କନ୍ୟାଶ୍ରମରେ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ:ଦୁଇ ସ୍କୁଲରେ ୧୩ ଛାତ୍ରୀଙ୍କ ହେଲା ନାମଲେଖା

ଅନୁଗୋଳ ଅଫିସ, ୭।୧

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଗୌରୀ ଶଙ୍କର ବେହେରା। ଦୁଇଜଣିଆ ଟିମ୍‌ ସହ ଡିସିପିଓ ବେହେରା ଉକ୍ତ କନ୍ୟାଶ୍ରମ ଛାଡ଼ିଥିବା ଅନ୍ତେବାସୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିସହ ଉକ୍ତ କନ୍ୟାଶ୍ରମ ଛାଡ଼ିଥିବା ମୋଟ୍‌ ୧୩ ଜଣ ଛାତ୍ରୀଙ୍କ ନାମ ୨ଟି ବିଦ୍ୟାଳୟରେ ଲେଖାଯାଇଥିବା ଡିସିପିଓ ବେହେରା ପ୍ରକାଶ କରିଛନ୍ତି।
ଡିସିପିଓ କହିଛନ୍ତି, କନ୍ୟାଶ୍ରମ ଛାଡ଼ିଥିବା ୧୩ ଜଣ ଅନ୍ତେବାସୀଙ୍କ ନାମ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ହତା ଶିମିଳିପଡ଼ା ୟୁପି ସ୍କୁଲ ଓ ସାନହୁଲା ଉଚ୍ଚ ବିଦ୍ୟାଳୟରେ ଲେଖାଯାଇଛି। ଛାତ୍ରୀମାନଙ୍କ ସ୍କୁଲ ଲିଭିଂ ପ୍ରମାଣପତ୍ର ନ ଥିବାରୁ ସେମାନଙ୍କ ବୟସ ପ୍ରମାଣପତ୍ର ପ୍ରଦାନ କରାଯାଇ ନାମ ଲେଖାଯାଇଛି। ସେମାନେ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି କି ନାହିଁ, ତାହା ଅବଗତ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରୀମାନଙ୍କ ନାମ ନିକଟସ୍ଥ ବିଦ୍ୟାଳୟରେ ଲେଖାଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଙ୍କ ଅଭିଭାବକଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ କୁହାଯାଇଛି। ଉକ୍ତ ପ୍ରମାଣପତ୍ର ମିଳିବା ପରେ ଜିଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନାମ ଲେଖାଯିବ ବୋଲି ଡିସିପିଓ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଲେ ପ୍ରମିଳା: ଦଳ ଫିଲଟର ହେଉଛି, ସବୁ ଅଳିଆ…

ଭୁବନେଶ୍ୱର,୨୦।୩: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ: ପ୍ରମିଳା ମଲ୍ଲିକଙ୍କ ନାଁରେ… 

ଭୁବନେଶ୍ୱର,୨୦।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ  ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ତେବେ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର…

ତେଜିଲା ଆନ୍ଦୋଳନ: ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

ଚାନ୍ଦବାଲି,୨୦।୩: ଭଦ୍ରକ ଜିଲା ତିହିଡି ବ୍ଲକ ଚାରିତରଫ ସୋସାଇଟରେ ଶୁକ୍ରବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ କରି ଚାଷୀମାନେ ରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri