କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସି ବିଫଳ : ସହରରୁ ନୀଳ, ସବୁଜ ଡଷ୍ଟବିନ୍‌ ଉଭାନ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସିକୁ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ବରୂପ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ହେଉଥିବା ସ୍ବଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବହୁତ ପଛରେ ରହିଛି। ସ୍ମାର୍ଟସିଟି ପ୍ରକଳ୍ପରୁ ଉତ୍ସାହିତ ବିଏମ୍‌ସି ସ୍ବଚ୍ଛତା ସର୍ଭେରେ ଭଲ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିଲା। ସ୍ବଚ୍ଛତା ସଂକ୍ରାନ୍ତରେ ସହରବାସୀଙ୍କୁ ସଚେତନ କରାଇବା ସହ ଘର ଘର ବୁଲି ତରଳ ଓ କଠିନ ବର୍ଜ୍ୟବସ୍ତୁକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ୨୦୧୭ରୁ ସହରର ରାସ୍ତାପାର୍ଶ୍ୱ, କଲୋନୀ, ଛକ ଆଦି ୧୮ଶହ ସ୍ଥାନରେ ୩୬ଶହ ନୀଳ ଓ ସବୁଜ ଟ୍ବିନ୍‌ ଡଷ୍ଟବିନ ଲଗାଯାଇଥିଲା। ଠିକାସଂସ୍ଥା ଭରସାରେ ପୂରା ବ୍ୟବସ୍ଥାକୁ ଟେକିଦେଇଥିଲା ବିଏମ୍‌ସି। କିନ୍ତୁ ଅଧିକାରୀ ଓ ଠିକାସଂସ୍ଥା କର୍ମଚାରୀଙ୍କ ଖାମଖିଆଲ ତଥା ଦାୟିତ୍ୱହୀନତା ଯୋଗୁ ଏ ବାବଦକୁ କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ପ୍ରାୟ ୧୪୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଡଷ୍ଟବିନ୍‌ ନ ଥିବା ଦେଖିବାକୁ ମିଳିଛି। ରାସ୍ତା, ଡ୍ରେନ୍‌, ପାଇପ୍‌ ବିଛା କାମବେଳେ ବହୁ ଡଷ୍ଟ୍‌ବିନ୍‌କୁ ଉପାଡି ଫୋପାଡ଼ି ଦିଆଯାଇଥିବାବେଳେ କେତେକ ସ୍ଥାନରେ ଭାଙ୍ଗିରୁଜି ଅବା ଜଳିଯାଇଥିବା ଦେଖିବାକୁ ମିଳୁଛି। ପାଖାପାଖି ବର୍ଷେ ହେବ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ହେଲେ ଏଯାଏ ବିଏମ୍‌ସି କର୍ତ୍ତୃପକ୍ଷ ମରାମତି କିମ୍ବା ନୂଆ ଡଷ୍ଟ୍‌ବିନ୍‌ ଲଗାଉ ନ ଥିବାରୁ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ରାସ୍ତାରେ ପଡ଼ି ରହୁଛି। ଏନେଇ ଅଭିଯୋଗ ଆସିବା ପରେ ଗତ ୬ମାସ ତଳେ ତତ୍‌କାଳୀନ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ତଦନ୍ତ କରିବାକୁ କୁହାଯାଇଥିଲା। ହେଲେ ତାଙ୍କର ବଦଳି ହୋଇଯାଇଥିବାବେଳେ ତଦନ୍ତ ରିପୋର୍ଟ ଏଯାଏ ପ୍ରକାଶ ପାଇପାରିଲା ନାହିଁ। ଆଗକୁ ସ୍ବଚ୍ଛ ସର୍ଭେକ୍ଷଣ ହେବାକୁ ଥିବାରୁ ବିଏମ୍‌ସି ତତ୍ପର ହୋଇପଡ଼ିଛି।

ଠିକା ସଂସ୍ଥା ସହ କ’ଣ ରହିଥିଲା ଚୁକ୍ତି

ଡଷ୍ଟବିନରୁ ଅଳିଆ ଉଠାଇବା ସମୟରେ ହେଉ କି କୌଣସି କାରଣରୁ ଡଷ୍ଟବିନ୍‌ ଭାଙ୍ଗିଲେ ଏହାର ମରାମତି ହେବ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଠିକା ସଂସ୍ଥା ନୂଆ ଡଷ୍ଟବିନ ଲଗାଇବ। ଏଥିପାଇଁ ଉକ୍ତ ସଂସ୍ଥାକୁ ବିଏମ୍‌ସି ବିପୁଳ ଅର୍ଥ ଦେଇଥିଲା। କିନ୍ତୁ କେତେକ ସ୍ଥାନରେ ଡଷ୍ଟବିନ ଚୋରି ଓ ପୋଡ଼ି ଦିଆଯାଇଥିବା ନେଇ ସଂସ୍ଥା ଅଭିଯୋଗ ଆଣି ଆଉ ସେଠାରେ ନୂଆ ଲଗାଇଲା ନାହିଁ। ଲୋକେ ସେଥିରେ ଜଳନ୍ତା ସିଗାରେଟ୍‌ ପକାଇବା ସହ ରାସ୍ତାରୋକୋ ବେଳେ ଜଳନ୍ତା ଟାୟାରକୁ ଉକ୍ତ ଡଷ୍ଟବିନ୍‌ରେ ପକାଇବାରୁ ତାହା ଜଳିଯାଇଛି। ପୁଣି ବିିଭିନ୍ନ ବନ୍ଦ/ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନେ ଡଷ୍ଟବିନକୁ ବାଡେଇ ଭାଙ୍ଗି ଦେଇଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି। କିନ୍ତୁ ଠିକ୍‌ ଭାବେ ପରିଚାଳନା କରି ନ ପାରି ସଂସ୍ଥା ଏଭଳି ବାହାନା ଆଣୁଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।
ଏନେଇ ବିଏମ୍‌ସି ପରିମଳ ବିଭାଗ ପରିଚାଳନା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବାବେଳେ ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଠିକାସଂସ୍ଥା ଜାଗୃତିକୁ ଡଷ୍ଟବିନ୍‌ ଲଗାଇବା ଓ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଜିଆଇଏସ୍‌ ସର୍ଭେ କରାଯାଇ ପରେ ଉକ୍ତ ସଂସ୍ଥାକୁ ଅର୍ଥ ଦିଆଯାଇଥିଲା। ଏବେ ଡଷ୍ଟବିନ ନ ଥିବାରୁ ସାନିଟାରି ଇନ୍ସପେକ୍ଟରମାନେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

କ’ଣ ଥିଲା ଦୁଇ ରଙ୍ଗ ଡଷ୍ଟବିନ୍‌ର ଉଦ୍ଦେଶ୍ୟ?

ବିଏମ୍‌ସି ପାଇଁ ଆବର୍ଜନା ବୋଝ ଚିନ୍ତା ବଢ଼ାଇଛି। ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରିବା ଓ ଆବର୍ଜନା ସଂଗ୍ରହକୁ ସହଜ କରିବା ଲକ୍ଷ୍ୟ ରଖି ବିଏମ୍‌ସି ନୀଳ ଓ ସବୁଜ ରଙ୍ଗର ଡଷ୍ଟ୍‌ବିନ୍‌ ଲଗାଇଥିଲା। ସବୁଜ ଡଷ୍ଟବିନରେ ବିଘଟନଯୋଗ୍ୟ ତଥା ଜୈବ ଆର୍ବଜନା ଯଥା- ପଚା ଫଳ, ପନିପରିବା ଚୋପା, ରୋଷେଇ ବର୍ଜ୍ୟବସ୍ତୁ ପକାଯିବ। ନୀଳ ଡଷ୍ଟବିନରେ ପୁନଃ ବ୍ୟବହାରଯୋଗ୍ୟ ତଥା ଅଜୈବ ଆବର୍ଜନା ଯଥା- କାଚ, ରବର, ପଲିଥିନ୍‌ ଆଦି ପକାଇବାକୁ କୁହାଯାଇଥିଲା। ହେଲେ ଲୋକଙ୍କୁ ସେପରି ସଚେତନ କରାଯାଇ ନ ଥିଲା କି କଟକଣାକୁ ମଧ୍ୟ କାର୍ଯ୍ୟକାରୀ କରା ନ ଯିବାରୁ ଲକ୍ଷ୍ୟ ବିଫଳ ହେଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ରିପୋର୍ଟ- ସ୍ଥିତପ୍ରଜ୍ଞ ମିଶ୍ର
ଫଟୋ- ମୌସୁମ ନନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri