କଟକ ସହରରେ ହୃଦୟ ବିଦାରକ ଦୃଶ୍ୟ: ମୃତ ଶିଶୁକୁ ଧରି ଗୋଟିଏ ଦିନ ବୁଲିଲେ ମା’

କଟକ ଅଫିସ, ୧୮ା୭: କଥାରେ ଅଛି ମା’ କୋଳରୁ ଛୁଆକୁ ବାଘ ବି ଝାମ୍ପିନେବା ସହଜ ନୁହେଁ। ତା’ର ଏକ ପ୍ରମାଣ ବୁଧବାର କଟକ ସହରରେ ଦେଖିବାକୁ ମିଳିଛି। ମାନସିକ ବିକାରଗ୍ରସ୍ତ ଜଣେ ମା’ କୋଳରେ ୩ ବର୍ଷର ମୃତ ଶିଶୁକନ୍ୟା। ସାଙ୍ଗରେ ଆଉ ୨ ଜଣ ୫ ବର୍ଷ ଓ ୭ ବର୍ଷର ନାବାଳିକା। ମଙ୍ଗଳବାର ଦିନତମାମ କୋଳରେ ମୃତଶିଶୁ ଓ ସାଙ୍ଗରେ ଅନ୍ୟ ୨ ନାବାଳିକାଙ୍କୁ ଧରି ଏହି ମା’ ଜଣକ ବକ୍ସିବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିଲେ। ମହିଳାଙ୍କ କୋଳରେ ଥିବା ଶିଶୁଟି ଯେ ମୃତ ତାହା ଲୋକେ ଜାଣିପାରୁ ନ ଥିଲେ। କାରଣ ମା’ ଜଣକ ଟିକିଏ ଛାଡ଼ି ହାତରେ ଧରିଥିବା କ୍ଷୀରବୋତଲକୁ ଛୁଆ ପାଟିରେ ପୂରାଉଥାନ୍ତି। ଏହି ଦୃଶ୍ୟ ଦେଖିବା ପରେ ଲୋକେ ଭାବୁଥାନ୍ତି ଯେ ବୋଧ ହୁଏ ମା’ ତା ଛୁଆକୁ କ୍ଷୀର ଖୁଆଉଛି। କିନ୍ତୁ ବକ୍ସିବଜାର ଛକର ଏକ ଜାଗାରେ ମହିଳା ଜଣକ ବୁଧବାର ସକାଳୁ ଦୀର୍ଘସମୟ ଧରି ବସି ରହିଥିଲେ। କୋଳରେ ଥିବା ଶିଶୁର ମୁଣ୍ଡ ଓହଳି ମାଟିରେ ଲାଗିବା ପରେ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ନିରିଖେଇ ଦେଖିବା ପରେ ଶିଶୁଟି ମୃତ ବୋଲି ଜାଣିବାକୁ ପାଇଥିଲେ। ଲୋକେ ମହିଳାଙ୍କ ପାଖକୁ ଯିବାରୁ ସେ ସମସ୍ତଙ୍କୁ ମାରି ଗୋଡାଇଥିଲେ। ମୋ ଛୁଆ କାହାରିକି ଦେବିନି। ଯିଏ ଆସିବ ତାକୁ ମାରିଦେବି। ମୋ ଛୁଆ କାନ୍ଦି କାନ୍ଦି ଏବେ ଶୋଇଛି। ଦୁଇଦିନ ହେବ କିଛି ଖାଉନି। ଏବେ ମୁଁ ତାକୁ ଏହି ବୋତଲରେ କ୍ଷୀର ପିଆଇ ଦେବାରୁ ସେ ଶୋଇପଡ଼ିଛି। ଏହି କଥା କହି ମହିଳା ଜଣକ ଶିଶୁ ପାଟିରେ କ୍ଷୀର ବୋତଲକୁ ଜୋରଜବରଦସ୍ତ ଭର୍ତ୍ତି କରୁଥାନ୍ତି। କିନ୍ତୁ କ୍ଷୀର ଶିଶୁଙ୍କ ପାଟିକୁ ନ ଯାଇ ବୋହି ପଡ଼ୁଥାଏ। ମହିଳାଙ୍କ ଏଭଳି ଆଚରଣ ଦେଖି ଲୋକେ ଚାଇଲଡ୍‌ ଲାଇନକୁ ଫୋନ କରିଥିଲେ। ଚାଇଲ୍‌ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳ ଘଟଣାସ୍ଥଳରେ ପହଞ୍ଚତ୍ କ୍ୟାଣ୍ଟନମେଣ୍ଟ ଥାନା ପୋଲିସକୁ ଖବର ଦେଇଥିଲେ। ଚାଇଲ୍‌ଡ ଲାଇନ କର୍ମକର୍ତ୍ତା ଓ ପୋଲିସ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଏସ୍‌ସିବି ମେଡିକାଲକୁ ଆଣିଥିଲେ। ମେଡିକାଲରେ ପହଞ୍ଚତ୍ବା ପର୍ଯ୍ୟନ୍ତ ମଧ୍ୟ ମହିଳା ଜଣକ ନିଜ କୋଳରୁ ମୃତ ଶିଶୁକୁ ଛାଡୁ ନ ଥାନ୍ତି। ଅନେକ ସମୟ ପରେ ମେଡିକାଲରେ ମହିଳାଙ୍କ କୋଳରୁ ମୃତଶିଶୁଙ୍କୁ ଅଲଗା କରାଯାଇଥିଲା। ତାଙ୍କ ସହିତ ଥିବା ଅନ୍ୟ ୨ ଜଣ ଶିଶୁଙ୍କୁ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଯାଇଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସରକାରଙ୍କ ସାମାଜିକ ସଶକ୍ତୀକରଣ ଅଭିଯାନ କେତେ ସଶକ୍ତ ତାହାର ପ୍ରମାଣ ମିଳୁଛି। ସାମାଜିକ ସ୍ତରରେ ଅସୁରକ୍ଷିତ ଥିବା ଲୋକଙ୍କ ପାଇଁ ପ୍ରତ୍ୟେକ ଜିଲାରେ ସାମାଜିକ ସୁରକ୍ଷା ବିଭାଗ ଖୋଲାଯାଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମାତ୍ର ଏହି ବିଭାଗ କେତେ କ୍ରିୟାଶୀଳ ତାହା ସମ୍ପୃକ୍ତ ମହିଳାଙ୍କ କ୍ଷେତ୍ରରୁ ପ୍ରମାଣିତ ହୋଇଛି। ଚାଇଲ୍‌ଡ ଲାଇନ ସଂଯୋଜକ ଶୁକ୍ଳଙ୍କ କହିବା ଅନୁଯାୟୀ, ମହିଳା ଜଣକ ହାଡିଆପଠା ଅଞ୍ଚଳରେ ରୁହନ୍ତି। ତାଙ୍କର ଉକ୍ତ ମୃତଶିଶୁଙ୍କୁ ମିଶାଇଲେ ମୋଟ ୪ଟି କନ୍ୟା ସନ୍ତାନ। ବଡ଼ ଝିଅ (୧୩)ଙ୍କୁ ଏକ ଶିଶୁ ଯନତ୍ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଗିରିଶ ଏସ୍‌.ଏନ୍‌. ଜିଲାପାଳ ଥିବା ସମୟରେ ତାଙ୍କୁ ଉଦ୍ଧାର କରାଯାଇ ସ୍ବଧାର ହୋମ୍‌କୁ ପଠାଯାଇଥିଲା। ମାତ୍ର ସେ ସେଠାରୁ ପଳାଇ ଆସିଥିଲେ। ତେବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ପଚାରିବା ପାଇଁ ତାଙ୍କ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri