Posted inଫୁରସତ

କବର ବଦଳରେ ମୁଖାଗ୍ନି

ହରିୟାଣା: ବହୁବିଧ ପରମ୍ପରା, ଧର୍ମୀୟ ବିଶ୍ୱାସକୁ ନେଇ ସମୃଦ୍ଧ ଭାରତବର୍ଷ। ବିବିଧତା ଭିତରେ ଏକତା ୧୩୦ କୋଟି ଲୋକଙ୍କୁ ବାନ୍ଧି ରଖିଛି। ଐଶ୍ୱର୍ଯ୍ୟ, ବିଭବରେ ପରିପୂର୍ଣ୍ଣ ଏହି ଦେଶ ଦୀର୍ଘବର୍ଷ ଧରି ବିଦେଶୀଙ୍କ କୁଚକ୍ରାନ୍ତର ଶିକାର ହୋଇ ରହିଥିଲା। ପର୍ତ୍ତୁଗୀଜ, ଆଫ୍‌ଗାନ, ମୋଗଲଠାରୁ ଆରମ୍ଭ କରି ବ୍ରିଟିଶମାନେ ବିଭିନ୍ନ ସମୟରେ ଦେଶକୁ ଲୁଟିଛନ୍ତି। ନିଜ ନିଜର ସାମ୍ରାଜ୍ୟବାଦୀ ନୀତିରେ ବଦଳାଇବାକୁ ଚେଷ୍ଟା କରିଛନ୍ତି ଭାରତୀୟଙ୍କ ମନୋଭାବ। ସେମାନେ ଏଥିରେ କେତେକାଂଶରେ ସଫଳ ମଧ୍ୟ ହୋଇଛନ୍ତି। ହେଲେ ବିଦେଶୀ ଶାସନର ପତନ ସହ ଭାରତୀୟ ସମାଜ ପୁଣିଥରେ ଅଣ୍ଟା ସଳଖିଛି। ବିଦେଶୀ ଚାଲିଚଳଣିକୁ ପଛ କରି ଅନେକେ ଡେରିରେ ହେଲେ ମଧ୍ୟ ନିଜର ମୂଳ ସଂସ୍କୃତିକୁ ଫେରିଛନ୍ତି। ଏପରି ଅନେକ ଘଟଣା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ହରିୟାଣା ରାଜ୍ୟର ହିସାର ଜିଲାରେ। ଏଠାକାର ଏକ ପୁରାତନ ସମ୍ପ୍ରଦାୟ ଦୀର୍ଘ ୩୦୦ବର୍ଷ ଧରି ପ୍ରଚଳିତ ମୃତଦେହ ସଂସ୍କାର ପଦ୍ଧତିରେ ପରିବର୍ତ୍ତନ ଆଣିଛି। କବର ପରିବର୍ତ୍ତେ ହିନ୍ଦୁ ସଂସ୍କୃତି ଅନୁଯାୟୀ ମୁଖାଗ୍ନି ଦେଇ ସେମାନେ କରିଛନ୍ତି ନିଜର ପରିଜନଙ୍କ ଶେଷକୃତ୍ୟ।
ହିସାରଠାରୁ ପାଖାପାଖି ୫୦ କିମି ଦୂରରେ ଅବସ୍ଥିତ ଓକଲାନାର ବିଠମଣ୍ଡା ଗ୍ରାମରେ ଏକ ପୁରାତନ ସମ୍ପ୍ରଦାୟର ଲୋକେ ଦୀର୍ଘବର୍ଷ ଧରି ବାସ କରି ଆସୁଛନ୍ତି। ନିକଟରେ ଉକ୍ତ ସମ୍ପ୍ରଦାୟର ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁଯାୟୀ କରାଯାଇଥିଲା। ମୃତ ମହିଳାଙ୍କ ପୁଅ ସତ୍‌ବୀରଙ୍କ କହିବା କଥା, ପୂର୍ବରୁ ସମ୍ପ୍ରଦାୟରେ ମୃତଦେହକୁ ଦାହ କରାଯିବାର ବିଧି ପ୍ରଚଳିତ ଥିଲା। ଏକଚ୍ଛତ୍ରବାଦୀ ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କ ଶାସନ କାଳରେ ମୃତଦେହକୁ କବର ଦେବା ଲାଗି ଚାପ ପଡ଼ିଥିଲା। ଅତ୍ୟାଚାରୀ ଶାସକଙ୍କ ଭୟରେ ସେତେବେଳେ ଏହାକୁ ତାଙ୍କ ପୂର୍ବଜମାନେ ମାନିନେବାକୁ ବାଧ୍ୟ ହୋଇଥିଲେ। କାଳକ୍ରମେ ଏହା ପରମ୍ପରାରେ ବଦଳିଗଲା। ହେଲେ ହିନ୍ଦୁଧର୍ମ ଉପରେ ସେମାନଙ୍କ ବିଶ୍ୱାସ ଅତୁଟ ରହିଥିଲା। ତେଣୁ ମା’ଙ୍କ ଅନ୍ତିମ ସଂସ୍କାର ପଦ୍ଧତିରେ ପରିବର୍ତ୍ତନକୁ ସମସ୍ତେ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଗ୍ରାମର ଅନ୍ୟ ୩୦ ପରିବାର ମଧ୍ୟ ଅନୁରୂପ ଭାବେ ମୃତଦେହ ସଂସ୍କାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। କାହାର ଚାପର ବଶବର୍ତ୍ତୀ ନ ହୋଇ ସେମାନେ ଏପରି ବିଚାର କରିଥିବା ସତ୍‌ବୀର କହିଛନ୍ତି। ଅନ୍ୟପଟେ ବିଠମଣ୍ଡା ଗ୍ରାମବାସୀଙ୍କ ଏପରି ନିଷ୍ପତ୍ତିକୁ ନିକଟବର୍ତ୍ତୀ ହିନ୍ଦୁ ଗ୍ରାମୀଣ ଇଲାକାର ଲୋକେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?