କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି ସମ୍ପ୍ରତି ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ମାତ୍ର ତୃତୀୟ ପର୍ଯ୍ୟାୟରେ କିଛି କଟକଣା କୋହଳ ହୋଇଥିବାକୁ ନେଇ ଲୋକମାନେ ରାଜ୍ୟ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଏପରିକି ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ୱକୁ ଫୁ କରୁଥିବା ଦେଖିବାକୁ ମିଳୁଛି। କଣ୍ଟାପଡା ବ୍ଲକ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସିଛି।
କାମପାଇଁ ଏଠାକୁ ବିଭିନ୍ନ ଗ୍ରାମପଞ୍ଚାୟତରୁ ଲୋକମାନେ ଆସୁଛନ୍ତି। ବ୍ଲକଛକରେ ଥିବା ପାନ, ଚା ଓ ଫାଷ୍ଟଫୁଡ୍‌ ଦୋକାନରେ ଗ୍ରାହକମାନଙ୍କର ଗହଳି ରହୁଥିବା ଦେଖାଯାଉଛି। ତେବେ ଅଧିକଂଶ ଲୋକ ମାସ୍କ ପିନ୍ଧୁ ନ ଥିବାବେଳେ ଉକ୍ତ ଦେକାନ ଗୁଡିକରେ ଖାଇବାବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି। ବ୍ଲକଟି ଫୁଲନଖରା-ନିଆଳି ରାସ୍ତାପାର୍ଶ୍ୱରେ ଥିବାରୁ ଉକ୍ତ ରାସ୍ତାଦେଇ ଯାଉଥିବା ଅଚିହ୍ନା ବ୍ୟକ୍ତିମାନେ ଏଠାରେ ଅଟକିବା ସହ ସାମାଜିକ ଦୂରତ୍ୱ ନ ରଖି ଦୋକନରୁ ଜିନିଷପତ୍ର କିଣାକିଣି କରୁଛନ୍ତି। କଣ୍ଟାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅବସ୍ଥା ଲାଗି ରହିଥିବାବେଳେ ବ୍ଲକର ଅନ୍ୟ ଅଞ୍ଚଳ କଥା ନ କହିବା ଭଲ। କଣ୍ଟାପଡା ବ୍ଳକ ଗ୍ରୀନ୍‌ ଯୋନରେ ରହିଥିବାବେଳେ ସ୍ବାବଟେଷ୍ଟ କରାଯାଇଥିବା ୩୪ ଜଣ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଛି। ଏହାସତ୍ତ୍ୱେ ସାମାଜିକ ଦୂରତ୍ୱ ନ ରଖିଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବବୋଲି ସାଧାରଣରେ ଆଲେଚନା ହେଉଛି। ପ୍ରଶାସନ ଏଥିପ୍ରତି ନଜରଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

ଶୁଭେନ୍ଦୁଙ୍କ ବଡ ଆକ୍ସନ, ଖୋଲୁଛନ୍ତି ନୂଆ ‘ଡିଟେନ୍ସନ ସେଣ୍ଟର’, ଜାଣନ୍ତୁ କେଉଁମାନଙ୍କୁ ଏଠି ଅଟକ ରଖାଯିବ

କୋଲକାତା,୨୪।୫: ପଶ୍ଚିମବଙ୍ଗର ଗୃହ ଏବଂ ପାହାଡ଼ି ବ୍ୟାପାର ବିଭାଗ ସମସ୍ତ ଜିଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଧରାପଡ଼ିଥିବା ବିଦେଶୀ ନାଗରିକ ଏବଂ ଜେଲରୁ…

ନନ୍ଦିପଦା ଥାନାକୁ ନ ଥିଲା ରାସ୍ତା, ଆଜି ଶିଳାନ୍ୟାସ କଲେ ଥାନାଧିକାରୀ

ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ…

ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ…

ଏମିତି ଘୋଷଣା କଲା ଇରାନ ଖୁସି ହୋଇଗଲା ସାରା ବିଶ୍ୱ, ଏଥର ଶେଷ ହେବ ଯୁଦ୍ଧ!

ନୂଆଦିଲ୍ଲୀ/ତେହରାନ,୨୪।୫: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କ ଏକ ବିବୃତ୍ତି ଅନ୍ତର୍ଜାତୀୟ ରାଜନୀତିରେ ଏକ ନୂତନ ଆଲୋଚନାର ସୂତ୍ରପାତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri