କଥା ଦେଇ ପାସରିଦେଲେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ: ଭଏଭୀତ ଅବସ୍‌ତାରେ ଗାଁବାସୀ

ବିନିକା,୩୦।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ୫୦ରୁ ଅଧ୍‌କା ଚାଷୀ ଉଠା ଜଲସେଚନ ଭରସାରେ ଫିବଛର ୭୦ ହେକ୍ଟର ଜମିରେ ଧାନଚାଷ୍‌ କରୁଛନ୍‌। ଜିରାନଦୀରୁ ଲିଫ୍ଟ ଜରିଆରେ ଚାଷୀ ଜମିକେ ପାଏନ୍‌ ମଡ଼ଉଛନ୍‌। ଇଥିରଲାଗି ଜିରାନଦୀ ଖଁଡ଼ିରେ ୨ଟା ଲିଫ୍ଟ ପଏଣ୍ଟ ଅଛେ। ହେଲେ ଗଲାବଛର ଜିରାନଦୀରେ ଆସିଥିବାର ବଢ଼ିରେ ୨ ନଂ. ଲିଫ୍ଟ ପଏଣ୍ଟର ୧୧ କେଭି ବିଦ୍ୟୁତ୍‌ ତାର ଆର ଟ୍ରାନ୍ସଫର୍ମର ଅଚଲ ହେଇଯାଇଥିଲା। ଇ ବାବ୍‌ଦେ ଥାନୀୟ ଚାଷୀ ବିନିକା ବିଦ୍ୟୁତ୍‌ ବିଭାଗ ଜେଇ ଆର ଏସ୍‌ଡିଓକୁଁ ଜନେଇଥିଲେ। ପଛେ ୨ନଂ. ଲିଫ୍ଟ ପଏଣ୍ଟର ଚାଷୀମାନେ ଟଁକା ଠୁଲେଇ ବିଦ୍ୟୁତ୍‌ ବିଭାଗରେ ଜମା କଲାରୁ ବିଭାଗ ତରଫୁ ନୂତନ ଟ୍ରାନ୍ସଫର୍ମର ଥାପନ କରାଯାଇଥିଲା। ହେଲେ ଇ ନୂତନ ଟ୍ରାନ୍ସଫର୍ମର ଥାପନା ବେଲେ ବିଭାଗ୍‌ ସୁରକ୍ଷାକେ ଗୁରୁତ୍‌ ନାଇଁଦେଇ। ଯେନ୍‌ଥିରଲାଗି ଗଲା ବଛର ବଢ଼ିରେ ଉପ୍‌ଡି ପଡ଼ିଥିବାର ବିଦ୍ୟୁତ୍‌ ଖୁଁଟା ଆଏଜ୍‌ ବି ସେନ୍‌ଥେଇ ପଡ଼ି ରହିଛେ। ୨ ନଂ. ଲିଫ୍ଟ ଅଧୀନ ଚାଷୀମାନେ ଥାନୀୟ ସରପଁଚ୍‌କଁର ସଂଗେ ବିଭାଗୀୟ ଜେଇକୁଁ ଇ ଦିଗେ ପଦକ୍ଷେପ ନେବାକେ ଅନୁରୋଧ କରିଥିଲେ। ପଛେ ଫେନ୍‌ ଘାଏ ଚାଷୀମାନେ ୨୪.୫.୨୦୧୯ରେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ରଶ୍ମିରଞ୍ଜନ ଜେନାକଁୁ ଇ ଦିଗେ ପଦକ୍ଷେପ ନେବାକେ ଗୁହାରି କରିଥିଲେ। ଏସ୍‌ଡିଓ ଜେନା ବି ଚାଷୀକୁଁ ବହୁତ୍‌ ଜଲ୍‌ଦି ସମସିଆର ସମାଧାନ କରାଯିବାକେ କଥା ଦେଇଥିଲେ। ହେଲେ ଇ ଘଟନାକେ ଆଏଜ୍‌ ୧୫ ମାସ ବିତିଯାଇଛେ, ବିଭାଗୀୟ ଏସ୍‌ଡିଓ ବି ଚାଷୀକୁ ଦେଇଥିବାର କଥା ପାସରି ଦେଇଛନ୍‌। ଏନ୍‌ତାଥି ନଦୀ ଖଁଡ଼ିରେ ଟ୍ରାନ୍ସଫର୍ମର ଆର ଉନିଆ ବିଦ୍ୟୁତ୍‌ ସରଂଜାମ୍‌ ବିପଦ୍‌ ଅବସ୍‌ତାରେ ପଡ଼ି ରହିଛେ। ଇଆଡ଼େ ଟ୍ରାନ୍ସଫର୍ମରକେ ବିପଦ୍‌ ଅବସ୍‌ତାରେ ଝୁଲି ରହିଥିବାର ତାରମାନକେ ବିଦ୍ୟୁତ୍‌ ପରବାହିତ ହେଉଛେ। ଇଥିରଲାଗି ଗଁାବାସୀ ଭଏରେ ନଦୀକେ ଗଧାବୁଢ଼ା କି ଝାଡ଼ାଝପଟ ଯିବାକେ ଡରୁଛନ୍‌। ଗଁାବାସୀକର କହେବାର ହିସାବେ ଇ ଭିତରେ ଗଁାର ଅନେକ ଲୁକ୍‌କର ଗଈବଲଦ, ଛେଲ୍‌ମେଢ଼ି ବିଦ୍ୟୁତ୍‌ ଆଘାତରେ ମରି ସାଏଲେନ। ଇଆଡ଼େ ବରଷା ଲାଗି ରହିଲେ କି ଜିରାନଦୀରେ ବଢ଼ି ଆଏଲେ ଫେନ୍‌ଘାଏ ଟ୍ରାନ୍ସଫର୍ମର ଖରାପ୍‌ ହେବାରଟା ଥଏ ଆଏ ବଲି ଚାଷୀମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଚାଷୀମାନେ ବିଭାଗୀୟ ଅଧ୍‌କାରୀମାନକୁ ବାରବାର ଗୁହାରି କରି ନିରାଶ ହେଇଛନ୍‌। ଇ ଦିଗେ ଜିଲାପାଲ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାର ସନ୍ତୋଷ ଭୋଇ, ବ୍ରଜମୋହନ ଭୋଇ, ବିଶ୍ୱଜିତ ଭୋଇ, ଚିତ୍ତରଞ୍ଜନ ଭୋଇ, ଦିବାକର ପଧାନ, ରସିକ ଜାଲ, କାକୀ ଗୋବିନ୍ଦ ରାଓ, ରଘୁ ବାଘ, ପ୍ରଶାନ୍ତ ମୁଦୁଲି ପରମୁଖ ଚାଷୀ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ବିଭାଗୀୟ ଏସ୍‌ଡିଓ ରଶ୍ମିରଞ୍ଜନ ଜେନାକୁଁ ପଚରାଲାରୁ ଠିକ୍‌ ସମିଆରେ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ଆର ଏସିକଁର ବଦଲି ହେଇଗଲା। ଯେନ୍‌ଥିରଲାଗି ମରାମତି କାଯ୍‌ ଲାଗି ଯୁକ୍ତି ପତର ସଂପାଦନ କରବାରେ ଡେରି ହେଲା। ଏହେଦେ ଏସିକଁର ଅଫିସକେ ସାରଙ୍ଗପାଲି ଲିଫ୍ଟ ନଂ.୨ର ମରାମତି ଲାଗି ଚୁକ୍ତିପତର ପଠାଯାଇଛେ। ବହୁତ୍‌ ଜଲଦି ମରାମତି କାଯ୍‌ ଆରମ୍‌ ହେବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri