କଟକରେ ୩ ଦିନମଜୁରିଆଙ୍କୁ ହତ୍ୟା ପରେ ରାଜଧାନୀରେ ଆତଙ୍କ

ଭୁବନେଶ୍ୱର,୨୬।୭(ବ୍ୟୁରୋ) : କଟକରେ ଫୁଟ୍‌ପାଥ୍‌ରେ ଶୋଇଥିବା ୩ଜଣ ଦିନମଜୁରିଆଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ ଓ କାହିଁିକି ଏହି ଦିନମଜୁରିଆଙ୍କୁ ହତ୍ୟା କରିଛି ତାହା ଏବେ ପ୍ରଶ୍ନ ପାଲଟିଛି। ଏହି ଘଟଣାକୁ ନେଇ ଭୁବନେଶ୍ୱରର ବିଭିନ୍ନ ଫୁଟ୍‌ପାଥ୍‌ରେ ଶୋଉଥିବା ଦିନମଜୁରିଆ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କେହି ସାଇକୋ କିଲରର ହାତଥିବା ପୋଲିସ କମିଶନର କହିଛନ୍ତି। ସେ ଅନ୍ୟ ଜଣଙ୍କୁ ଟାର୍ଗେଟ କରିବା ପୂର୍ବରୁ ପୋଲିସ ତାଙ୍କୁ ଧରିବା ପାଇଁ ଯୋଜନା କରିଛି। ପୋଲିସ ଆଶଙ୍କା କରିଛି କଟକରେ ଛାନ୍‌ଭିନ୍‌ ପରେ ସାଇକୋ କିଲର ଭୁବନେଶ୍ୱରକୁ ଚାଲିଆସି ଏଭଳି କାଣ୍ଡ ଘଟାଇ ପାରନ୍ତି। ତେଣୁ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଓ ଡେପୁଟି ପୋଲିସ କମିଶନର ଅଖିଳେଶ୍ୱର ସିଂ ବୁଧବାର ଓ ଗୁରୁବାର ବିଳମ୍ବିତ ରାତିରେ ଷ୍ଟୁଡିଓ ଛକ, ପୋଖରୀପୁଟ, ନୟାପଲ୍ଲୀ ଆଦି ବିଭିନ୍ନ ସ୍ଥାନ ବୁଲି ପାଟ୍ରୋଲିଂ କରିଛନ୍ତି। ଫୁଟ୍‌ପାଥରେ ଶୋଉଥିବା ଲୋକଙ୍କୁ ସଚେତନ କରିବା ସହ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କମିଶନର ପୋଲିସ କଣ୍ଟ୍ରୋଲ ରୁମ୍‌ ଅନୁଧ୍ୟାନ କରିଛନ୍ତି। ଗତ ଦୁଇଦିନ ହେଲା ରାତିରେ ବିଭିନ୍ନ ଫୁଟ୍‌ପାଥ୍‌ରେ ଶୋଇଥିବା ଦିନମଜୁରିଆଙ୍କୁ ପୋଲିସ କର୍ମଚାରୀମାନେ ଉଠାଇ ଆଣି ଆଶ୍ରୟସ୍ଥଳୀରେ ଛାଡ଼ିଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଯାଞ୍ଚ ହେଉଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କୁ ତୁରନ୍ତ ଥାନାକୁ ଆଣି ପଚରାଉଚରା କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବିତ ରାତିରେ ଯଦି କେହି କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରନ୍ତି ତେବେ ତୁରନ୍ତ ଜବାବ ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ପୋଲିସ କମିଶନର କହିଛନ୍ତି, ଭୁବନେଶ୍ୱରରେ ସେଭଳି କିଛି ହେବାର ଆଶଙ୍କା ନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମୁଁ ଓ ଡିସିପି ବିଭିନ୍ନ ସ୍ଥାନ ବୁଲି ପାଟ୍ରୋଲିଂ କରୁଛୁ। ଅନ୍ୟପକ୍ଷରେ କଟକ ପୋଲିସ ହାତରେ କିଛି ସିସିଟିଭି ଫୁଟେଜ ଲାଗିଥିବା କୁହାଯାଉଛି। ଏହି ଫୁଟେଜ ସାଇକୋ କିଲରର ନା ଆଉ କାହାର ତାହା ପୋଲିସ ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri