କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି

କଟକ ଅଫିସ୍‌,୨୬।୬: କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି କଟକ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିରଳ ଡାକଟିକଟ ପ୍ରଦର୍ଶିତ ହୋଇଛି। କଟକ ନଗର ମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ ସୁଚିସ୍ମିତା ସ୍ବାଇଁ ସ୍ବାଗତ ଭାଷଣ ଦେଇ ଡାକଟିକଟର ଐତିହ୍ୟ ବିଷୟରେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଡା ସନ୍ତୋଷ କୁମାର କାମିଳା ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକଟିକଟ ସଂଗ୍ରହ ଓ ତା’ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଡାକଟିକଟରେ ଗୋଟିଏ ସମୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବାସ୍ତବତା ପ୍ରତିଫଳିତ ହୋଇଥାଏ ଏବଂ ଡାକଟିକଟ ସଂଗ୍ରହ ମାଧ୍ୟମରେ ଗୋଟିଏ ଜାତିର ଇତିହାସ, ସ୍ମରଣୀୟ ବ୍ୟକ୍ତିତ୍ୱ, ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀ, କୃଷି, ଭୂଗୋଳ, ବିଜ୍ଞାନ, କୀର୍ତ୍ତିରାଜି, ସେନାବାହିନୀ ଏବଂ ପରିବହନ ବ୍ୟବସ୍ଥା ବାବଦରେ ଜ୍ଞାନ ଅର୍ଜନ ହୋଇଥାଏ। କମ ବୟସରୁ ଡାକଟିକଟ ସଂଗ୍ରହକୁ ରୁଚି ଭାବରେ ଗ୍ରହଣ କରି ନିଜର ଜ୍ଞାନାର୍ଜନକୁ ସଂପ୍ରସାରିତ କରୁଥିବା ମେଧାବୀ ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ଘଟାଇବ ବୋଲି ସେ ମତ ଦେଇଥିଲେ। ଡାକବିଭାଗର ବିଭିନ୍ନ ଲୋକାଭିମୁଖୀ ସେବା ମୁଖ୍ୟତଃ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏକ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା। ସର୍ବଭାରତୀୟ ସ୍ତରରେ ଡାକବିଭାଗ ପକ୍ଷରୁ ହୋଇଥିବା ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ମଣ୍ଡଳରୁ ଆସିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଓଡ଼ିଶା ଡାକ ନିର୍ଦ୍ଦେଶକ ଜି.ଗୁରୁନାଥନ, କଟକ ଉତ୍ତର ମଣ୍ଡଳ ଡାକ ଅଧୀକ୍ଷକ ଦିଲୀପ କୁମାର ସାମଲ ଓ  ସହକାରୀ ନିର୍ଦ୍ଦେଶକ(ଫିଲାଟେଲି) ଗଜେନ୍ଦ୍ର ପ୍ରସାଦ କର ସଭାରେ ଉପସ୍ଥିତ ଥିଲେ। ବରିଷ୍ଠ ଡାକପାଳ ମହମ୍ମଦ ଏସକେ ନୋମାନ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ଡାକଟିକଟ ସଂଗ୍ରହକାରୀଙ୍କୁ ଆକୃଷ୍ଟ କରିବା ପାଇଁ କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟକୁ ଆଧୁନୀକିକରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri