି ପାଇଛି। ଏହି ସମୟରେ ଠକେଇ ପରିମାଣ ୭୩.୮% ବଢ଼ି...

ପୋଲିସ-ଓକିଲ ଗଣ୍ଡଗୋଳ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀର ତିଶ ହଜାରୀ କୋର୍ଟ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ରବିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଦିଲ୍ଲୀ ପୋଲିସ...

ମଇଦାନରେ ୪୯୫ କୋଟିପତି

ପାଟନା, ୩୧ା୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୩ରେ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪%...

ଚିଦାମ୍ବରମଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ପୁଣିଥରେ ତାଙ୍କୁ ବିଚାର...

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ...

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ...

Play 250+ Trending Games
Archives

Model This Week

Why Dharitri